ETV Bharat / entertainment

ଦାଦାସାହେବ ଫାଲକେ ଫିଲ୍ମ ଫେଷ୍ଟିଭାଲ: ସାଲାରକୁ 'ଫିଲ୍ମ ଅଫ ଦ ଇୟର' ଆୱାର୍ଡ

author img

By ETV Bharat Odisha Team

Published : Jan 9, 2024, 11:26 AM IST

Salaar Part 1 Ceasefire: ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ 'ସାଲାର' ୨୦୨୩ର ବ୍ଲକବ୍ଲଷ୍ଟର ଫିଲ୍ମ ମଧ୍ୟରେ ଗୋଟିଏ । ଏହି ଫିଲ୍ମ ଦର୍ଶନଙ୍କ ମନ ଜିତିଥିବା ବେଳେ ବର୍ତ୍ତମାନ ସାଲାରକୁ ଦାଦାସାହେବ ଫାଲକେ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଆୱାର୍ଡ ୨୦୨୪ରେ 'ଫିଲ୍ମ ଅଫ ଦ ଇୟର' ଆୱାର୍ଡ ନିଜ ନାଁରେ କରିଛି । ଅଧିକ ପଢନ୍ତୁ

ଦାଦା ସାହେବ ଫାଲକେ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ 'ସାଲାର' ଭଲ ପ୍ରଦର୍ଶନ କରୁଛି । ଡିସେମ୍ବର ୨୨ରେ ରିଲିଜ ହୋଇଥିବା ଏହି ଫିଲ୍ମ ବର୍ତ୍ତମାନ ୧୮ ଦିନ ମଧ୍ୟରେ ବିଶ୍ବରେ ୭୦୦କୋଟି ଏବଂ ଭାରତରେ ୪୦୦କୋଟି ପାଖାପାଖି ଆୟ କରି ସଫଳତା ହାସଲ କରିଛି । ବର୍ତ୍ତମାନ ଏହି ଫିଲ୍ମ ଦାଦାସାହେବ ଫାଲକେ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଆୱାର୍ଡ ୨୦୨୪ରେ 'ଫିଲ୍ମ ଅଫ ଦ ଇୟର' ଆୱାର୍ଡ ହାତେଇଥିବା ଜଣାପଡିଛି । ସୋସିଆଲ ମିଡିଆରେ ପ୍ରଭାସଙ୍କ ଫ୍ୟାନ ପେଜ ଦ୍ବାରା ଏହି ସୂଚନା ସେୟାର କରାଯାଇଛି ।

ଏକ୍ସରେ ପ୍ରଭାସ ଫ୍ୟାନ ପେଜରେ ଦାଦାସାହେବ ଫାଲକେ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଆୱାର୍ଡ ସହ ସାଲାର ପୋଷ୍ଟର ସେୟାର କରାଯାଇ 'ସାଲାର' ଏହି ଆୱାର୍ଡ ନିଜ ନାଁରେ କରିଥିବା ଲେଖାଯାଇଛି । ଏହା ସେୟାର ହେବା ମାତ୍ରେ ଅନେକ ଫ୍ୟାନ୍ସ ଏହାକୁ ଲାଇକ କରିବା ସହ ଏହି ସଫଳତା ନେଇ ପୁରା ଟିମକୁ ଧନ୍ୟବାଦ ଜଣାଇଛନ୍ତି । ସେପଟେ ନିକଟରେ ଫିଲ୍ମର ଦମଦାର ସଫଳତା ନେଇ ସେଲିବ୍ରିସନ ପାର୍ଟିର ଆୟୋଜନ କରିଥିଲେ ।

  • " class="align-text-top noRightClick twitterSection" data="">

ଗତକାଲି (ଜାନୁଆରୀ ୮) ନିର୍ମାତା ଫିଲ୍ମର ଦମଦାର କେଲକ୍ସନ ଏବଂ ପ୍ରଦର୍ଶନ ନେଇ ବେଶ ଖୁସି ହେବା ସହ ଏହି ସଫଳତାକୁ ସେଲିବ୍ରେଟ କରିଥିଲେ । ଏହି ସେଲିବ୍ରେସନ ପାର୍ଟିରେ ପ୍ରଭାସ, ପୃଥ୍ବୀରାଜ ସୁକୁମାରନ, ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ ବ୍ଲାକ ଆଉଟଫିଟରେ ନଜର ଆସିଥିଲେ । ଏହି ସମୟରେ କେକ୍ କାଟି ସେଲିବ୍ରେଟ କରିଥିଲେ ପୁରା ଟିମ । କେକରେ ବ୍ଲକବ୍ଲଷ୍ଟର ସାଲାର ବୋଲି ଲେଖାଯାଇଛି । ଏକେସରେ ନିର୍ମାତା ସେଲିବ୍ରେସନର ଅନେକ ଫଟୋ ସେୟାର କରିଛନ୍ତି । ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହା ମଧ୍ୟ ପଢନ୍ତୁ: 'ସାଲାର'ର ସଫଳତା ଖୁସିରେ ଜୋରଦାର ସେଲିବ୍ରେସନ

ସୂଚନା ଥାଉକି, ସାଲାର ଫିଲ୍ମ ତେଲୁଗୁ, କନ୍ନଡ, ମାଲାୟାଲମ, ତାମିଲ ଓ ହିନ୍ଦୀ ଭାଷାରେ ରିଲିଜ ହୋଇଛି । କେଜିଏଫ, କେଜିଏଫ-୨ ଭଳି ଦମଦାର ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ପ୍ରଶାନ୍ତ ନୀଲ ସାଲାରର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମରେ ସୁପରଷ୍ଟାର ପ୍ରଭାସଙ୍କ ସହ ପୃଥ୍ବୀରାଜ ସୁକୁମାରନ, ଶ୍ରୁତି ହାସନ ଏବଂ ଜଗପତି ବାବୁଙ୍କ ପରି ଆଗଧାଡ଼ିର କଳାକାରମାନେ ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି । ଏହି ଫିଲ୍ମ ମୋଟ ୧୮ ଦିନରେ ଭାରତରେ ୩୯୫.୫୦ କୋଟି ଏବଂ ବିଶ୍ବରେ ୭୦୦ କୋଟି କଲେକ୍ସନ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.