ETV Bharat / entertainment

ବକ୍ସ ଅଫିସରେ କମୁନି ସାଲାର କ୍ରେଜ, ସପ୍ତାହେ ଭିତରେ ୩୦୦ କୋଟି ପାର୍

author img

By ETV Bharat Odisha Team

Published : Dec 29, 2023, 10:44 AM IST

Salaar Box Office Day 7: ସାଲାର ରିଲିଜ ହେବା ଦିନ ଠାରୁ ଭଲ ପ୍ରଦର୍ଶନ କରୁଛି । ଏହି ଫିଲ୍ମ ୭ମ ଦିନରେ ଭାରତରେ ୩୦୦ କୋଟି ପାର୍ କରିଛି ଏବଂ ବିଶ୍ବରେ ୫୦୦ କୋଟି ପାର୍ କରି ରେକର୍ଡ ସୃଷ୍ଟି କରିଛି । ଅଧିକ ପଢନ୍ତୁ

ବକ୍ସ ଅଫିସରେ କମୁନି 'ସାଲାର' କ୍ରେଜ, ୭ମ ଦିନରେ ୩୦୦ କୋଟି ପାର୍ କଲା ଫିଲ୍ମ

ହାଇଦ୍ରାବାଦ: ପ୍ରଭାସଙ୍କ ଫିଲ୍ମ ସାଲାର ଦିନକୁ ଦିନ ଭଲ ପ୍ରଦର୍ଶନ କରୁଛି । ଫିଲ୍ମ ରିଲିଜକୁ ୭ ଦିନ ବିତିସାରିଲାଣି ତଥାପି ଥିଏଟରରେ କମୁନି ଦର୍ଶକଙ୍କ ଭିଡ଼ । କେବଳ ଭାରତରେ ନୁହେଁ ଫିଲ୍ମକୁ ନେଇ ବିଶ୍ବରେ କ୍ରେଜ ବଢିବାରେ ଲାଗିଛି । ବର୍ତ୍ତମାନ ଫିଲ୍ମ ଭାରତରେ ୩୦୦ କୋଟି କ୍ଲବରେ ସାମିଲ ହୋଇଥିବା ବେଳେ ବିଶ୍ବରେ ୫୦୦ କୋଟିରୁ ଅଧିକ ଆୟ କରିଛି ।

ସାକନିକଙ୍କ ରିପୋର୍ଟ ଅନୁସାରେ, ସାଲାର ମୋଟ ୫ଟି ଭାଷାରେ ରିଲିଜ କରିଛି । ତେବେ ସମସ୍ତ ଭାଷାରେ ସାଲାର ୯୦ କୋଟି ଟଙ୍କା ସହ ଓପନିଂ କରିଥିଲା । ବର୍ତ୍ତମାନ ଫିଲ୍ମକୁ ସପ୍ତାହେ ହୋଇସାରିଥିଲେ ସୁଦ୍ଧା ତଥାପି ଆୟ କମିବାର ନା ନେଉନି । ରିଲିଜର ୭ମ ଦିନରେ ୧୩.୫୦ କୋଟି ଆୟ କରିଛି । ଫଳରେ ଭାରତରେ 'ସାଲାର'ର ମୋଟ ଆୟ ୩୦୮.୯୦କୁ ବୃଦ୍ଧି ପାଇଛି ।

ସାଲାର ବକ୍ସ ଅଫିସ କଲେକ୍ସନ

  • ଡିସେମ୍ବର ୨୨, ପ୍ରଥମ ଦିନ- ୯୦.୭ କୋଟି
  • ଡିସେମ୍ବର ୨୩, ଦ୍ବିତୀୟ ଦିନ- ୫୬.୩୫ କୋଟି
  • ଡିସେମ୍ବର ୨୪, ତୃତୀୟ ଦିନ- ୬୨.୦୫ କୋଟି
  • ଡିସେମ୍ବର ୨୫, ଚତୁର୍ଥ ଦିନ- ୪୬.୩ କୋଟି
  • ଡିସେମ୍ବର ୨୬, ପଞ୍ଚମ ଦିନ- ୨୩.୫୦ କୋଟି
  • ଡିସେମ୍ବର ୨୭, ଷଷ୍ଠ ଦିନ- ୧୫.୧ କୋଟି
  • ଡିସେମ୍ବର ୨୮, ସପ୍ତମ ଦିନ- ୧୩.୫୦ କୋଟି

ତେବେ ଫିଲ୍ମର ମୋଟ କଲେକ୍ସନ ୩୦୮.୯୦ କୋଟି

ସେପଟେ ବିଶ୍ବ ବକ୍ସ ଅଫିସରେ 'ସାଲାର' ୫୦୦ କୋଟି ଆୟ କରିଛି । ଏହି କ୍ରମରେ ଏହି ଫିଲ୍ମ ୫୦୦କୋଟି କ୍ଲବରେ ସାମିଲ ହୋଇଥିବା ୩ ସାଉଥ ଫିଲ୍ମ ଭାବେ ରେକର୍ଡ ସୃଷ୍ଟି କରିଛି । ରଜନୀକାନ୍ତଙ୍କ ଫିଲ୍ମ 'ଜେଲର' ୬୫୦ କୋଟି ଆୟ କରିଥିବା ବେଳେ ତାଙ୍କ ଅଭିନୀତ '୨.୦' ଫିଲ୍ମ ୮୦୦ କୋଟି ଆୟ କରିଥିଲା । ଏହି ଚଳଚ୍ଚିତ୍ରଟି 'ହମ୍ବଲେ ଫିଲ୍ମସ' ଦ୍ବାରା ନିର୍ମିତ ହୋଇଥିବାବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ନୀଲ । ପ୍ରଶାନ୍ତ ନୀଲ କେଜିଏଫ, କେଜିଏଫ ୨ ଭଳି ଦମଦାର ଫିଲ୍ମର ନିର୍ଦ୍ଦେଶନା ଦେଇ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ବର୍ତ୍ତମାନ ସେ ସାଲାର ସହ ପ୍ରଥମ ଥର ପାଇଁ ପ୍ରଭାସଙ୍କ ସହିତ କାମ କରିଛନ୍ତି । ଯାହା ଲୋକଙ୍କୁ ବେଶ ଆକୃଷ୍ଟ କରିଛି ।

ଏହା ମଧ୍ୟ ପଢନ୍ତୁ: ୫୦୦ କୋଟି କ୍ଲବରେ ସାଲାର, ୧୫୦ କୋଟି ପାର୍ କଲା ଡଙ୍କି

ଆଦିପୁରୁଷ' ଫ୍ଲପ୍‌ ହେବା ପରେ ପ୍ରଭାସ ସାଲାର ସହ ପରଦାକୁ ଫେରିଛନ୍ତି । ଏହି ଫିଲ୍ମ ଡିସେମ୍ବର ୨୨ରେ ତେଲୁଗୁ, କନ୍ନଡ଼, ମାଲାୟଲାମ, ତାମିଲ ଓ ହିନ୍ଦୀ ଭଳି ୫ଟି ଭାଷାରେ ରିଲିଜ ହୋଇଛି । ଏଥିରେ ସୁପରଷ୍ଟାର ପ୍ରଭାସଙ୍କ ସହ ପୃଥ୍ବୀରାଜ ସୁକୁମାରନ୍, ଶ୍ରୁତି ହାସନ ଏବଂ ଜଗପତି ବାବୁଙ୍କ ପରି ଆଗଧାଡିର ଅଭିନେତା ଓ ଅଭିନେତ୍ରୀଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.