ETV Bharat / entertainment

ଗର୍ଭବତୀ ଅଛନ୍ତି କି ରୁବିନା ଦିଲାଇକ ? ନୂଆ ଭିଡିଓ ଦେଖି ଫ୍ୟାନ୍ସ ପଚାରିଲେ ଏମିତି - ଟିଭି ଅଭିନେତ୍ରୀ ରୁବିନା ଦିଲାଇକ

ଟିଭି ଅଭିନେତ୍ରୀ ରୁବିନା ଦିଲାଇକଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଭିଡିଓକୁ ନେଇ ଫ୍ୟାନ୍ସ ଅନୁମାନ କରୁଛନ୍ତି ଯେ ଅଭିନେତ୍ରୀ ଖୁବ୍ ଶୀଘ୍ର ମା' ହେବାକୁ ଯାଉଛନ୍ତି । ଯାହାକୁ ନେଇ ତାଙ୍କୁ ଗର୍ଭବତୀ ଅଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି । ଅଧିକ ପଢନ୍ତୁ

ରୁବିନା ଦିଲାଇକ ଗର୍ଭବତୀ କି? ନୂଆ ଭିଡିଓ ଦେଖି ଫ୍ୟାନ୍ସ କହିଲେ ଏମିତି

author img

By

Published : Jul 24, 2023, 11:04 AM IST

ହାଇଦ୍ରାବାଦ: ଆଜିକାଲି ସୋସିଆଲ ମିଡିଆରେ ଟିଭିର ଲୋକପ୍ରିୟ ଅଭିନେତ୍ରୀ ରୁବିନା ଦିଲାଇକ୍ ବହୁତ ସକ୍ରିୟ ଅଛନ୍ତି । ନିକଟରେ ଅଭିନେତ୍ରୀ ପ୍ରଶଂସକଙ୍କ ସହ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ଏକ ପ୍ରିଣ୍ଟେଡ ଆଉଟଫିଟରେ ଜଲୱା ଦେଖାଇଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଭିଡିଓ ଦେଖି ତାଙ୍କ ପ୍ରଶଂସକମାନେ ଏହାକୁ ଲାଇକ କରିବା ସହ ଅନୁମାନ କରୁଛନ୍ତି ଯେ ଅଭିନେତ୍ରୀ ଗର୍ଭବତୀ ଅଛନ୍ତି ।

ଦୁଇ ଦିନ ପୂର୍ବେ ରୁବିନା ଦିଲାଇକ୍ ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଯେଉଁଥିରେ ସେ ପ୍ରଥମେ ଏକ ବ୍ଲାକ ଗାଉନରେ ଏବଂ ପରେ ପ୍ରିଣ୍ଟେଡ ଥାଇ ହାଇ ସ୍ଲିଟ୍ ଡ୍ରେସରେ ନଜର ଆସିଛନ୍ତି । ଭିଡିଓରେ ଅଭିନେତ୍ରୀଙ୍କ ବହୁତ ସୁନ୍ଦର ଲୁକ୍ ଦେଖିବାକୁ ମିଳୁଛି । କିନ୍ତୁ ବର୍ତ୍ତମାନ ଏହି ଭିଡିଓ ଦେଖି ତାଙ୍କ ପ୍ରଶଂସକମାନେ ଭାବୁଛନ୍ତି ଯେ ଅଭିନେତ୍ରୀ ମା' ହେବାକୁ ଯାଉଛନ୍ତି । ସେଥିପାଇଁ ଫ୍ୟାନ୍ସ ତାଙ୍କୁ ଗର୍ଭବତୀ ଥିବା ନେଇ ପ୍ରଶ୍ନ କରିବା ସହ ଅଭିନନ୍ଦନ ଜଣାଉଛନ୍ତି ।

ରୁବିନାଙ୍କ ଭିଡିଓକୁ ନେଇ ପ୍ରତିକ୍ରିୟା ଦେଇ ଜଣେ ଲେଖିଛନ୍ତି, "ଲିଟିଲ୍ ଅପୁ କିମ୍ବା ରୁବି ଶୀଘ୍ର ଆସିବ" । ଆଉ ଜଣେ ଲେଖିଛନ୍ତି - "ତୁମର ଗର୍ଭଧାରଣ ପାଇଁ ଅଭିନନ୍ଦନ, ଆମେ ବହୁତ ଖୁସି ।" ଏହା ବ୍ୟତୀତ ଅନ୍ୟ ଜଣେ ଲେଖିଛନ୍ତି - "ତୁମର ପେଟ ଏହା କହୁଛି, ବେବି।" ପ୍ରଶଂସକଙ୍କ ଏଭଳି ପ୍ରଶ୍ନ ଏବଂ ମନ୍ତବ୍ୟ ପରେ ଏବେ ରୁବିନା ଏନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ ନିଜର ଆଉ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ବିମାନରେ ବସିଥିବାର ନଜର ଆସିଛନ୍ତି । ଏହି ଫଟୋ ସେୟାର କରି ରୁବିନା ଲେଖିଛନ୍ତି- 'ପୋଷ୍ଟ କରେ ତ ସବାଲ, ନା କରେ ତୋ ବବାଲ (ପୋଷ୍ଟ ନ କଲେ ପ୍ରଶ୍ନ, ପୋଷ୍ଟ କଲେ ଧମାକା ।'

ଏହା ମଧ୍ୟ ପଢନ୍ତୁ: ଟିଭି ଅଭିନେତ୍ରୀ ରୁବିନା ଦିଲାଇକଙ୍କ କାର ଦୁର୍ଘଟଣାଗ୍ରସ୍ତ, ଟ୍ୱିଟ କରି ସୂଚନା ଦେଲେ ସ୍ୱାମୀ

ସୂଚନା ଥାଉ କି, ରୁବିନା ଅଭିନେତା ଅଭିନବ ଶୁକ୍ଲାଙ୍କୁ ବିବାହ କରିଛନ୍ତି । ଉଭୟ ବିବାହର ପାଞ୍ଚ ବର୍ଷ ପୂରଣ କରିଛନ୍ତି । ଉଭୟଙ୍କୁ ଶେଷରେ 'ବିଗ୍ ବସ୍ 14'ରେ ଏକାଠି ଦେଖିବାକୁ ମିଳିଥିଲା ​। ଯେଉଁଠାରେ ଉଭୟ ପ୍ରକାଶ କରିଥିଲେ ଯେ ସେମାନେ ଥରେ ଛାଡପତ୍ର ନେବାକୁ ଚିନ୍ତା କରୁଥିଲେ । ହେଲେ ଶୋ’ରେ ଏକାଠି ଥିବାବେଳେ ସେମାନଙ୍କ ମଧ୍ୟରେ ଦୂରତା ହ୍ରାସ ପାଇଲା । ବର୍ତ୍ତମାନ ଏହି ଦମ୍ପତି ଏକ ସୁଖମୟ ଜୀବନ ଅତିବାହିତ କରୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.