ETV Bharat / entertainment

RRKPK BO Collection: ବଢୁଛି ରକି-ରାନୀଙ୍କ କ୍ରେଜ, 7 ଦିନରେ 70 କୋଟିରୁ ଅଧିକ କଲାଣି ଆୟ

author img

By

Published : Aug 4, 2023, 12:42 PM IST

'ରକି ଔର ରାନୀ କି ପ୍ରେମ କାହାନୀ' ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି । ଚଳଚ୍ଚିତ୍ରଟି ରିଲିଜ ହେବାର 7 ଦିନ ମଧ୍ୟରେ 70 କୋଟିରୁ ଅଧିକ ବ୍ୟବସାୟ କରିଛି । ଅଧିକ ପଢନ୍ତୁ

ବଢୁଛି ରକି ଏବଂ ରାନୀଙ୍କ କ୍ରେଜ, 7ଦିନ ମଧ୍ୟରେ 70 କୋଟିରୁ ଅଧିକ କଲାଣି ଆୟ

ହାଇଦ୍ରାବାଦ: ଦର୍ଶକଙ୍କ ମଧ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ରକି ଏବଂ ରାନୀଙ୍କ କ୍ରେଜ । ପ୍ରଥମ ଦିନରେ ଭଲ ରୋଜଗାର କରିବା ପରେ ଫିଲ୍ମଟି ବକ୍ସ ଅଫିସରେ ଓପନିଂ ସପ୍ତାହରେ ମଧ୍ୟ ବହୁତ ପ୍ରଦର୍ଶନ କରିଥିଲା ​। ପ୍ରଥମ ସପ୍ତାହ ଅପେକ୍ଷା ଦ୍ବିତୀୟ ସପ୍ତାହରେ ଚଳଚ୍ଚିତ୍ରର ରୋଜଗାରରେ ହ୍ରାସ ଘଟିଥିବା ସତ୍ତ୍ବେ ଫିଲ୍ମର 7 ଦିନ ମଧ୍ୟରେ 70 କୋଟିରୁ ଅଧିକ ଆୟ କରିବାରେ ସଫଳ ହୋଇଛି ।

'ରକି ଔର ରାନୀ କି ପ୍ରେମ କାହାନୀ'ରେ ଆଲିଆ ଏବଂ ରଣଭୀରଙ୍କ ଅନସ୍କ୍ରିନ ରୋମାନ୍ସ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ରିପୋର୍ଟ ଅନୁଯାୟୀ, 'ରକି ଔର ରାନୀ କି ପ୍ରେମ କାହାନୀ' ରିଲିଜ୍ ହେବାର ସପ୍ତମ ଦିନ ଅର୍ଥାତ ଗୁରୁବାର ଦିନ 6.25 କୋଟି ଟଙ୍କା ବ୍ୟବସାୟ କରିଛି । ଏହାପୂର୍ବରୁ ବୁଧବାର ଫିଲ୍ମର ଆୟ 6.9 କୋଟି ଟଙ୍କା ଥିଲା । ଏହା ସହ ରଣଭୀର ସିଂ ଏବଂ ଆଲିଆ ଭଟ୍ଟଙ୍କ ଫିଲ୍ମର ମୋଟ ଆୟ ବର୍ତ୍ତମାନ 73.37 କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

ତେବେ 7 ଦିନରେ 70 କୋଟିରୁ ଅଧିକ ରୋଜଗାର କରିବାରେ ସଫଳ ହୋଇଛି । ଏହି ସପ୍ତାହ ଶେଷରେ ଫିଲ୍ମର ସଂଗ୍ରହ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଏହା ସହିତ କଳ୍ପନା କରାଯାଉଛି ଯେ ଯଦି ଫିଲ୍ମ ଶୁକ୍ରବାର, ଶନିବାର ଏବଂ ରବିବାର ଦିନ ଭଲ ସଂଗ୍ରହ କରେ, ତେବେ ଏହା 100 କୋଟି କ୍ଲବରେ ଖୁବଶୀଘ୍ର ସାମିଲ କରିବ । ସେପଟେ ବିଶ୍ବବ୍ୟାପୀ ଏହି ଫିଲ୍ମ ମାତ୍ର ପାଞ୍ଚ ଦିନ ମଧ୍ୟରେ 100 କୋଟି କ୍ଲବରେ ସାମିଲ ହୋଇଛି । ବର୍ତ୍ତମାନ ଏହି ଚଳଚ୍ଚିତ୍ର ବିଶ୍ବ ବକ୍ସ ଅଫିସରେ ଏପର୍ଯ୍ୟନ୍ତ 130.5 କୋଟି ବ୍ୟବସାୟ କରିଛି ।

ଏହା ମଧ୍ୟ ପଢନ୍ତୁ: ଜେଜେଙ୍କ ସହ ଝୁମକା ଗୀତରେ ଠୁମକା ଲଗାଇଲେ ରଣଭୀର ସିଂ, ଭିଡିଓ ଭାଇରାଲ

ସୂଚନା ଥାଉ କି, 'ରକି ଏବଂ ରାନୀ କି ପ୍ରେମ କାହାନି' ଏକ ରୋମାଣ୍ଟିକ୍ କମେଡି ଫିଲ୍ମ ଅଟେ । ଏହାର ନିର୍ଦ୍ଦେଶନା ଦେଇଛନ୍ତି କରଣ ଜୋହର ଏବଂ ଇଶିତା ମୈତ୍ରା, ଶଶାଙ୍କ ଖୈତାନ ଏବଂ ସୁମିତ ରୟ ଏହାକୁ ଲେଖିଛନ୍ତି । ଏହି ଚଳଚ୍ଚିତ୍ରଟି ଧର୍ମା ପ୍ରଡକ୍ସନ୍ସ ଏବଂ ବାୟାକମ୍ 18 ଷ୍ଟୁଡିଓ ଦ୍ୱାରା ନିର୍ମିତ । ରଣଭୀର-ଆଲିଆଙ୍କ ବ୍ୟତୀତ ଧର୍ମେନ୍ଦ୍ର, ଜୟା ବଚ୍ଚନ ଏବଂ ଶବାନା ଆଜମି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ସୈଫ ଅଲି ଖାନଙ୍କ ପୁଅ ଇବ୍ରାହିମ ଅଲି ଖାନ ଏହି ଫିଲ୍ମରେ ସହକାରୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି । ଏହି ଚଳଚ୍ଚିତ୍ରଟି ମୁମ୍ବାଇ, ନୂଆଦିଲ୍ଲୀ, ଋଷ ଏବଂ ଜମ୍ମୁ କାଶ୍ମୀରରେ ସୁଟିଂ କରାଯାଇଛି । ଏହି ଚଳଚ୍ଚିତ୍ରଟି 28 ଜୁଲାଇରେ ରିଲିଜ କରିଥିଲା ​।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.