ହାଇଦ୍ରାବାଦ: ବାସ୍ତବରେ, ଆଜିକାଲି ଜେନେଲିଆ ଡି’ସୁଜାଙ୍କର ଏକ ଭିଡିଓ ବହୁତ ଦେଖିବାକୁ ମିଳିଥିଲା । ଏହି ଭିଡିଓରେ ସେ ତାଙ୍କ ସ୍ୱାମୀ ରିତେଶ ଦେଶମୁଖଙ୍କ ସହ ଏକ ଇଭେଣ୍ଟରେ ନଜର ଆସିଥିଲେ । ଏହି ସମୟରେ ଯେତେବେଳେ ଦୁହେଁ କ୍ୟାମେରା ଆଗରେ ପୋଜ୍ ଦେବାକୁ ଆସିଥିଲେ, ଲୋକମାନେ ଅଭିନେତ୍ରୀଙ୍କୁ ଦେଖି ଅନୁମାନ କରିଥିଲେ ଯେ ସେ ତୃତୀୟ ଥର ପାଇଁ ମାଆ ହେବାକୁ ଯାଉଛନ୍ତି।
ଏହି ଭିଡିଓରେ ଅଭିନେତ୍ରୀ ପୋଜ୍ ଦେଉଥିବା ସମୟରେ ତାଙ୍କ ପେଟରେ ହାତ ରଖିଥିଲେ ଏବଂ ଇଭେଣ୍ଟରେ ରିତେଶ ତାଙ୍କ ଯତ୍ନ ନେଉଥିବାର ନଜର ଆସିଥିଲେ । ଏହା ଦେଖି ଲୋକମାନେ ଅନୁମାନ କରିବାକୁ ଲାଗିଲେ ଯେ ଜେନେଲିଆ ପୁଣିଥରେ ମାଆ ହେବାକୁ ଯାଉଛନ୍ତି । ଭିଡିଓରେ ଜେନେଲିଆ ଏକ ନୀଳ ରଙ୍ଗର ପୋଷାକରେ ନଜର ଆସିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଇଂଲଣ୍ଡରେ Mister Mummy ସୁଟିଂ ଆରମ୍ଭ କଲେ ରିତେଶ-ଜେନେଲିଆ
ଏସବୁ ମଧ୍ୟରେ, ବର୍ତ୍ତମାନ ରିତେଶ ଦେଶମୁଖ ଆଜି ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ପୋଷ୍ଟ କରିଛନ୍ତି । ଏହି ପୋଷ୍ଟରେ ସେ ତାଙ୍କ ପତ୍ନୀ ଜେନେଲିଆ ଡି’ସୁଜାଙ୍କ ଗର୍ଭଧାରଣ ବିଷୟରେ କଳ୍ପନା କରୁଥିବା ଏକ ପୋର୍ଟାଲର ସ୍କ୍ରିନସଟ ସେୟାର କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ବାପା ମହେଶ ଭଟ୍ଟଙ୍କ ସହ ଚର୍ଚ୍ଚିତ କିସ୍ ସିନକୁ ନେଇ ମୁହଁ ଖୋଲିଲେ ପୂଜା ଭଟ୍ଟ
ସେହି ପୋଷ୍ଟରେ ଲେଖାଥିଲା, 'ଜେନେଲିଆ ଡି’ସୁଜା ଗର୍ଭବତୀ କି ? ଯେତେବେଳେ ସେ ତାଙ୍କ ସ୍ୱାମୀ ରିତେଶ ଦେଶମୁଖଙ୍କ ସହ ପୋଜ୍ ଦେଉଥିଲେ, ପ୍ରଶଂସକମାନେ ତାଙ୍କ ବେବି ବମ୍ପର ଫଟୋ କ୍ଲିକ୍ କରିଥିଲେ । ଏହି ପୋଷ୍ଟ ସେୟାର କରିବାବେଳେ ରିତେଶ ଲେଖିଛନ୍ତି, 'ମୋର ଆଉ 2-3ଟି ସନ୍ତାନ ହେଲେ ମଧ୍ୟ କୌଣସି ଆପତ୍ତି ନାହିଁ, କିନ୍ତୁ ଦୁର୍ଭାଗ୍ୟବଶତ ଏହା ଏକ ମିଥ୍ୟା ଖବର'।
ଏହା ମଧ୍ୟ ପଢନ୍ତୁ: Genelia Dsouza @35: ଜେନେଲିଆଙ୍କ ନାମ ପଛରେ ରହିଛି ମଜାଦାର କାହାଣୀ, ଜାଣନ୍ତୁ କଣ ?
ଉଲ୍ଲେଖନୀୟ ଯେ, ବି-ଟାଉନରେ ପ୍ରଶଂସକଙ୍କ ପ୍ରିୟ ଦମ୍ପତିମାନଙ୍କ ମଧ୍ୟରୁ ରିତିଶ ଦେଶମୁଖ ଏବଂ ଜେନେଲିଆ ଡି’ସୁଜା ଅନ୍ୟତମ । ଉଭୟ ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ ଏବଂ ରିଲ୍ ତିଆରି କରୁଥିବା ଦେଖାଯାଏ । ଦୀର୍ଘ ଦିନ ଧରି ଜେନେଲିଆଙ୍କ ସହ ସମ୍ପର୍କରେ ରହିବା ପରେ ରିତିଶ ଦେଶମୁଖ 2012ରେ ତାଙ୍କୁ ବିବାହ କରିଥିଲେ । ସେମାନଙ୍କର ଦୁଇଟି ସନ୍ତାନ, ବଡ଼ ପୁଅ ରିୟାନ୍ ଏବଂ ସାନ ପୁଅ ରାହିଲ ।