ମୁମ୍ବାଇ: ଶାହାରୁଖ ଖାନଙ୍କ ଫିଲ୍ମ ଜବାନ ଓପନିଂ ଦିନ ଠାରୁ ଧମାକା କରୁଛି । ଲୋକଙ୍କ ମଧ୍ୟରେ ଦିନକୁ ଦିନ ଫିଲ୍ମକୁ ଭିନ୍ନ କ୍ରେଜ ଦେଖିବାକୁ ମିଳୁଛି । ଏହି ଫିଲ୍ମ 3 ଦିନ ମଧ୍ୟରେ 200 କୋଟି କ୍ଲବରେ ସାମିଲ ହୋଇ ରେକର୍ଡ ସୃଷ୍ଟି କରିଛି । ଏହି ଫିଲ୍ମରେ ଶାହାରୁଖଙ୍କ ବ୍ୟତୀତ ନୟନତାରା, ବିଜୟ ସେଥୁପଥି, ଦୀପିକା ପାଦୁକୋନ, ସଂଜୟ ଦତ୍ତ, ସାନିଆ ମଲହୋତ୍ରା, ରିଦ୍ଧି ଡୋଗ୍ରାଙ୍କ ସମେତ ଅନେକ ତାରକା ନଜର ଆସିଛନ୍ତି । ଫିଲ୍ମରେ ଶାହାରୁଖଙ୍କ ମା' ଭୂମିକାରେ ଅଭିନୟ କରିଛନ୍ତି ରିଦ୍ଧି ଡୋଗ୍ରା । ବର୍ତ୍ତମାନ ଫ୍ୟାନ୍ସଙ୍କ ସହ ଶାହାରୁଖଙ୍କ ସହ କାମ କରିବା ଅଭିଜ୍ଞତା କିପରି ରହିଥିଲା ତାହା ସେୟାର କରିଛନ୍ତି ।
ଅଟଲିଙ୍କ ନିର୍ଦ୍ଦେଶିତ ପାନ୍-ଇଣ୍ଡିଆନ୍ ଫିଲ୍ମ 'ଜବାନ୍'ରେ ତାଙ୍କ ଭୂମିକା ପାଇଁ ରିଦ୍ଧି ଡୋଗ୍ରାଙ୍କୁ ବହୁତ ଭଲ ପାଇବା ଏବଂ ପ୍ରଶଂସା ମିଳୁଛି । ସେ ଏହି ଫିଲ୍ମରେ ଶାହାରୁଖ ଖାନଙ୍କ ମା' କାବେରୀ ଆମ୍ମା ଭୂମିକାରେ ଅଭିନୟ କରିଛନ୍ତି। ଏନେଇ ବର୍ତ୍ତମାନ ରିଦ୍ଧି ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସହ ଲମ୍ବା ନୋଟର ପୋଷ୍ଟ କରି ଜବାନ ଏବଂ ନିଜ ରୋଲ ପାଇଁ ପାଇଥିବା ଭଲପାଇବା ନେଇ ସମସ୍ତ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ଅଭିନେତ୍ରୀ 'ଜବାନ'ରେ କାମ କରିବା ଏବଂ ଶାହାରୁଖଙ୍କ ମା' ଭୂମିକାରେ ଅଭିନୟ କରିବାର ଅନୁଭୂତି ମଧ୍ୟ ସେୟାର କରିଛନ୍ତି। ଏହା ସହ ରିଦ୍ଧି ଶାହାରୁଖ ଖାନଙ୍କ ସହ କାମ କରିବାର ଅଭିଜ୍ଞତା ମଧ୍ୟ ସେୟାର କରିଛନ୍ତି।
ରିଦ୍ଧି ଲେଖିଛନ୍ତି,'' ଏହି ଚଳଚ୍ଚିତ୍ରଟି ଏକ ବ୍ଲକବଷ୍ଟର । ଯେବେ ବି ମୁଁ ଯବାନଙ୍କ ସେଟରେ ଥିଲି, ମୁଁ ଏହା କହୁଥିଲି। ଆପଣ ସମସ୍ତେ ଚଳଚ୍ଚିତ୍ରକୁ ଏକ ପର୍ବ ଭାବରେ ପାଳନ କରୁଛନ୍ତି । ଧନ୍ୟବାଦ। ଏବଂ ସମସ୍ତେ ମୋର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି, ଯେଉଁଥିପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। 'ଏହି ଭଲପାଇବା ତାଙ୍କୁ ନିରନ୍ତର ଭଲ କାମ କରିବାକୁ ପ୍ରେରଣା ଯୋଗାଏ । ଜଣେ ଅଭିନେତା ଭାବରେ, ମୁଁ ଭାବିଲି, ୱା! ଏହା ଅଟଲିଙ୍କ ଫିଲ୍ମ ଏବଂ ମୁଁ ଜଣେ ମା'ଙ୍କ ଭୂମିକାରେ ଅଭିନୟ କରିବାର ସୁଯୋଗ ପାଇଛି, ଯାହା ଶାହାରୁଖଙ୍କ ବିପକ୍ଷରେ! ଏବଂ ମୁଁ ଏହି ଭୂମିକାରେ ଅଭିନୟ କରିବାକୁ ମନସ୍ଥ କଲି। ଜବାନ୍ ମୋ ପାଇଁ ଏକ ପରୀକ୍ଷା ଏବଂ ଏକ ସୁବର୍ଣ୍ଣ ସୁଯୋଗ, ଏହା ମୋ ପାଇଁ ଏକ ସ୍ୱପ୍ନ ପରି ଅଟେ ।
ଏହା ମଧ୍ୟ ପଢନ୍ତୁ: ଜବାନ କ୍ରେଜ୍: ଶାହାରୁଖଙ୍କ ଫିଲ୍ମ ଦେଖିବାକୁ ଟ୍ରାକ୍ଟର, ଶଗଡ ଗାଡି ଓ ଜେସିବିରେ ଆସିଲେ ଫ୍ୟାନ୍ସ
ସେ ଶାହାରୁଖ ଖାନଙ୍କ ପ୍ରଶଂସା କରି ମଧ୍ୟ ଲେଖିଛନ୍ତି । “ଜଣେ ପ୍ରଶଂସକ ଭାବରେ ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। କିନ୍ତୁ ସେଟରେ ଶାହରୁଖ ଖାନଙ୍କୁ ଦେଖିବା ତାଙ୍କର ପ୍ରତିବଦ୍ଧତା, ଧୈର୍ଯ୍ୟ ଏବଂ ଫୋକସ୍ । ଏହା ସବୁ ଦେଖିବା ମୋ ପାଇଁ ସୌଭାଗ୍ୟର କଥା ଥିଲା ।
ସୂଚନା ଥାଉ କି, ରିଦ୍ଧି ଡୋଗ୍ରା ବିଭିନ୍ନ ଟିଭି ଶୋ’ରେ କାମ କରି ଘରେ ଘରେ ପରିଚିତ । 'ରାଧା କି ବେଟିୟାଁ କୁଛ କର ଦିଖାଏଙ୍ଗି', 'ଲାଗି ତୁଝେ ଲଗନ୍', 'ୱୋ ଅପନା ସା' 'ଦ ମେରିଡୱୁମେନ' ଏବଂ 'ଅସୁର' ଇତ୍ୟାଦି। ସେ 'ନଚ୍ ବଲିୟେ 6' ଏବଂ 'ଖତରୋଁ କେ ଖିଲାଡି 6' ପରି ରିଆଲିଟି ଟିଭି ଶୋ’ର ଏକ ଅଂଶ ମଧ୍ୟ ରହିଛନ୍ତି ।