ETV Bharat / entertainment

ଇଣ୍ଟରନ୍ୟାସନାଲ ଡେବ୍ୟୁ ପାଇଁ ପ୍ରସ୍ତୁତ ରିଚା, ଏହି ଫିଲ୍ମରେ ମିଳିଲା ଲିଡ୍‌ ରୋଲ

ବିବାହ ପରେ ରିଚା ଚଢା ପୁଣି ଥରେ ଫିଲ୍ମ ଦୁନିଆକୁ ଫେରୁଛନ୍ତି, କିନ୍ତୁ ଏଥର ଆରମ୍ଭ ବଲିଉଡରୁ ନୁହେଁ, ବରଂ ହଲିଉଡ ଫିଲ୍ମରୁ ହେବ । ଅଧିକ ପଢନ୍ତୁ

author img

By

Published : Nov 15, 2022, 2:03 PM IST

ଇଣ୍ଟରନ୍ୟାସନାଲ ଡେବ୍ୟୁ ପାଇଁ ପ୍ରସ୍ତୁତ ରିଚା ଚଢା, ଏହି ଫିଲ୍ମରେ ମିଳିଲା ଲିଡ୍‌ ରୋଲ

ମୁମ୍ବାଇ: ଅଭିନେତ୍ରୀ ରିଚା ଚଢା ଦୀର୍ଘ ଦିନର ପ୍ରେମିକ ଅଲି ଫୈଜଲଙ୍କୁ ଅକ୍ଟୋବରରେ ବିବାହ କରିଛନ୍ତି । ବିବାହର ଏକ ମାସ ପରେ ଅଭିନେତ୍ରୀ ଫିଲ୍ମର ସ୍କ୍ରିପ୍ଟ ଚୂଡ଼ାନ୍ତ କରିବା ମଧ୍ୟ ଆରମ୍ଭ କରିଛନ୍ତି । ବିବାହ ପରେ ରିଚା ଚଢା ପୁଣିଥରେ ଫିଲ୍ମ ଦୁନିଆକୁ ଫେରୁଛନ୍ତି, କିନ୍ତୁ ଏଥର ଆରମ୍ଭ ବଲିଉଡରୁ ନୁହେଁ, ବରଂ ହଲିଉଡ ଫିଲ୍ମରୁ ହେବ । ଖବର ଅନୁଯାୟୀ, ରିଚା ଚଢା ବର୍ତ୍ତମାନ ଅନ୍ତର୍ଜାତୀୟ ସିନେମାରେ ନିଜର ଅଭିନୟ ଦକ୍ଷତା ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ଅଛନ୍ତି । ଅଭିନେତ୍ରୀ ବ୍ରିଟିଶ ନିର୍ଦ୍ଦେଶକଙ୍କ ଫିଲ୍ମ ସହିତ ଆନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିବେ ।

ରିଚା ଚଢା ତାଙ୍କର ପ୍ରଥମ ଆନ୍ତର୍ଜାତୀୟ ଚଳଚ୍ଚିତ୍ରକୁ ନେଇ ଉତ୍ସାହିତ ଅଛନ୍ତି । ମିଡିଆ ହାଉସ ସହ ବାର୍ତ୍ତାଳାପରେ ସେ କହିଛନ୍ତି, "ବର୍ତ୍ତମାନ କିଛି କହିବା ଠିକ ହେବ ନାହିଁ । କିନ୍ତୁ ହଁ, ମୁଁ ସ୍କ୍ରିପ୍ଟ ପଢିଛି ଏବଂ ଏଥିପାଇଁ ହଁ ମଧ୍ୟ କହିଛି । କାହାଣୀଟି ବହୁତ ଭଲ ଏବଂ ମୋତେ ମୋର ଚରିତ୍ର ପସନ୍ଦ ଆସିଛି । ଏହା ଦେଖି ବହୁତ ଭଲ ଲାଗୁଛି କି, ଭାରତୀୟ କଳାକାରଙ୍କ ପାଇଁ ଆନ୍ତର୍ଜାତୀୟ ପ୍ରଡକ୍ସନରେ ଗୁରୁତ୍ୱପୂର୍ଣ୍ଣ ଚରିତ୍ର ଲେଖାଯାଉଛି ।"

ଏହା ପୂର୍ବରୁ ରିଚା 'ଲଭ୍ ସୋନିଆ'ରେ ଅଭିନୟ କରିଥିଲେ, ଯାହାକି ଡେଭିଡ ୱୋମାର୍କ ଦ୍ୱାରା ନିର୍ମିତ ହୋଇଥିଲା । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଭାରତୀୟ ନିର୍ଦ୍ଦେଶକ ତବ୍ରେଜ ନୁରାନ । ଏହା ରିଚାଙ୍କର ପ୍ରଥମ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ହେବ, ଯେଉଁଥିରେ ସେ ଜଣେ ମୁଖ୍ୟ ଅଭିନେତ୍ରୀ ଭାବରେ ନଜର ଆସିବେ ।

ରିଚା ଚଢା ଆଗାମୀ ଚଳଚ୍ଚିତ୍ର

ରିଚା ଚଢା 'ମସାନ୍', 'ଫୁକରେ' ଭଳି ଚଳଚ୍ଚିତ୍ରରେ ନିଜର ଯାଦୁ ଦେଖାଇସାରିଛନ୍ତି । ଇଣ୍ଡଷ୍ଟ୍ରିରେ ବହୁତ ଆଗକୁ ଯାଇଥିବା ଏହି ଅଭିନେତ୍ରୀ ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ହୀରା ମଣ୍ଡି ପାଇଁ ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହା ବ୍ୟତୀତ ଶୁଚି ତଲାଟି ନିର୍ଦ୍ଦେଶନା ଦେଉଥିବା ତାଙ୍କ ଆଗାମୀ ପ୍ରୋଜେକ୍ଟରେ 'ଗର୍ଲ୍ସ ଓ୍ବିଲ୍‌ ବି ଗର୍ଲ୍ସ' ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.