ETV Bharat / entertainment

Richa-Ali wedding: ସାମ୍ନାକୁ ଆସିଲା ନୂଆ ଯୋଡି ରିଚା ଓ ଅଲ୍ଲୀ ଫୈଜଲଙ୍କ ଫଟୋ - ରିଚା ଅଲ୍ଲୀଙ୍କ ସଙ୍ଗୀତ ଫଟୋ

ବଲିଉଡର ଆଉ ଏକ ପ୍ରେମ କାହାଣୀ ପୂରା ହେବାକୁ ଯାଉଛି । ରିଚା ଚଢା ଏବଂ ଅଲି ଫୈଜଲ ସେମାନଙ୍କ ସମ୍ପର୍କକୁ ଏକ ନୂଆ ନାମ ଦେବାକୁ ଯାଉଛନ୍ତି । ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରୁଥିବା ରିଚା ଏବଂ ଅଲି ଆସନ୍ତା ୪ ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ।

ବିବାହ ରୀତିନୀତି ଆରମ୍ଭ, ସାମ୍ନାକୁ ଆସିଲା ରିଚା-ଅଲ୍ଲୀଙ୍କ ସଙ୍ଗୀତ ଫଟୋ

author img

By

Published : Sep 30, 2022, 7:22 PM IST

ନୂଆଦିଲ୍ଲୀ: ବଲିଉଡର ଆଉ ଏକ ପ୍ରେମ କାହାଣୀ ପୂରା ହେବାକୁ ଯାଉଛି । ରିଚା ଚଢା ଏବଂ ଅଲି ଫୈଜଲ ସେମାନଙ୍କ ସମ୍ପର୍କକୁ ଏକ ନୂଆ ନାମ ଦେବାକୁ ଯାଉଛନ୍ତି । ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରୁଥିବା ରିଚା ଏବଂ ଅଲି ଆସନ୍ତା ୪ ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଗତକାଲି ରିଚା ତାଙ୍କ ହାତରେ ଅଲ୍ଲି ଫୈଜଲଙ୍କ ନାଁର ମେହେନ୍ଦି ଲଗାଇଥିଲେ । ଆଜି ସଂଗୀତ ସମାରୋହର ଏକ ଫଟୋ ସାମ୍ନାକୁ ଆସିଛି । ଏହି ଫଟୋରେ ରିଚା ଏବଂ ଅଲି ବହୁତ ଗ୍ଲାମରସ୍ ଦେଖାଯାଉଛନ୍ତି । ଯୋଡିଙ୍କ ଚେହେରାରେ ବିବାହର ଚମକ ସ୍ପଷ୍ଟ ଦେଖାଯାଉଛି ।

ରିଚା ଚଢା ଏବଂ ଅଲି ଫୈଜଲଙ୍କ ବିବାହ କାର୍ଯ୍ୟ ଆରମ୍ଭ ହୋଇଛି । କିଛି ସମୟ ପୂର୍ବରୁ ଦମ୍ପତ୍ତି ସୋସିଆଲ ମିଡିଆରେ ପ୍ରଶଂସକଙ୍କ ପାଇଁ ସଂଗୀତ ସମାରୋହର ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଦମ୍ପତି ଏକ ରୋମାଣ୍ଟିକ୍ ଅନ୍ଦାଜରେ ନଜର ଆସିଛନ୍ତି । ଏହି ଫଟୋ ସେୟାର କରି ରିଚା କ୍ୟାପସନ୍‌ରେ ଲେଖିଛନ୍ତି- #RiAli Mohabbat Mubarak ❣️🫶🏽❣️️️️️️ ଫଟୋରେ ଅଲି ଆଇବରୀ ରଙ୍ଗପାଇଜାମା ପିନ୍ଧିଥିବାବେଳେ ରିଚା ହାଲୁକା ଗୋଲାପୀ ରଙ୍ଗର ଲେହେଙ୍ଗା ପିନ୍ଧିଛନ୍ତତି। ରିଚା ତାଙ୍କ କେଶକୁ ଖୋଲା କରି ଲୁକ୍‌କୁ ପୂରା କରିଛନ୍ତି ।

ପ୍ରଶଂସକମାନେ ଏହି ଦମ୍ପତିଙ୍କୁ ତୀବ୍ର ଅଭିନନ୍ଦନ ଜଣାଇଛନ୍ତି । ଅଧିକାଂଶ ପ୍ରଶଂସକ କମେଣ୍ଟ ବକ୍ସରେ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନିକଟରେ ଏହି ଦମ୍ପତି ବିବାହ ପାଇଁ ରାଜଧାନୀ ଦିଲ୍ଲୀରେ ପହଞ୍ଚିଛନ୍ତି । ଏହାପୂର୍ବରୁ ରିଚା ତାଙ୍କ ହାତର ମେହେନ୍ଦୀର ଏକ ଝଲକ ଦେଖାଇଥିଲେ । ଅଭିନେତ୍ରୀ ପାର୍ଲରରୁ ଏହି ଫଟୋ ସେୟାର କରିଥିଲେ । ଏହାପୂର୍ବରୁ ଦିଲ୍ଲୀରେ ପହଞ୍ଚିବା ପରେ ଏହି ଦମ୍ପତି ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ଦୁଇ ବର୍ଷର ମହାମାରୀ ସେମାନଙ୍କ ବିବାହ ଉପରେ କିପରି ପ୍ରଭାବ ପକାଇଛି ତାହା କହିଥିଲେ ।

ରିଚା-ଅଲିଙ୍କ ଭଏସ୍‌ ମେସେଜ୍‌

ଅଲି ଏବଂ ରିଚା ଏକ ଭିଡିଓ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ଉଭୟଙ୍କ ଫଟୋ ପଛରେ ଉଭୟ ବିବାହ ବିଳମ୍ବ ହେବାର କାରଣ ବର୍ଣ୍ଣନା କରୁଛନ୍ତି । ପ୍ରଥମେ ରିଚା ଆରମ୍ଭ କରି କୁହନ୍ତି, "ଦୁଇ ବର୍ଷ ପୂର୍ବେ ଆମେ ପରସ୍ପରର ନିକଟତର ହୋଇଥିଲୁ ଏବଂ ପରେ ମହାମାରୀ ଆମକୁ ଘେରି ନେଲା । ଫଳରେ ଆମ ବିବାହ କାର୍ଯ୍ୟରେ ବ୍ରେକ ଲାଗିଗଲା, ଯେପରି ଅନ୍ୟ ଲୋକଙ୍କ କାର୍ଯ୍ୟ ପରି, ଆମେ ମଧ୍ୟ ଗୋଟିଏ ପରେ ଗୋଟିଏ ବ୍ୟକ୍ତିଗତ ଅସୁବିଧା ଦ୍ୱାରା ଘେରି ରହିଥିଲୁ । ଆମେ ଶେଷରେ ଆମ ପରିବାର ଏବଂ ସାଙ୍ଗମାନଙ୍କ ସହିତ ଉତ୍ସବ ପାଳନ କରୁଛୁ ଏବଂ ଆମେ ପାଇଥିବା ସମସ୍ତ ଆଶୀର୍ବାଦ ପାଇଁ କୃତଜ୍ଞ ।"

ଏହା ବି ପଢନ୍ତୁ: ରିଚାଙ୍କ ହାତରେ ଅଲ୍ଲି ଫୈଜଲଙ୍କ ନାଁର ମେହେନ୍ଦି, ଫଟୋ ଭାଇରାଲ

ଦିଲ୍ଲୀରେ ବିବାହ

ଅମୃତସରରେ ଜନ୍ମିତ ରିଚା ଦିଲ୍ଲୀରେ ବଢିଛନ୍ତି । ତେଣୁ ତାଙ୍କର ଦିଲ୍ଲୀ ସହିତ ଏକ ଖାସ୍‌ ସମ୍ପର୍କ ରହିଛି । ଏଥିସହିତ ଅଲି ଲକ୍ଷ୍ନୌର । ବର୍ତ୍ତମାନ ଏହି ଦମ୍ପତି ବିବାହ ପୂର୍ବରୁ ତିନୋଟି ପ୍ରିଓ୍ବେଡିଂ ଫଙ୍କସନ୍‌ ରଖିଛନ୍ତି, ଯେଉଁଥିରେ କକଟେଲ, ସଂଗୀତ ଏବଂ ମେହେନ୍ଦୀ ପାର୍ଟି ଅନ୍ତର୍ଭୁକ୍ତ । ଲକଡାଉନ ହେତୁ ସେମାନଙ୍କ ବିବାହ ଦୀର୍ଘ ଦିନ ପାଇଁ ସ୍ଥଗିତ ରଖାଯାଇଥିଲା ଏବଂ ବର୍ତ୍ତମାନ ଉଭୟ ଅକ୍ଟୋବର ୪ରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.