ETV Bharat / entertainment

Richa-Ali Wedding: ପାରମ୍ପରିକ ଲୁକ୍‌ରେ ରିଚା-ଅଲ୍ଲୀ, କକ୍‌ଟେଲ୍‌ ପାର୍ଟିର ଭିଡିଓ ଭାଇରାଲ

author img

By

Published : Oct 1, 2022, 1:12 PM IST

ବାସ୍‌ ଆଉ 2 ଦିନର ଅପେକ୍ଷା । ସବୁଦିନ ପାଇଁ ସାତ ଜନ୍ମର ସାଥୀ ହୋଇଯିବେ ରିଚା-ଅଲ୍ଲୀ । ବିବାହ ପାଇଁ ଉଭୟେ ବ୍ୟସ୍ତ ଥିବା ବେଳେ ବର୍ତ୍ତମାନ କକ୍‌ଟେଲ୍‌ ପାର୍ଟିରୁ କିଛି ଫଟୋ ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

ପାରମ୍ପରିକ ଲୁକ୍‌ରେ ରିଚା ଓ ଅଲ୍ଲୀ, କକ୍‌ଟେଲ୍‌ ପାର୍ଟିର ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ବଲିଉଡର ଆଉ ଏକ ପ୍ରେମ କାହାଣୀ ପୂରା ହେବାକୁ ଯାଉଛି । ରିଚା ଚଢା ଏବଂ ଅଲି ଫୈଜଲ ସେମାନଙ୍କ ସମ୍ପର୍କକୁ ଏକ ନୂଆ ନାମ ଦେବାକୁ ଯାଉଛନ୍ତି । ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରୁଥିବା ରିଚା ଏବଂ ଅଲି ଆସନ୍ତା ୪ ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ମେହେନ୍ଦି-ସଂଗୀତ୍‌ ପରେ ବର୍ତ୍ତମାନ କକ୍‌ଟେଲ୍‌ ପାର୍ଟିରୁ କିଛି ଫଟୋ ସାମ୍ନାକୁ ଆସିଛି । ଏହି ଫଟୋରେ ରିଚା ଏବଂ ଅଲି ବହୁତ ଗ୍ଲାମରସ୍ ଦେଖାଯାଉଛନ୍ତି । ଯୋଡିଙ୍କ ଚେହେରାରେ ବିବାହର ଚମକ ସ୍ପଷ୍ଟ ଦେଖାଯାଉଛି ।

କକ୍‌ଟେଲ୍‌ ପାର୍ଟିର ଭିଡିଓ ଭାଇରାଲ

ପାରମ୍ପରିକ ଲୁକ୍‌ରେ ରିଚା-ଅଲି

ରିଚା ଏବଂ ଅଲି କକଟେଲ୍‌ ପାର୍ଟିରେ ପାରମ୍ପାରିକ ଲୁକ୍‌ରେ ନଜର ଆସିଥିଲେ । ଏହି ପାର୍ଟିରେ ରିଚା ଗୋଲ୍ଡେନ୍‌ ରଙ୍ଗର ଏକ ସୁନ୍ଦର ଶାଢୀ ପିନ୍ଧିଥିବାବେଳେ ଅଲି ଶେରୱାନି ପିନ୍ଧିଥିଲେ । ଦୁହେଁ ପାପାରାଜିଙ୍କ ସାମ୍ନାକୁ ଆସି ଫଟୋ ପୋଜ୍ ଦେଇଥିଲେ । ବର ଏବଂ କନିଆ ହେବାର ଖୁସି ସେମାନଙ୍କ ମୁହଁରେ ସ୍ପଷ୍ଟ ଦେଖାଯାଉଥିଲା ।

ସଂଗୀତ ସମାରୋହର ଫଟୋ

ଏହାପୂର୍ବରୁ ରିଚା ଏବଂ ଅଲି ସଂଗୀତ ସମାରୋହର ଫଟୋ ନିଜ ସୋସିଆଲ ମିଡିଆ ପେଜ୍‌ରେ ସେୟାର କରିଥିଲେ । ଉଭୟ ରୋମାଣ୍ଟିକ୍ ପୋଜ୍ ଦେଉଥିବାର ନଜର ଆସିଥିଲେ । ଫଟୋ ସେୟାର କରି ରିଚା କ୍ୟାପସନରେ ଲେଖିଥିଲେ - '#RiAli Mohabbat Mubarak'। ସେହିପରି ଅଲି ସମାନ ଫଟୋ ପୋଷ୍ଟ କରି କ୍ୟାପସନ୍ ଦେଇଥିଲେ, 'ତୁମକୁ ମଧ୍ୟ।'

ମୁମ୍ବାଇରେ ବିବାହ

ଅକ୍ଟୋବର 4 ତାରିଖରେ ରିଚା ଏବଂ ଅଲି ଅଗ୍ନିକୁ ସାକ୍ଷୀ ରଖି ସାରା ଜୀବନ ପାଇଁ ପରସ୍ପରର ହାତ ଧରିବେ । ଅଲି ଫୈଜଲ ଏବଂ ରିଚା ପାରମ୍ପାରିକ ଢଙ୍ଗରେ ବିବାହ କରିବାକୁ ଚାହୁଁଛନ୍ତି । ଦିଲ୍ଲୀରେ ପ୍ରିଓ୍ବେଡିଂ ଫଙ୍କସନ୍‌ ଶେଷ କରିବା ପରେ ରିଚା ଏବଂ ଅଲି ମୁମ୍ବାଇରେ ବିବାହ କରିବେ । ଏହି ଅଭିନେତ୍ରୀ ସୋସିଆଲ ମିଡିଆରେ ସକ୍ରିୟ ଅଛନ୍ତି ଏବଂ ବିବାହ ସହ ଜଡିତ ପ୍ରତ୍ୟେକ ଅପଡେଟ୍ ପ୍ରଶଂସକଙ୍କ ସହ ସେୟାର କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.