ETV Bharat / entertainment

Nitin Desai Death: ଜୀବନ ହାରିଲେ ପ୍ରଖ୍ୟାତ କଳା ନିର୍ଦ୍ଦେଶକ ନିତିନ ଦେଶାଇ, ଷ୍ଟୁଡିଓରୁ ମିଳିଲା ମୃତଦେହ

ଲୋକପ୍ରିୟ କଳା ନିର୍ଦ୍ଦେଶକ ନିତିନ ଦେଶାଇ ଜୀବନ ହାରିଥିବା ସୂଚନା । ସେ '1942 ଏକ ଲଭ୍ ଷ୍ଟୋରୀ', 'ହମ୍ ଦିଲ୍ ଦେ ଚୁକେ ସନମ୍', 'ସ୍ବଦେଶ', 'ଖାକି', 'ଲଗାନ୍' ଏବଂ 'ଦେବଦାସ' ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି । ଅଧିକ ପଢନ୍ତୁ

author img

By

Published : Aug 2, 2023, 11:42 AM IST

ନିତିନ ଦେଶାଇ
ନିତିନ ଦେଶାଇ

ହାଇଦ୍ରାବାଦ: ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଲୋକପ୍ରିୟ କଳା ନିର୍ଦ୍ଦେଶକ, ପ୍ରଡକ୍ସନ୍ ଡିଜାଇନର୍, ନିର୍ମାତା ତଥା ଅଭିନେତା ନିତିନ ଚନ୍ଦ୍ରକାନ୍ତ ଦେଶାଇ ମଙ୍ଗଳବାର ବିଳମ୍ବିତ ରାତିରେ ଜୀବନ ହାରି ଦେଇଛନ୍ତି । ମୁମ୍ବାଇ ନିକଟସ୍ଥ କର୍ଜତରେ ଥିବା ଏନଡି ଷ୍ଟୁଡିଓରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ସେ କାହିଁକି ଶେଷ ନିଷ୍ପତ୍ତି ନେଲେ ତାହା ଜଣାପଡିନାହିଁ । ନିତିନ ଦେଶାଇଙ୍କ ମ୍ୟାନେଜର କହିଛନ୍ତି ଯେ, ସେ ସକାଳ ପ୍ରାୟ 3 ଟାରେ ଜୀବନ ହାରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 58 ବର୍ଷ ବୟସ ହୋଇଥିଲା । ସେ ଅଧିକାଂଶ ସମୟ ଏହି ଷ୍ଟୁଡିଓରେ ବିତାଉଥିଲେ ।

ଏହା ମଧ୍ୟ ପଢନ୍ତୁ: Bhabi Ji Ghar Par Hai: ପରଦାରେ ଆଉ ନଜର ଆସିବେନି ଅଙ୍ଗୁରୀ ଭାବି, ନିର୍ମାତା ଦେଲେ ଛୁଟି !

ନିତିନ ଦେଶାଇ ହେଲୋ ଜୟ ହିନ୍ଦ ଏବଂ ଅଜିନ୍ତା ଭଳି ଚଳଚ୍ଚିତ୍ରର ନିର୍ଦ୍ଦେଶକ ଭାବରେ ଜଣାଶୁଣା । ନିର୍ମାତା ଭାବରେ ଦେଶାଇ ରାଜା ଶିବାଚନ୍ଦ୍ରପତି ଏବଂ ଟ୍ରକବର ସ୍ବପନ ସହ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ନିତିନ ଦେଶାଇ ଚାଣକ୍ୟ ଏବଂ ତମସ୍ ପରି ସିରିଏଲ୍ ସହିତ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ଏଥିପାଇଁ ନିତିନ 13 ଦିନ ଏବଂ 13 ରାତି ପାଇଁ ନିରନ୍ତର କାର୍ଯ୍ୟ କରିଥିଲେ । ସେ ସମୟରେ ଏକ ସାକ୍ଷାତକାରରେ ନିତିନ କହିଥିଲେ ଯେ, ଯଦିଓ 15 ମିନିଟ୍ ପାଇଁ ଗାଧୋଇବାକୁ ବି ଯାଆନ୍ତି ଲାଗୁଥିଲା କି ସେ ତାଙ୍କର 15 ମିନିଟ୍ ସମୟ ନଷ୍ଟ କରୁଛନ୍ତି।

ବଲିଉଡ ଫିଲ୍ମ ପରିନ୍ଦା (1989), 1942 ଏ ଲଭ ଷ୍ଟୋରୀ (1993), ଆ ଗଲେ ଲଗ ଜା (1994), ଦ୍ରୋହ କାଲ୍‌ (1994), ଓହୋ ଡାର୍ଲିଂ, ୟେ ହେ ଇଣ୍ଡିଆ (1995), ଅକେଲେ ହମ୍‌ ଅକେଲେ ତୁମ୍ (1995), ଡନ୍ (1995), ବିଜେତା (1995), ଖାମୋସି - ଦି ମ୍ୟୁଜିକାଲ୍ (1995) ଏବଂ ଦିଲଜଲେ (1996) ସମେତ ଫିଲ୍ମରେ କଳା ନିର୍ଦ୍ଦେଶକ ଭାବରେ କାମ କରିଥିଲେ । ନିତିନ ଦେଶାଇ ଆର୍ଟ ନିର୍ଦ୍ଦେଶନା ପାଇଁ ଚାରିଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଛନ୍ତି । ଶେଷ ଥର ପାଇଁ ସେ ପାନିପଥ ଫିଲ୍ମ ପାଇଁ କାମ କରିଥିଲେ ।

ମହାରାଷ୍ଟ୍ର ବିଧାୟକ ମହେଶ ବାଲଡି କହିଛନ୍ତି, ‘ସେ ଆର୍ଥିକ ସଙ୍କଟ ସହ ସଂଘର୍ଷ କରୁଥିଲେ । ଏହା ଆତ୍ମହତ୍ୟାର କାରଣ ହୋଇପାରେ ।’ଏହା ବ୍ୟତୀତ ଦେଶାଇ ଦୋସ୍ତାନା, ଗଡ୍‌ ତୁସି ଗ୍ରେଟ୍ ହୋ, ଧନ୍ ଧନା ଧନ୍ ଗୋଲ୍, ଗାନ୍ଧୀ ମାଇଁ ଫାଦର, ଲଗେ ରାହୋ ମୁନ୍ନାଭାଇ, ମୁନ୍ନାଭାଇ ଏମବିବିଏସ୍ ଏବଂ ଦି ଲିଜେଣ୍ଡ୍ ଅଫ୍ ଭଗତ ସିଂ ଭଳି ସୁପରହିଟ୍ ଚଳଚ୍ଚିତ୍ରରେ କଳା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ଉଲ୍ଲେଖନୀୟ ଯେ, ଏହି ସମସ୍ତ ଚଳଚ୍ଚିତ୍ରର ସେଟ୍ ନିତିନ ଦେଶାଇ ତାଙ୍କ ND ଷ୍ଟୁଡିଓରେ ସେଟ୍ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.