ETV Bharat / entertainment

Balasubrahmanyam Death Anniversary: ସ୍ମୃତିରେ ପ୍ରଖ୍ୟାତ ଗାୟକ ବାଲାସୁବ୍ରମଣ୍ୟମ, ଏମିତି ଥିଲା ସିନେମା ଯାତ୍ରା

author img

By ETV Bharat Odisha Team

Published : Sep 25, 2023, 6:57 AM IST

ତେଲୁଗୁ ସଙ୍ଗୀତ ଜଗତ ପାଇଁ ସେ ସାଜିଛନ୍ତି ଠିକଣା । ଆଜି ବି ତାଙ୍କ କଣ୍ଠର ଯାଦୁ ତାଙ୍କୁ ଫ୍ୟାନ୍ସଙ୍କ ହୃଦୟରେ ସାଇତି ରଖିଛି । 55 ବର୍ଷର ସିନେମା ଯାତ୍ରା ମଧ୍ୟରେ ତେଲୁଗୁ, କନ୍ନଡ, ତାମିଲ, ହିନ୍ଦୀ ଓ ମାଲାୟାଲାମ ଭାଷାରେ ଗାଇଛନ୍ତି ଅନେକ ଲୋକପ୍ରିୟ ଗୀତ । 6ଥର ଜାତୀୟ ପୁରସ୍କାର ଜିତିଥିବା 90 ଦଶକର ପ୍ରଖ୍ୟାତ ଗାୟକ ଏସ୍‌ପି ବାଲାସୁବ୍ରମଣ୍ୟମଙ୍କ ଆଜି 3ୟ ଶ୍ରାଦ୍ଧ ବାର୍ଷିକୀରେ ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି ଖାସ କଥା । ଅଧିକ ପଢ଼ନ୍ତୁ

Balasubrahmanyam death anniversary
Balasubrahmanyam death anniversary

ହାଇଦ୍ରାବାଦ: ପ୍ରଖ୍ୟାତ ଗାୟକ ଏସପି ବାଲାସୁବ୍ରମଣ୍ୟମଙ୍କ ଆଜି 3ୟ ଶ୍ରାଦ୍ଧ ବାର୍ଷିକୀ । ଆଜି ସେ ଆମ ଗହଣରେ ନାହାନ୍ତି ସତ, ତଥାପି ସେ ଅମର । ତାଙ୍କ କଣ୍ଠର ଯାଦୁ ଆଜି ବି ବାଲୁଙ୍କୁ ଫ୍ୟାନ୍ସଙ୍କ ହୃଦୟରେ ସାଇତି ରଖିଛି । 90 ଦଶକର ଏହି ସୁନାମଧନ୍ୟ ଗାୟକଙ୍କ ହଜାର ହଜାର ସଙ୍ଗୀତ ଆଜି ବି ସତେଜ । ସେ ତେଲୁଗୁ, କନ୍ନଡ, ତାମିଲ, ହିନ୍ଦୀ ଓ ମାଲାୟାଲାମ ଭାଷାରେ ନିଜ ସଙ୍ଗୀତର ଯାଦୁ ଦେଖାଇ ସଙ୍ଗୀତପ୍ରେମୀଙ୍କ ମନରେ ଘର କରିଛନ୍ତି । ଆଜି ବି ତାଙ୍କ ଗୀତ ଫ୍ୟାନ୍ସଙ୍କୁ ମତୁଆଲା କରୁଛି । ସୁବ୍ରମଣ୍ୟମ 1965ରୁ ଗୀତ ଗାଇ ଆସୁଥିବା ବେଳେ ତାଙ୍କ 55 ବର୍ଷର ସିନେମା ଯାତ୍ରା ବେଶ ରୋଚକଭରା ଥିଲା । ଯାହାକି ତାଙ୍କୁ ଜାତୀୟ ସ୍ତରରେ 6ଥର ବେଷ୍ଟ୍‌ ପ୍ଲେ-ବ୍ୟାକ୍‌ ସିଙ୍ଗର ଆୱାର୍ଡରେ ସମ୍ମାନିତ କରିଥିଲା ।

Balasubrahmanyam
ପ୍ରଖ୍ୟାତ ଗାୟକ ବାଲାସୁବ୍ରମଣ୍ୟମ

55 ବର୍ଷର ସିନେମା ଯାତ୍ରା:- ସୁବ୍ରମଣ୍ୟମଙ୍କ 74 ବର୍ଷ ଜୀବନ କାଳରେ ତାଙ୍କ ସିନେମା ଯାତ୍ରା ସମ୍ପର୍କରେ ଆଲୋଚନା କରିବା ଟିକେ କଷ୍ଟକର । ସେ ପ୍ରଥମ ଥର ପାଇଁ 1965 ମସିହାରେ ଗୀତ ଗାଇବା ପାଇଁ ଆରମ୍ଭ କରିଥିବା ବେଳେ ଶେଷ ନିଶ୍ବାସ ପର୍ଯ୍ୟନ୍ତ କଳା ଜଗତକୁ ନିଜକୁ ସମର୍ପି ଦେଇଥିଲେ । ଜାତୀୟ ସ୍ତରରେ ସେ ଶ୍ରେଷ୍ଠ ପ୍ଲେ-ବ୍ୟାକ୍ ଗାୟକ ଭାବେ 6 ଥର ପୁରସ୍କୃତ ହୋଇଛନ୍ତି । ସେ ତେଲୁଗୁ, କନ୍ନଡ଼, ତାମିଲ ଏବଂ ହିନ୍ଦୀରେ ଅନେକ ଲୋକପ୍ରିୟ ଗୀତ ଗାଇଛନ୍ତି । କ୍ଲାସିକାଲ ସଙ୍ଗ୍‌ରେ ସୁବ୍ରମଣ୍ୟମଙ୍କ ଦକ୍ଷତା ନଥିବା ଚର୍ଚ୍ଚା ହେଉଥିବା ବେଳେ ସେ ତେଲୁଗୁ ସୁପରହିଟ ଫିଲ୍ମ 'ଶଙ୍କରା ଭରଣମ'ରେ କ୍ଲାସିକାଲ ସଙ୍ଗ୍‌ ଗାଇ ସମସ୍ତଙ୍କୁ ଭୁଲ ପ୍ରମାଣିତ କରିଥିଲେ ।

ଏହା ବି ପଢନ୍ତୁ- ପରପାରିରେ ପ୍ରଖ୍ୟାତ ଗାୟକ ଏସପି ବାଲାସୁବ୍ରମଣ୍ୟମ

ଏହାବାଦ୍‌ ସୁବ୍ରମଣ୍ୟମ 'ଏକ ଦୁଜେ କେଲିୟେ' ହିନ୍ଦୀ ଫିଲ୍ମରେ କଣ୍ଠଦାନ କରି ବଲିଉଡ ଜଗତରେ ମଧ୍ୟ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଦକ୍ଷିଣ ସିନେ ଜଗତରେ ତାମିଲ ଓ କନ୍ନଡ଼ ଭାଷାରେ ଗୀତ ଗାଇ ସେ ଜାତୀୟ ପୁରସ୍କାର ମଧ୍ୟ ହାତେଇଥିଲେ । ସେ ଏକାଧାରରେ ଗାୟକ ସହିତ ଅଭିନେତା, ଡବିଂ ଆର୍ଟିଷ୍ଟ, ସଙ୍ଗୀତ ନିର୍ଦ୍ଦେଶକ ମଧ୍ୟ ଥିଲେ । ଆନ୍ଧ୍ରପ୍ରଦେଶ ସରକାରଙ୍କ ସମ୍ମାନଜନକ ନନ୍ଦି ଆୱାର୍ଡରେ ମଧ୍ୟ ତାଙ୍କୁ ସମ୍ମାନିତ କରାଯାଇଥିଲା ।

6ଥର ଜିତିଥିଲେ ଜାତୀୟ ପୁରସ୍କାର :- ସୁବ୍ରମଣ୍ୟମ ଜିତିଥିବା ପୁରସ୍କାର ଆକାଶରେ ତାରା ପରି । ତାଙ୍କର ଉତ୍କୃଷ୍ଟ ତଥା ସୁମଧୁର ସ୍ବର ତାଙ୍କୁ 6 ଥର ଜାତୀୟ ପୁରସ୍କାର ଜିତିବାରେ ସହାୟକ ହୋଇଥିଲା । ଏହାସହ ଆନ୍ଧ୍ରପ୍ରଦେଶ ରାଜ୍ୟ ସରକାରଙ୍କ ପକ୍ଷରୁ ‘ବେଷ୍ଟ ପ୍ଲେବ୍ୟାକ୍ ସିଙ୍ଗର୍‌’ କାଟାଗୋରି ପାଇଁ ତାଙ୍କୁ ସମ୍ମାନଜନକ ନନ୍ଦୀ ପୁରସ୍କାର ପ୍ରଦାନ କରାଯାଇଥିଲା । ଏସପି ବାଲୁ ପ୍ରାୟ 16ଟି ଭାଷା ଏବଂ ପ୍ରାୟ 40,000 ଗୀତରେ ନିଜ ଛାପ ଛାଡ଼ିଛନ୍ତି ।

Balasubrahmanyam
ତତ୍କାଳୀନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କଠାରୁ ପଦ୍ମଶ୍ରୀ ଗ୍ରହଣ କରୁଛନ୍ତି ବାଲୁ

ଜିତିଛନ୍ତି 6ଟି ଫିଲ୍ମଫେୟାର ଆୱାର୍ଡ:- ବଲିଉଡର ଅନ୍ୟତମ ସମ୍ମାନଜନକ ଆୱାର୍ଡ 'Filmfare Award' ଥରେ କି 2ଥର ନୁହେଁ 6ଥର ଜିତିଥିଲେ ବାଲାସୁବ୍ରମଣ୍ୟମ । ଭାରତୀୟ ସିନେ ଜଗତକୁ ନିଜ ଅବଦାନ ଲାଗି ତାଙ୍କୁ 2012ମସିହାରେ NTR ନ୍ୟାସନାଲ ଆୱାର୍ଡରେ ସମ୍ମାନିତ କରାଯାଇଥିଲା । ଏହାପରେ 2016ରେ ସେ ସିଲଭର ପିକକ୍‌ ମେଡାଲ ମଧ୍ୟ ମିଳିଥିଲା । ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ 2001ରେ ପଦ୍ମଶ୍ରୀ, 2011ରେ ପଦ୍ମଭୂଷଣ ପ୍ରଦାନ କରାଯାଇଥିଲା ।

Balasubrahmanyam
ପ୍ରଖ୍ୟାତ ଗାୟକ ବାଲାସୁବ୍ରମଣ୍ୟମ

ଯଦି ବାଲା ସୁବ୍ରମଣ୍ୟମଙ୍କୁ ଗୋଟିଏ ଶବ୍ଦରେ ବର୍ଣ୍ଣନା କରାଯାଏ, ତେବେ ସେ ସମ୍ପ୍ରତି ସମୟରେ ତେଲୁଗୁ ସଂଗୀତ ଜଗତ ପାଇଁ ଏକ ଠିକଣା ପାଲଟିଛନ୍ତି । ବାଲୁ ସବୁବେଳେ ନିଜର ପ୍ରତ୍ୟେକ ଗୀତରେ ଏକ ଛାପ ଛାଡିଥାଆନ୍ତି, ଯାହାକି ତାଙ୍କୁ ପ୍ରଶଂସକଙ୍କ ମହଲରେ ଅଧିକ ଲୋକପ୍ରିୟତା ଆଣି ଦେଇଥାଏ । 2020 ସେପ୍ଟେମ୍ବର 25 ତାରିଖରେ ହଠାତ୍‌ ଯେତେବେଳେ ବାଲୁଙ୍କ ନିଧନର ଦୁଃଖଦ ଖବର ଆସିଥିଲା, ସେତେବେଳେ ତେଲୁଗୁ ସଙ୍ଗୀତ ଜଗତ ନିସ୍ତବ୍ଦ ହୋଇଯାଇଥିଲା । ଫ୍ୟାନ୍ସ ଏହି ଖବରକୁ ସହଜରେ ଗ୍ରହଣ କରିପାରିନଥିଲେ । ତେବେ ଆଜି ତାଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସଂଗୀତ ଜଗତ ଓ ପ୍ରଶଂସକ ଏହି ବର୍ଷିୟାନ ଗାୟକଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.