ETV Bharat / entertainment

Sherdil Movie: ରିଲିଜ ହେଲା କେକେଙ୍କ ଶେଷ ଗୀତ ଧୁପ ପାନି ବହେନେ ଦେ

author img

By

Published : Jun 7, 2022, 10:14 AM IST

ମେ 31 ତାରିଖରେ କୋଲକାତାରେ କେ.କେଙ୍କ ମୃତ୍ୟୁ ପରେ ତାଙ୍କର ଶେଷ ଗୀତ ମଙ୍ଗଳବାର ମୁକ୍ତିଲାଭ କରିଛି । ଗୀତର ନାମ ହେଉଛି ଧୁପ ପାନି ବହନେ ଦେ (Dhoop Paani Bahne De) । ଅଧିକ ପଢନ୍ତୁ

କେକେଙ୍କ ଶେଷ ଗୀତ Dhoop Paani Bahne De ରିଲିଜ୍‌, ଭାବୁକ ହେଲେ ଫ୍ୟାନ୍ସ

ହାଇଦ୍ରାବାଦ: ବଲିଉଡର ପ୍ରସିଦ୍ଧ ଗାୟକ କେକେଙ୍କ ସ୍ବର ସବୁଦିନ ପାଇଁ ନିରବି ଯାଇଛି । କିନ୍ତୁ ପ୍ରଶଂସକଙ୍କ ପାଇଁ ସେ ତାଙ୍କର ଯାଦୁଗରୀ କଣ୍ଠର ଗୀତ ସ୍ମୃତି ଭାବେ ଛାଡି ଯାଇଛନ୍ତି । ସେଥିମଧ୍ୟରୁ ତାଙ୍କର ଏମିତି କିଛି ଗୀତ ରହିଛି, ଯାହା କେକେଙ୍କୁ ଚିର ଅମର କରି ରଖିବ । ମେ 31 ତାରିଖରେ କୋଲକାତାରେ କେ.କେଙ୍କ ମୃତ୍ୟୁ ପରେ ତାଙ୍କର ଶେଷ ଗୀତ ଆଜି ମୁକ୍ତିଲାଭ କରିଛି । କେ.କେ ପ୍ରଶଂସକଙ୍କ ପାଇଁ କେବଳ ଏକ ଗୀତ ନୁହେଁ ବରଂ ଏକ ଅମୂଲ୍ୟ ଧନ ଥିଲେ, ଯାହାର କୌଣସି ତୁଳନା ନାହିଁ ।

କେ.କେଙ୍କର ଶେଷ ଗୀତ

  • " class="align-text-top noRightClick twitterSection" data="">

କେ.କେଙ୍କର ଏହି ଶେଷ ଗୀତ ପଙ୍କଜ ତ୍ରିପାଠୀଙ୍କ ଚଳଚ୍ଚିତ୍ର 'ଶେରଦିଲ୍: ଦ ପିଲିଭିତ୍‌ ସାଗା'ରେ (Sherdil The Pilibhit Saga) ଅଛି । ଗୀତର ନାମ ହେଉଛି ଧୁପ ପାନି ବହନେ ଦେ (Dhoop Paani Bahne De) । ଗୁଲଜାର ଏହି ଗୀତ ଲେଖିଥିବାବେଳେ ଶାନ୍ତନୁ ମିତ୍ରଙ୍କ ଦ୍ୱାରା ରଚନା କରାଯାଇଛି । ଶେରଦିଲ୍ ଫିଲ୍ମ ଜୁନ୍ 24 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହି ସିନେମାରେ ମୁଖ୍ୟ ଭୂମିକାରେ ପଙ୍କଜ ତ୍ରିପାଠୀ, ନୀରଜ କାବି, ସାଇନି ଗୁପ୍ତା ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଶ୍ରୀଜିତ ମୁଖାର୍ଜୀ ।

ଏହା ବି ପଢନ୍ତୁ: କେକେଙ୍କ ମୃତ୍ୟୁର ହେବ CBI ତଦନ୍ତ

ଭାବପ୍ରବଣ ହେଲେ ପ୍ରଶଂସକ

କେ.କେ ପ୍ରଶଂସକଙ୍କ ପାଇଁ ଏହି ଗୀତଟି ଅତ୍ୟନ୍ତ ସ୍ୱତନ୍ତ୍ର । ଏହି ଗୀତ ଶୁଣିବାବେଳେ ପ୍ରଶଂସକଙ୍କ ଆଖି ଲୁହରେ ଭିଜି ଯାଇଥିଲା । କିଏ ଜାଣିଥିଲା ​​ଏହା କେ.କେଙ୍କର ଶେଷ ଗୀତ ହେବ । 'ଧୁପ ପାନି ବହନେ ଦେ' ଗୀତକୁ ଲକ୍ଷ ଲକ୍ଷ ଭ୍ୟୁଜ୍‌ ମିଳିସାରିଛି । ଗୋଟେପଟେ କେ.କେ.ଙ୍କ ଦମଦାର ସ୍ୱର ଅନ୍ୟ ପଟେ ଗୁଲଜାରଙ୍କ ଲିରିକ୍ସ ଏହି ଗୀତକୁ ସ୍ବତନ୍ତ୍ର କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.