ETV Bharat / entertainment

Happy Birthday Rekha: ସ୍ୱପ୍ନ ଥିଲା ଏୟାର ହୋଷ୍ଟେସ୍‌ ହେବାକୁ, ପଢିବାକୁ ସମ୍ବଳ ନଥିବାରୁ ହୋଇଗଲେ ଅଭିନେତ୍ରୀ

author img

By ETV Bharat Odisha Team

Published : Oct 10, 2023, 10:51 AM IST

ଆଜି ବଲିଉଡ୍‌ର ଏଭର ଗ୍ରୀନ୍‌ ଅଭିନେତ୍ରୀ ରେଖାଙ୍କ ଜନ୍ମଦିନ । 69 ବର୍ଷରେ ପାଦ ରଖିଛନ୍ତି ରେଖା । ଏବେ ବି ତାଙ୍କ ସୁନ୍ଦରତା ଆଗରେ ବଲିଉଡର ଅନେକ ହିରୋଇନ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି । କିନ୍ତୁ ରେଖା କେବେ ଚାହୁଁନଥିଲେ ଅଭିନେତ୍ରୀ ହେବାକୁ । ଅଧିକ ପଢନ୍ତୁ

ଅଭିନେତ୍ରୀ ରେଖା
ଅଭିନେତ୍ରୀ ରେଖା

ହାଇଦ୍ରାବାଦ: ଅଭିନେତ୍ରୀ ରେଖା, ଯାହାଙ୍କ ଆଖିରୁ ହିଁ ଫୁଟି ଉଠେ ଅଭିନୟ । ସେ ଇଣ୍ଡଷ୍ଟ୍ରିରେ ଏପରି ଜଣେ ଅଭିନେତ୍ରୀ ଯିଏ ଆଖିରେ ଆଖିରେ ଦର୍ଶକଙ୍କୁ ଘାଇଲା କରନ୍ତି, ଏଥିପାଇଁ ତାଙ୍କୁ ସଂଳାପର ଆବଶ୍ୟକ ପଡେ ନାହିଁ । କିନ୍ତୁ ଆପଣ ଜାଣନ୍ତି କି ରେଖା କେବେ ଅଭିନେତ୍ରୀ ହେବାକୁ ଚାହୁଁନଥିଲେ, ବରଂ ସେ ଏୟାର ହୋଷ୍ଟେସ୍ ହେବାର ସ୍ୱପ୍ନ ଦେଖିଥିଲେ । କୁହନ୍ତିନା ଭାଗ୍ୟରେ ଯାହା ଲେଖାଥାଏ ତାହା ମିଳିଥାଏ ଏବଂ ଭାନୁରେଖା ଗଣେଶନ୍‌ଙ୍କ ଭାଗ୍ୟରେ ଥିଲା ସେ ଇଣ୍ଡଷ୍ଟ୍ରିରେ ବର୍ଷ ବର୍ଷ ଧରି ରାଜ୍‌ କରିବେ । ଆଉ ସେମିତି ହିଁ ହେଲା । ଏଭରଗ୍ରୀନ ଅଭିନେତ୍ରୀଙ୍କ 69ତମ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ସମ୍ପର୍କରେ କିଛି ଅଜଣା କଥା...

ସ୍ୱପ୍ନ ଥିଲା ହେୟାର ହୋଷ୍ଟେସ୍ ହେବାର

ରେଖା ହୁଏତ ଅଭିନୟ ଦୁନିଆରେ ଆଜି ରାଜ୍‌ କରୁଛନ୍ତି କିନ୍ତୁ ଖୁବ୍ କମ୍ ଲୋକ ଜାଣିଥିବେ ଯେ ରେଖା କେବେ ଅଭିନେତ୍ରୀ ହେବାକୁ ଚାହୁଁନଥିଲେ । ତାଙ୍କର ସ୍ୱପ୍ନ ଥିଲା ଆହୁରି ଉଚ୍ଚରେ ଉଡ଼ିବା ପାଇଁ । ସେ ଜଣେ ଏୟାର ହୋଷ୍ଟେସ୍ ହେବାକୁ ଚାହୁଁଥିଲେ । ଯାହାଫଳରେ ସେ ବିଶ୍ବ ଭ୍ରମଣ କରିପାରିବେ । ସେ ସ୍ପଷ୍ଟ ଭାବରେ ଚଳଚ୍ଚିତ୍ରରେ କାମ କରିବାକୁ ମନା କରିଦେଇଥିଲେ କିନ୍ତୁ ମାଆ ପୁଷ୍ପାବଲ୍ଲୀଙ୍କ ଜିଦ୍‌ରେ ସେ ଏହି ବୃତ୍ତିକୁ ଆପଣାଇ ଥିଲେ । ରେଖାଙ୍କ ପରିବାର ବହୁତ ବଡ ଏବଂ ରୋଜଗାର କରିବା ଲୋକ କମ୍ ଥିଲେ । ସେଥିପାଇଁ ମାଆ ତାଙ୍କ ଝିଅ ରେଖାଙ୍କୁ ଅଭିନୟ କରିବାକୁ କହିଥିଲେ । ଯଦିଓ ରେଖା ସ୍ପଷ୍ଟ ଭାବରେ ମନା କରିଦେଇଥିଲେ, କିନ୍ତୁ ମାଆ ରେଖାଙ୍କୁ ମନାଇ ନେଇଥିଲେ । ଏକ ସାକ୍ଷାତକାରରେ ରେଖା ନିଜେ ଏକଥା କହିଥିଲେ ।

ଘରର ଆର୍ଥିକ ଅବସ୍ଥା ଯୋଗୁଁ ଅଭିନୟ ଆରମ୍ଭ କଲେ

ରେଖା ଆହୁରିମଧ୍ୟ କହିଥିଲେ ଯେ, ସେହି ସମୟରେ ଘରର ଆର୍ଥିକ ଅବସ୍ଥା ଭଲ ନଥିଲା । ଏହି କାରଣରୁ ସେ ବାଧ୍ୟତାମୂଳକ ଅଭିନୟ ଆରମ୍ଭ କରିଥିଲେ । ଏଥାପାଇଁ ସେ 13 ବର୍ଷ ବୟସରେ ସ୍କୁଲ ଛାଡିଥିଲେ । ସେ ସେତେବେଳେ ନବମ ଶ୍ରେଣୀରେ ପଢୁଥିଲେ । ଏହା ପରେ ସେ କେବେ ସ୍କୁଲ ଯାଇନଥିଲେ । ପ୍ରାୟ 16 ବର୍ଷ ବୟସରେ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ ରେଖା । ଏକ ସାକ୍ଷାତକାରରେ ରେଖା ନିଜ ଜୀବନ ସହ ଜଡିତ ଅନେକ ବିଶେଷ କଥା କହିଥିଲେ ଯାହା ତାଙ୍କ ବିଷୟରେ ଖୁବ୍ କମ୍ ଲୋକ ଜାଣିଥିବେ ।

ଏହା ମଧ୍ୟ ପଢନ୍ତୁ: Pan Masala Ad: ବିବାଦ ପରେ ମୁହଁ ଖୋଲିଲେ ଅକ୍ଷୟ କୁମାର, 2021ରେ ସୁଟ୍‌ କରାଯାଇଥିଲା କହିଲେ

ଏହି ଚଳଚ୍ଚିତ୍ରରୁ କ୍ୟାରିଅର୍ ଆରମ୍ଭ କରିଥିଲେ ରେଖା

1966 ମସିହାରେ ମୁକ୍ତିଲାଭ କରିଥିବା ତାମିଲ ଚଳଚ୍ଚିତ୍ର 'ରଙ୍ଗୁଲା ରତ୍ନମ୍'ରୁ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ ରେଖା । ଏହି ଚଳଚ୍ଚିତ୍ରରେ ସେ ଶିଶୁ କଳାକାର ଭାବରେ ନଜର ଆସିଥିଲେ । ଏହାପରେ ରେଖା କନ୍ନଡ ଚଳଚ୍ଚିତ୍ରରେ ଜଣେ ମୁଖ୍ୟ ଅଭିନେତ୍ରୀ ଭାବରେ ପରିଚିତ ହେବାର ସୁଯୋଗ ପାଇଲେ । ଏହି ଚଳଚ୍ଚିତ୍ରର ନାମ ହେଉଛି 'ଅପରେସନ୍ ଜ୍ୟାକପଟ୍ ନଲ୍ଲି CID 999', ଯେଉଁଥିରେ ସେହି ସମୟର ପ୍ରସିଦ୍ଧ ଅଭିନେତା ରାଜ କୁମାର ରେଖାଙ୍କ ସହ ନଜର ଆସିଥିଲେ । ଏହି ଚଳଚ୍ଚିତ୍ରରେ ରେଖାଙ୍କ କାମ ବହୁତ ପସନ୍ଦ ହୋଇଥିଲା, ଯେଉଁଥିପାଇଁ ଅଭିନେତ୍ରୀ ଖୁବ୍ କମ୍ ସମୟ ମଧ୍ୟରେ ବଲିଉଡ୍ ଇଣ୍ଡଷ୍ଟ୍ରିରେ ସ୍ଥାନ ପାଇଥିଲେ ।

ରେଖାଙ୍କ ଚଳଚ୍ଚିତ୍ର :

1970ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ସାୱାନ୍ ଭାଦୋ' ମାଧ୍ୟମରେ ରେଖା ବଲିଉଡରେ ଡେବ୍ୟୁ କରିଥିଲେ । ତାଙ୍କର ପ୍ରଥମ ଚଳଚ୍ଚିତ୍ର ବକ୍ସ ଅଫିସରେ ଏକ ହିଟ୍ ପ୍ରମାଣିତ ହୋଇଥିଲା, ଯାହାପରେ ରେଖା ରାତାରାତି ଷ୍ଟାର ହୋଇଯାଇଥିଲେ । କିନ୍ତୁ 1976ରେ ମୁକ୍ତିଲାଭ କରିଥିବା ଫିଲ୍ମ 'ଦ ଅନଜାନେ'ରୁ ରେଖା ତାଙ୍କର ପ୍ରକୃତ ପରିଚୟ ପାଇଥିଲେ, ଯେଉଁଥିରେ ତାଙ୍କୁ ଅଭିନେତା ଅମିତାଭ ବଚ୍ଚନଙ୍କ ସହ ଦେଖିବାକୁ ମିଳିଥିଲା । ଏହି ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ଏବଂ ଅମିତାଭ ବଚ୍ଚନଙ୍କ ସହ ତାଙ୍କ କେମେଷ୍ଟ୍ରି ପ୍ରଶଂସକଙ୍କ ଦ୍ୱାରା ବହୁତ ପ୍ରଶଂସିତ ହୋଇଥିଲା ।

ଏହାପରେ ରେଖା ବଲିଉଡକୁ 'ଖୁନ୍ ଭରୀ ମାଙ୍ଗ', 'ମୁକଦ୍ଦର କା ସିକନ୍ଦର', 'ମିଷ୍ଟର ନଟବରଲାଲ୍‌', 'ସୁହାଗ', 'ଯୁଦାଇ', 'କାମ ସୂତ୍ର: ଟେଲ ଅଫ୍ ଲଭ୍', 'ଉମ୍ରାଓ ଜାନ' ଭଳି ଅନେକ ସୁପରହିଟ୍ ଚଳଚ୍ଚିତ୍ର ଦେଇଥିଲେ । 'ସିଲସିଲା', 'ଖିଲାଡିୟୋଁ କା ଖିଲାଡି', 'ବିବି ହୋ ତୋ ଏସି', 'ରାମ ବଳରାମ’ ସମେତ ଅନେକ ହିଟ୍ ଫିଲ୍ମ ଅନ୍ତର୍ଭୁକ୍ତ । ଏହି ସମସ୍ତ ଚଳଚ୍ଚିତ୍ର ମାଧ୍ୟମରେ ରେଖା ନିଜକୁ ବହୁମୁଖୀ ଅଭିନେତ୍ରୀ ଭାବରେ ପ୍ରମାଣିତ କରିଛନ୍ତି । ରେଖା 50 ବର୍ଷ ଧରି ନିଜ କ୍ୟାରିୟରରେ 180ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.