ମୁମ୍ବାଇ: ବଲିଉଡର ଏଭର ଗ୍ରୀନ ସୁପରଷ୍ଟାର ଏବଂ ଟାଇମଲେସ ବ୍ୟୁଟି ରେଖା ଆଜି 68 ବର୍ଷରେ ପାଦ ଦେଇଛନ୍ତି । ସେ ତାଙ୍କ ସମୟରେ ଯେତିକି ସୁନ୍ଦର ଏବଂ ଅଭିନୟର ଜଲଓ୍ବା ବିସ୍ତାର କରୁଥିଲେ, ତାହା ଆଜି ବି ଜାରି ରହିଛି। 1954 ଅକ୍ଟୋବର 10ରେ ଚେନ୍ନାଇରେ ଜନ୍ମଗ୍ରହଣ କରିଥିବା ରେଖାଙ୍କ ସୌନ୍ଦର୍ଯ୍ୟର ଦିୱାନା ଲକ୍ଷ ଲକ୍ଷ ଦର୍ଶକ । ସୌନ୍ଦର୍ଯ୍ୟର ଯାଦୁ ଦେଖାଇବା ସହିତ ହିନ୍ଦୀ ସିନେମାରେ ମଧ୍ୟ ତାଙ୍କ ଯୋଗଦାନ ଅନେକ ରହିଛି । ତେବେ ରେଖାଙ୍କ ଜନ୍ମଦିନ ଅବସରରେ ତାଙ୍କର କିଛି ମହାନ ତଥା ଦମଦାର ଚଳଚ୍ଚିତ୍ର ଉପରେ ନଜର ପକାଇବା ।
ସିଲସିଲା:
- " class="align-text-top noRightClick twitterSection" data="">
ସିଲସିଲା 1981ରେ ରିଲିଜ୍ ହୋଇଥିବା ହିନ୍ଦୀ ଭାଷାର ରୂମାନୀ ନାଟ୍ୟ ଫିଲ୍ମ ଅଟେ । ଏଥିରେ ୟଶ ଚୋପ୍ରା ନିର୍ଦ୍ଦେଶନା ଦେଇଥିଲେ ଏବଂ ଏହି ଚଳଚ୍ଚିତ୍ରରେ ରେଖାଙ୍କ ସହ ଅମିତାଭ ବଚ୍ଚନ, ଜୟା ବଚ୍ଚନ, ସଞ୍ଜୀବ କୁମାର ଏବଂ ଶଶି କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରଟି ତିନି ତାରକା ଅମିତାଭ-ଜୟା-ରେଖାଙ୍କ ରିଅଲ୍ ଲାଇଫ୍ର ତ୍ରିକୋଣୀୟ ପ୍ରେମ କାହାଣୀ ଦ୍ବାରା ଅନୁପ୍ରାଣିତ ହୋଇଥିଲା, ଯାହା ସେହି ସମୟରେ ସବୁଠି ଚର୍ଚ୍ଚାରେ ଥିଲା।
ଉମ୍ରାଓ ଜାନ:
- " class="align-text-top noRightClick twitterSection" data="">
ଉମ୍ରାଓ ଜାନ 1981 ରିଲିଜ୍ ହୋଇଥିବା ଏକ ହିନ୍ଦୀ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରଟି ମିର୍ଜା ହାଡି ରୁଷୱାଙ୍କ ଉପନ୍ୟାସ ଉମ୍ରାଓ ଜାନ ଅଦା ଉପରେ ଆଧାରିତ । ଫିଲ୍ମରେ ରେଖାଙ୍କ ଚରିତ୍ରର ନାମ ଥିଲା ଅମିରନ୍ ।
ଖିଲାଡିଓଁ କା ଖିଲାଡି:
- " class="align-text-top noRightClick twitterSection" data="">
ଖିଲାଡିଓଁ କା ଖିଲାଡି 1996ର ଏକ ହିନ୍ଦୀ ଭାଷା ଚଳଚ୍ଚିତ୍ର । ଫିଲ୍ମରେ ରେଖାଙ୍କ ଚରିତ୍ର ନେଗେଟିଭ୍ ଥିଲା । ଏହି ଫିଲ୍ମରେ ଅକ୍ଷୟ କୁମାର, ରବିନା ଟଣ୍ଡନ୍, ଦେବେନ୍ ବର୍ମା, ଗୁଲଶନ୍ ଗ୍ରୋଭର ଏବଂ ଇନ୍ଦ୍ର କୁମାର ମଧ୍ୟ ତାଙ୍କ ସହ ଥିଲେ। ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀଙ୍କ ଚରିତ୍ରର ନାମ ଥିଲା ମ୍ୟାଡାମ ମାୟା ।
ଲଜ୍ଜା:
- " class="align-text-top noRightClick twitterSection" data="">
ଲଜ୍ଜା 2001 ମସିହାର ହିନ୍ଦୀ ସାମାଜିକ ଚଳଚ୍ଚିତ୍ର । ଏହାର ନିର୍ଦ୍ଦେଶନା ଦେଇଥିଲେ ରାଜକୁମାର ସନ୍ତୋଷୀ। ଏହି ଚଳଚ୍ଚିତ୍ରଟି ଭାରତର ମହିଳାଙ୍କ ଦୁଃଖ ଦୁର୍ଦ୍ଦଶା ଉପରେ ଆଧାରିତ । ଏହି ଚଳଚ୍ଚିତ୍ରରେ ରେଖା ବହୁତ ଭଲ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରରେ ରେଖାଙ୍କ ସହ ମନୀଷା କୋଇରାଲା, ମାଧୁରୀ ଦୀକ୍ଷିତ, ମହିମା ଚୌଧୁରୀ, ଅନିଲ କପୁର ଏବଂ ଅଜୟ ଦେବଗନ ଅଭିନୟ କରିଛନ୍ତି ।
କୋଇ ମିଲ୍ ଗୟା:
- " class="align-text-top noRightClick twitterSection" data="">
କୋଇ ମିଲ୍ ଗୟା 2003 ମସିହାର ଏକ ହିନ୍ଦୀ ଚଳଚ୍ଚିତ୍ର । ଏହାର ମୁଖ୍ୟ ଭୂମିକାରେ ରାକେଶ ରୋଶନ ଏବଂ ତାରକା ହ୍ରିତିକ ରୋଶନ ଏବଂ ପ୍ରୀତି ଜିଣ୍ଟା ନିର୍ଦ୍ଦେଶନା ଦେଇଥିଲେ । ଏହି ଚଳଚ୍ଚିତ୍ରରେ ରେଖାଙ୍କର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସହାୟକ ଭୂମିକା ରହିଥିଲା । ଏହି ଚଳଚ୍ଚିତ୍ରଟି ସଫଳ ହୋଇଥିଲା ଏବଂ ଅନେକ ପୁରସ୍କାର ଲାଭ କରିଥିଲା । ଏହାର ପରବର୍ତ୍ତୀ ଦୁଇଟି ଏପିସୋଡ୍ ମଧ୍ୟ ଆସିତିଲା - କୃଷ୍ଣ ଏବଂ କୃଷ୍ଣ 3 ।