ETV Bharat / state

ଅପରାଧୀଙ୍କ ଚରାଭୂଇଁ ପାଲଟିଛି କି ଭୁବନେଶ୍ୱର ? ଥମୁନି ଅପରାଧ, ବଢୁଛି ଆତଙ୍କ - BHUBANESWAR CRIME NEWS

ଅଶାନ୍ତ ରାଜଧାନୀ ଭୁବନେଶ୍ୱର । ରାତି ହେଉକି ଦିନ ଫୁଟୁଛି ବୋମା ଗଡୁଛି ମୁଣ୍ଡ । ପୋଲିସକୁ ଅପରାଧୀଙ୍କ ଖୋଲା ଚାଲେଞ୍ଜ ! ନଜର ପକାନ୍ତୁ ନିକଟରେ ଘଟିଥିବା ଘଟଣା ।

ଅପରାଧୀଙ୍କ ଗନ୍ତାଘର ଭୁବନେଶ୍ୱର; ଥମୁନି ଅପରାଧ ବଢୁଛି ଆତଙ୍କ !
ଅପରାଧୀଙ୍କ ଗନ୍ତାଘର ଭୁବନେଶ୍ୱର; ଥମୁନି ଅପରାଧ ବଢୁଛି ଆତଙ୍କ ! (ETV Bharat Odisha)
author img

By ETV Bharat Odisha Team

Published : Nov 7, 2024, 10:59 PM IST

ଭୁବନେଶ୍ବର: ରାଜଧାନୀରେ ଖେଳୁଛି ଆତଙ୍କର ଭୟ । ରାତି ପାହିଲେ ଅପରାଧୀଙ୍କ କାରନାମା । କେଉଁଠି ଗୋଡ଼ାଇ ଗୋଡ଼ାଇ ହାଣୁଛନ୍ତି ତ ଆଉ କେଉଁଠି ରାତିରେ ସାଧାରଣ ଲୋକଙ୍କୁ ରାସ୍ତାରେ ଚଲାଇ ଦେଉନାହାନ୍ତି ।ଏନେଇ ବିଗତ ସପ୍ତାହ ମଧ୍ୟରେ ଅପରାଧର ସବୁ ସୀମା ଟପିଛନ୍ତି ଅପରାଧୀ ।ଏସବୁ ଭିତ୍ତିରେ ଅପରାଧୀଙ୍କୁ ପୋଲିସ ଧରିଛି ସତ ହେଲେ ଲୋକଙ୍କ ମନରେ ଭୟ ଖେଳୁଛି ।

ପଳାଶପଲ୍ଲୀରେ ସଂଘବଦ୍ଧ ଆକ୍ରମଣ:

ଅପରାଧୀଙ୍କ ଗନ୍ତାଘର ଭୁବନେଶ୍ୱର; ଥମୁନି ଅପରାଧ ବଢୁଛି ଆତଙ୍କ ! (ETV Bharat Odisha)

ଗତ ୪ ତାରିଖ ସନ୍ଧ୍ୟାରେ ପଳାଶପଲ୍ଲୀ ଭଳି ହାଇପ୍ରୋଫାଇଲ ଅଞ୍ଚଳରେ ଜଣେ ଯୁବକକୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ବିରୋଧୀ ଦଳ ନେତାଙ୍କ ଘର ତଥା ନବୀନ ନିବାସଠୁ ମାତ୍ର 30 ମିଟର ଦୂରରେ ସମାଜସେବୀଙ୍କୁ ଗୋଡେଇ ଗୋଡେଇ ହାଣିଲେ । ଯେଉଁଥିରେ ସମାଜସେବୀ ଶିବ ଶ୍ରୀଚନ୍ଦନଙ୍କ ଗୁରୁତର ଆହାତ ହୋଇ ଏମସରେ ଚିକିତ୍ସିତ ହେଉଛନ୍ତି । ଘଟଣା ଏମିତି ଥିଲା ଯେ ଘଟଣା ସମୟରେ ସେହି ରାସ୍ତା ଦେଇ ଲୋକ ଯିବା ଆସିବା ପାଇଁ ଭୟ କରିଥିଲେ । ଏନେଇ ଘଟଣାର ଗମ୍ଭୀରତା ଦେଖି ପୋଲିସ 48ଘଣ୍ଟା ପରେ ୪ ଜଣଙ୍କୁ ଗିରଫ କରିଛି । ହେଲେ ଏହାର ମୁଖ୍ୟ ଅପରାଧୀ ସେ ଧରାପଡି ନାହିଁ । ଯେଉଁ ଅଭିଯୁକ୍ତମାନେ ଗିରଫ ହୋଇଛନ୍ତି ସେମାନଙ୍କ ନାଁରେ ରାଜଧାନୀର ବିଭିନ୍ନ ଥାନାରେ ରହିଛି ଅନେକ ମାମଲା । ଘଟଣାର ୮ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ୪ ଗିରଫ ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ କଲର ପାପୁନି ଫେରାର ରହିଛି ।

ଅପରାଧୀଙ୍କ ଗନ୍ତାଘର ଭୁବନେଶ୍ୱର; ଥମୁନି ଅପରାଧ ବଢୁଛି ଆତଙ୍କ !
ଅପରାଧୀଙ୍କ ଗନ୍ତାଘର ଭୁବନେଶ୍ୱର; ଥମୁନି ଅପରାଧ ବଢୁଛି ଆତଙ୍କ ! (ETV Bharat Odisha)

ଲକ୍ଷ୍ମୀ ସାଗରରେ ଗୋଷ୍ଠୀ ସଂଘର୍ଷ:

ସେହିପରି ଗତ ୩ ତାରିଖରେ ଲକ୍ଷ୍ମୀ ସାଗର ଥାନା ଅନ୍ତର୍ଗତ ଝାରପଡ଼ା ଲକ୍ଷ୍ମୀ ସାଗର ଗାଁରେ ଦୀର୍ଘଦିନ ପରେ ଦେଖିବାକୁ ମିଳିଥିଲା‌ ଗୋଷ୍ଠୀ ସଂଘର୍ଷ । ଆତଙ୍କ ଖେଳାଇଥିଲେ ଦୁଇ ଗୋଷ୍ଠୀର ୩୦ରୁ ଉର୍ଦ୍ଧ୍ବ ଲୋକେ । ଜମି ବିବାଦ ନେଇ ରାଜନୈତିକ ଅକ୍ରୋଶରୁ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ହୋଇଥିବା ସୂଚନା । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଢେଲା ପଥର ମାଡ ହୋଇଥିଲା । ତେବେ ପୋଲିସ ଗତ ୫ ତାରିଖରେ ଉଭୟ ଗୋଷ୍ଠୀର ୭ ଜଣଙ୍କୁ ଗିରଫ କରିଥିଲା ।

ଦୀପାବଳିରେ ରକ୍ତାକ୍ତ ସଂଘର୍ଷ:

କେବଳ ଏହି ଦୁଇ ଘଟଣା ନୁହେଁ ଗତ ୧ ତାରିଖ ତଥା ଦୀପାବଳି ରାତିରେ ସହିଦନଗରରେ ମଧ୍ୟ ଏକ ରକ୍ତାକ୍ତ ସଂଘର୍ଷ ହୋଇଥିଲା‌ । ଚାନ୍ଦୀ ଭଣ୍ଡାର ପାଖରେ ଆକ୍ରମଣର ପୁରୁଣା ରାଗ ରଖି ସହିଦନଗର ଓ୍ବିନର ଆସୋସିଏସନ୍ ପାଖରେ ବୋମାମାଡ କରିଥିଲେ ଦୁର୍ବୃତ୍ତ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ । ସେହିପରି ଅକ୍ଟୋବର ୨୯ ତାରିଖ ନୟାପଲ୍ଲୀ ଥାନା ଅଞ୍ଚଳରେ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିଲା । ଅକ୍ଟୋବର ୧୭ ତାରିଖରେ କୋଷ୍ଟ ଗାର୍ଡ ଡିଆଇଜି ନିଜ ପରିବାର ସହ ଘରକୁ ଫେରୁଥିବା ବେଳେ କଳିଙ୍ଗ ଷ୍ଟାଡିୟମ ପାଖରେ ଦୁର୍ବ୍ୟବହାରର ଶିକାର ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ...ସ୍ତ୍ରୀର ହତ୍ୟା ଷଡଯନ୍ତ୍ର ରଚିଥିଲା ସ୍ବାମୀ, ଲୁଟର ରୂପ ଦେଇ ଖସିଯିବାକୁ କରିଥିଲା ଉଦ୍ୟମ

ଏହା ମଧ୍ୟ ପଢନ୍ତୁ...ଯୁବ ସମାଜସେବୀଙ୍କୁ ମରଣାନ୍ତକ ଆକ୍ରମଣ, ସୁଧ କାରବାର ସନ୍ଦେହ

ଏହା ମଧ୍ୟ ପଢନ୍ତୁ...କମେଣ୍ଟମରାରୁ ରାଜଧାନୀରେ ବୋମାମାଡ଼: ଫୁଟିଲା ବୋମା, ଉଡ଼ିଲା ବାଇକ ଭାଙ୍ଗିଲା କାର୍

ଏନେଇ ଭୁବନେଶ୍ୱର ଡିସିପି ପିନାକ ମିିଶ୍ର କହିଛନ୍ତି," ଭିନ୍ନ ଭିନ୍ନ ଘଟଣାର କୌଣସି ଗ୍ୟାଙ୍ଗର ସମ୍ପୃକ୍ତି ନାହିଁ । ସହିଦନଗର ଅଞ୍ଚଳର ଘଟଣା ଏକ ଛୋଟ ଘଟଣାରୁ ଘଟିଥିଲା । ଯାହାକୁ ସମ୍ପୂର୍ଣ୍ଣ ଭାବେ ଅଲଗା ରହିଛି । ସେହି ଅଞ୍ଚଳର ଲୋକଙ୍କ ସହ ଆଲୋଚନା ହୋଇଛି । ସେମାନେ ଶାନ୍ତ ବାତାବରଣରେ ରହିଛନ୍ତି । ଏୟାରପୋର୍ଟ ଯେଉଁ ଘଟଣା ଘଟିଥିଲା, ତାହା ସମ୍ପୂର୍ଣ୍ଣ ବ୍ୟକ୍ତିଗତ କାରଣ ପାଇଁ ହୋଇଛି ।" ପୋଲିସକୁ ଅପରାଧୀ ଖୋଲା ଚାଲେଞ୍ଜ ଦେଉଛନ୍ତି । ପୂର୍ବଭଳି ରାତ୍ରିକାଳୀନ ଚେକିଂ ଓ ବ୍ଲକିଂ ନାହି‌ଁ ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.