ETV Bharat / entertainment

'ଆର୍ଯ୍ୟ' ପାଇଁ ପ୍ରଥମ ପସନ୍ଦ ନଥିଲେ ସୁସ୍ମିତା, ଏହି ଅଭିନେତ୍ରୀଙ୍କୁ କାଷ୍ଟ କରିବାକୁ ଚାହୁଁଥିଲେ ନିର୍ମାତା - ସୁସ୍ମିତା ସେନଙ୍କ ସିରିଜ ଆର୍ଯ୍ୟ

Raveena Tandon Reveals: ସୁସ୍ମିତା ସେନଙ୍କ ୱେବସିରିଜ 'ଆର୍ଯ୍ୟ' ଏକ ଲୋକପ୍ରିୟ ୱେବସିରିଜ ମଧ୍ୟରେ ଅନ୍ୟତମ । ଏହି ସିରିଜରେ ସୁସ୍ମିତା ସେନ ନଜର ଆସିଛନ୍ତି ଏବଂ ତାଙ୍କ ଅଭିନୟ ମଧ୍ୟ ଖୁବ ପ୍ରଂଶସା କରାଯାଉଛି । ହେଲେ କିନ୍ତୁ ସୁସ୍ମିତା ଏହି ସିରିଜ ପାଇଁ ନିର୍ମାତାଙ୍କ ପ୍ରଥମ ପସନ୍ଦ ନଥିଲେ । ତେବେ କିଏ ସେ ଅଭିନେତ୍ରୀ ଯାହାଙ୍କୁ ଏହି ସିରିଜ ପାଇଁ ପ୍ରଥମେ ଅଫର କରାଯାଇଥିଲା । ଜାଣନ୍ତୁ,

'ଆର୍ଯ୍ୟ' ପାଇଁ ପ୍ରଥମ ପସନ୍ଦ ନଥିଲେ ସୁସ୍ମିତା ସେନ, ଏହି ଅଭିନେତ୍ରୀଙ୍କୁ କାଷ୍ଟ କରିବାକୁ ଚାହୁଁଥିଲେ ନିର୍ମାତା

author img

By ETV Bharat Odisha Team

Published : Jan 16, 2024, 7:24 PM IST

ହାଇଦ୍ରାବାଦ: ରବୀନା ଟଣ୍ଡନ ବଲିଉଡର ଜଣେ ସଫଳ ଅଭିନେତ୍ରୀ । ସେ ୯୦ ଦଶକରୁ ଏବେ ସୁଦ୍ଧା ବଲିଉଡରେ ଅନେକ ହିଟ ଫିଲ୍ମ ଦେବା ସହ ନିଜ ଅଭିନୟରେ ଦର୍ଶକଙ୍କ ମନ ଜିତିଛନ୍ତି । ବଡ ପରଦା ପରେ ଓଟିଟିରେ ମଧ୍ୟ ଅଭିନେତ୍ରୀ ଧମାକା କରିଛନ୍ତି । ଖୁବଶୀଘ୍ର ରବୀନାଙ୍କ ୱେବସିରିଜ କର୍ମା କଲିଂ ରିଲିଜ ହେବାକୁ ଯାଉଛି । ଏହାର ପ୍ରମୋସନରେ ଅଭିନେତ୍ରୀ ବ୍ୟସ୍ତ ଥିବା ବେଳେ ଏହି ସମୟରେ ସେ ସୁସ୍ମିତା ସେନଙ୍କ ସିରିଜ 'ଆର୍ଯ୍ୟ' ନେଇ ଏକ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ, ତାଙ୍କୁ ଏହି ସିରିଜ ପାଇଁ ପ୍ରଥମେ ଅଫର କରାଯାଇଥିଲା ।

ରବୀନା କହିଛନ୍ତି ଯେ, ତାଙ୍କୁ ସୁସ୍ମିତା ସେନଙ୍କ ୱେବସିରିଜ ଆର୍ଯ୍ୟ ପାଇଁ ଅଫ ମିଳିଥିଲା । ହେଲେ ସେ ଏହି ସିରିଜରେ କାମ କରିବାକୁ ମନା କରିଦେଇଥିଲେ । ଏହି ସମୟରେ ଅଭିନେତ୍ରୀ ସେ ଏହି ସିରିଜ ପାଇଁ କାହିଁକି ମନା କରିଥିଲେ ତାହାର କାରଣ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଏହି ସିରିଜର ସ୍କ୍ରିପ୍ଟ ବହୁତ ଭଲ । କିନ୍ତୁ ମୋତେ ଏମିତି କିଛି କରିବାର ଥିଲା ଯାହା କରିବାରେ ଦର୍ଶକ ମୋତେ କେବେ ଦେଖିନଥିବେ । ଏଥିପାଇଁ ମୁଁ ମୋର ଡିଜିଟାଲ ଡେବ୍ୟୁ ପାଇଁ 'ଆରଣ୍ୟକ'କୁ ବାଛିଥିଲି । ଯାହା ହିଟ ହେବା ସହ ଲୋକପ୍ରିୟତା ହାସଲ କରିଥିଲା ।

ଏହି କଥାବାର୍ତ୍ତା ସମୟରେ ରବୀନା ନିଜକୁ ଲୋଭି ଅଭିନେତ୍ରୀ ବୋଲି ମଧ୍ୟ କହିଥିଲେ । ସେ କହିଛନ୍ତି ୟେ, ମୋ ପାଖୁ ଆସୁଥିବା ସମସ୍ତ ସିରିଜ ମୁଁ କରିବାକୁ ଚାହେଁ କିନ୍ତୁ ଆର୍ଯ୍ୟ କରିପାରିଲି ନାହିଁ । ସେ ଆହୁରି କହିଛନ୍ତି ଯେ, ମୁଁ ପ୍ରକୃତରେ ରାମଙ୍କ ସହ କାମ କରିବାକୁ ଅପେକ୍ଷା କରିଛି । ସେ ତାଙ୍କର ଆଗାମୀ ୱେବ୍ ସିରିଜ୍ କର୍ମା କଲିଂ ବିଷୟରେ ବି କହିଥିଲେ । ଦୁଇଟି ଅସଫଳ ଉଦ୍ୟମ ପରେ ସେ ରୁଚିଙ୍କ ସହ କାମ କରୁଛନ୍ତି ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲେ ରବୀନା

ସୂଚନା ଥାଉ କି, ରବୀନା ଟଣ୍ଡନଙ୍କ ୱେବ୍ ସିରିଜର ଟ୍ରେଲର ନିକଟରେ ରିଲିଜ୍ ହୋଇଛି, ଯାହା ଦର୍ଶକଙ୍କୁ ବହୁତ ପସନ୍ଦ କରୁଛନ୍ତି । ବର୍ତ୍ତମାନ ପ୍ରଶଂସକମାନେ ଅଭିନେତ୍ରୀଙ୍କ ଏହି ସିରିଜ୍ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।ଏହି କ୍ରମରେ ରବୀନାର ଏକ ଭିନ୍ନ ଏବଂ ଶକ୍ତିଶାଳୀ ଭୂମିକା ଦେଖିବାକୁ ମିଳିବ । ଏହି ସିରିଜ୍ ଜାନୁଆରୀ ୨୬ ରେ ଡିଜନି ପ୍ଲସ୍ ହଟଷ୍ଟାରରେ ଷ୍ଟ୍ରିମ୍ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.