ହାଇଦ୍ରାବାଦ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସୁନ୍ଦରୀ ତଥା ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦନା ଠକାମିର ଶିକାର ହୋଇଛନ୍ତି । ରଶ୍ମିକାଙ୍କ ମ୍ୟାନେଜର ତାଙ୍କୁ 80 ଲକ୍ଷ ଟଙ୍କା ଠକିଛନ୍ତି । ଏହି କଥା ଜାଣିପାରି ଅଭିନେତ୍ରୀ ନିଜେ ମ୍ୟାଜେରଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଟାନ ଗ୍ରହଣ କରିଛନ୍ତି । ଏବଂ ମ୍ୟାଜେରଙ୍କୁ କାମରୁ ବାହାର କରିଦେିଥିବା ଜଣାପଡିଛି । ଅଭିନେତ୍ରୀଙ୍କଠାରୁ କୌଣସି ଅଫିସିଆଲ୍ ବିବୃତ୍ତି ଆସିନଥିବା ବେଳେ ଏନେଇ ରଶ୍ମିକା ପୋଲିସ ରିପୋର୍ଟ ଦାଖଲ କରିନାହାନ୍ତି ।
ରିପୋର୍ଟ ଅନୁସାରେ, ମ୍ୟାନେଜର ବର୍ଷ ବର୍ଷ ଧରି ଅଭିନେତ୍ରୀଙ୍କ ସଡ୍ୟୁଲ ଦେଖିବା ସହ ଅନ୍ୟାନ କାମ କରୁଥିଲେ । ତାଙ୍କ କ୍ୟାରିଅର ଆରମ୍ଭରୁ ତାଙ୍କ ସହ କାମ କରୁଥିଲେ । ସେ ପୂର୍ବରୁ ମଧ୍ୟ ତାଙ୍କ ଟଙ୍କା ହେରଫେର କରୁଥିଲେ । ବର୍ତ୍ତମାନ ଘଟଣା ବିଷୟରେ ଜାଣିବା ପରେ ରଶ୍ମିକା ମନ୍ଦନା ତୁରନ୍ତ ତାଙ୍କ ମ୍ୟାନେଜରଙ୍କୁ ବରଖାସ୍ତ କରିଥିବା ଜଣାପଡିଛି । ଏନେଇ ଅଭିନେତ୍ରୀ ଆନୁଷ୍ଠାନିକ ଭାବରେ ଏହି ଘଟଣାରେ ପ୍ରତିକ୍ରିୟା କିମ୍ବା ମନ୍ତବ୍ୟ ଦେଇନାହାଁନ୍ତି । ଘଟଣା ନେଇ କୌଣସି ମାମଲା ମଧ୍ୟ ରୁଜୁ କରିନାହାନ୍ତି।
ସୂଚନା ଥାଉ କି, ରଶ୍ମିକାଙ୍କୁ ଶେଷ ଥର ପାଇଁ ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ମିଶନ ମଜନୁ ଫିଲ୍ମରେ ଦେଖିବାକୁ ମିଳିଥିଲା । ରଶ୍ମିକାଙ୍କ ଆଗାମୀ ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ ସେ ଏବେ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ଚଳଚ୍ଚିତ୍ର ଆନିମଲରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ତାଙ୍କୁ ଅଭିନେତା ରଣବୀର କପୁରଙ୍କ ସହ ଦେଖିବାକୁ ମିଳିବ । ଏଥିସହ ଫିଲ୍ମରେ ଅନିଲ କପୁର, ବବି ଦେଓଲ ଏବଂ ଅନେକ ତାରକାଙ୍କୁ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ର 11 ଅଗଷ୍ଟରେ ରିଲିଜ ହେବ । ଏହି ଫିଲ୍ମ ଅକ୍ଷୟଙ୍କ 'ଓ ମାଇ ଗଡ-2' ଏବଂ ସନ୍ନି ଦେଓଲଙ୍କ ଫିଲ୍ମ 'ଗଦର-2' ସହ କଡା ଟକ୍କର ଦେବ ।
ଏଥିସହ ରଶ୍ମିକା ପୁଣି ଥରେ ପୁଷ୍ପା-୨ରେ ଶ୍ରୀବଲି ଭୂମିକାରେ ନଜର ଆସିବେ । ରଶ୍ମିକାଙ୍କ ସହ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ତାଙ୍କ ସହ ପୁଣି ସ୍କ୍ରିନ୍ ସେୟାର କରିବେ । ନିର୍ଦ୍ଦେଶକ ସୁକୁମାର ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି । 'ପୁଷ୍ପା ୨' ଘୋଷଣା ପରେ ଫ୍ୟାନ୍ସ ଫିଲ୍ମ ଦେଖିବାକୁ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି । ସେପଟେ ଫିଲ୍ମକୁ ନେଇ କେତେକ ପ୍ରଶଂସକ ଟ୍ୱିଟରରେ କହିଛନ୍ତି ଯେ ପୁଷ୍ପା ୨ରେ ଶ୍ରୀବଲିଙ୍କ ଚରିତ୍ର ପ୍ରଥମ ଭାଗ ଅପେକ୍ଷା ଅଧିକ ମନୋହର କରିବାକୁ କହିଥିଲେ ।
ପ୍ରଶଂସକଙ୍କ ଟ୍ୱିଟର ଜବାବରେ ରଶ୍ମିକା କହିଛନ୍ତି ଯେ, ତାଙ୍କର ମଧ୍ୟ ସମାନ ଆଶା ଅଛି । 'ପୁଷ୍ପା'ର ପ୍ରଥମ ଭାଗ ତେଲୁଗୁ ଭାଷା ସହ ହିନ୍ଦୀ, ତାମିଲ, ମାଲାୟାଲମ୍ ଏବଂ କନ୍ନଡ଼ରେ ରିଲିଜ କରିଥିଲା । ପାଞ୍ଚଟି ଭାଷାରେ ଏକାସାଙ୍ଗରେ ରିଲିଜ କରିଥିବା ଅଲୁ ଅର୍ଜୁନଙ୍କର ଏହା ଥିଲା ପ୍ରଥମ ଚଳଚ୍ଚିତ୍ର । ତେବେ ପ୍ରଥମ ଭାଗ ପରି 2ୟ ଭାଗ ମଧ୍ୟ ସଫଳତା ସହ ଲୋକପ୍ରିୟତା ହାସଲ କରିବ ବୋଲି ଆଶା କରାଯାଉଛି ।