ETV Bharat / entertainment

Coolio Passes Away: ଆଉ ନାହାନ୍ତି ଗ୍ରାମୀ ପୁରସ୍କାର ବିଜେତା ରାପର କୁଲିଓ

author img

By

Published : Sep 29, 2022, 11:20 AM IST

ରାପର୍ କୁଲିଓ (Rapper Coolio) 59 ବର୍ଷ ବୟସରେ ଦେହାନ୍ତ ହୋଇଛି । କୁଲିଓ ଜଣେ ଗ୍ରାମୀ ପୁରସ୍କାର ବିଜେତା । ଅଧିକ ପଢନ୍ତୁ

ଗ୍ରାମୀ ପୁରସ୍କାର ବିଜେତା ରାପର କୁଲିଓଙ୍କ ଦେହାନ୍ତ, ବନ୍ଧୁଙ୍କ ଘରୁ ମିଳିଲା ମୃତଦେହ

ୱାଶିଂଟନ: ରାପର୍ କୁଲିଓ (Rapper Coolio) 59 ବର୍ଷ ବୟସରେ ଦେହାନ୍ତ ହୋଇଛି । ଲସ୍ଆଞ୍ଜେଲସ୍‌ରେ ତାଙ୍କର ମୃତ୍ୟୁ ହୋଇଛି । ରାପର୍ କୁଲିଓଙ୍କ ଦେହାନ୍ତ ଖବର ତାଙ୍କ ବନ୍ଧୁ ତଥା ମ୍ୟାନେଜର ଜାରେଜ ପୋସି ଦେଇଛନ୍ତି । 1995 ମସିହାରେ ହିଟ୍ ଗୀତ 'ଗ୍ୟାଙ୍ଗଷ୍ଟା ପାରାଡାଇଜ୍' (Gangsta's Paradise) ପାଇଁ କୁଲିଓ ବେଶ୍‌ ଜଣାଶୁଣା । କୁଲିଓଙ୍କର ସମ୍ପୂର୍ଣ୍ଣ ନାମ ହେଉଛି ଆର୍ଟିସ୍ ଲିଓନ୍ ଆଇଭି ଜୁନିୟର୍‌ । କୁଲିଓ ଜଣେ ଗ୍ରାମୀ ପୁରସ୍କାର ବିଜେତା । ତେବେ ବର୍ତ୍ତମାନ ସୁଦ୍ଧା ତାଙ୍କ ମୃତ୍ୟୁର କାରଣ ସାମ୍ନାକୁ ଆସିନାହିଁ।

Rapper Coolio
Rapper Coolio

ମ୍ୟାନେଜର ଜାରେଜ ପୋସି ଏକ ନ୍ୟୁଜ୍ ୱେବସାଇଟକୁ କହିଛନ୍ତି ଯେ, ବୁଧବାର ଅପରାହ୍ନରେ କୁଲିଓ ଜଣେ ବନ୍ଧୁଙ୍କ ଘର ବାଥରୁମରେ ଚେତାଶୂନ୍ୟ ହୋଇପଡିଥିଲେ । କିନ୍ତୁ ମୃତ୍ୟୁର କାରଣ ଜଣାପଡିନାହିଁ । ଉଲ୍ଲେଖନୀୟ ଯେ, ଜାରେଜ ପୋସି ମ୍ୟାନେଜର ହେବା ସହିତ ରାପର୍ କୁଲିଓଙ୍କର ଘନିଷ୍ଠ ବନ୍ଧୁ ଅଟନ୍ତି ।

Rapper Coolio
Rapper Coolio

ଏହି ଗୀତରୁ ମିଳିଥିଲା ପରିଚୟ

କୁଲିଓ 80 ଦଶକରେ କାଲିଫର୍ନିଆରେ ନିଜର ରାପିଂ କ୍ୟାରିଅର୍ ଆରମ୍ଭ କରିଥିଲେ, କିନ୍ତୁ ସେ 1995 ଗୀତ ଗ୍ୟାଙ୍ଗଷ୍ଟା ପାରାଡାଇଜ୍‌ରୁ ତାଙ୍କର ପ୍ରକୃତ ପରିଚୟ ପାଇଥିଲେ । ଏହି ସାଉଣ୍ଡଟ୍ରାକ୍ ଫିଲ୍ମ ଡେଞ୍ଜରସ୍‌ ମାଇଣ୍ଡ ଚଳଚ୍ଚିତ୍ରରେ ଥିଲା । ସେହି ବର୍ଷ ସମାନ ଗୀତ ପାଇଁ କୁଲିଓଙ୍କୁ ଗ୍ରାମୀ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଗ୍ୟାଙ୍ଗଷ୍ଟା ପାରାଡାଇଜ୍‌ର ସଫଳତା ପରେ କୁଲିଓ ଅନେକ ଗୀତ ରଚନା କରିଥିଲେ ଯାହା ଖ୍ୟାତି ଅର୍ଜନ କରିଥିଲେ ​​। ଏହି ତାଲିକାରେ Aw, Here It Goes !, My Soul, Kenan & Kel ଭଳି ଅନେକ ଗୀତ ଅନ୍ତର୍ଭୁକ୍ତ ।

ଅନେକ ଫିଲ୍ମ ଏବଂ ଟିଭି ସୋରେ କରିଛନ୍ତି କାମ

କୁଲିଓ ରାପରଙ୍କ ସହ ଜଣେ ମହାନ ଅଭିନେତା ଯିଏ ଅନେକ ଚଳଚ୍ଚିତ୍ର ଏବଂ ଟିଭି ସୋ’ରେ କାମ କରିଛନ୍ତି । ସେ ମାର୍ଟିନଙ୍କ ସହ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏହା ପରେ ସେ ଟିଭି ସ୍ପିନୋଫ୍, ବ୍ୟାଟ୍ସମ୍ୟାନ୍ ଏବଂ ରବିନ୍, ମିଡନାଇଟ୍ ମାସ୍‌ ଭଳି ଅନେକ ସୋ’ରେ ଅଭିନୟ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.