ETV Bharat / entertainment

ଦ୍ବିତୀୟ ଥର ମାଆ ହୋଇଥାନ୍ତେ ରାନୀ ମୁଖାର୍ଜୀ, ଭାଙ୍ଗିଲା ସବୁ ସ୍ବପ୍ନ

author img

By

Published : Aug 11, 2023, 3:22 PM IST

ଭାଙ୍ଗିଲା ଦ୍ବିତୀୟ ଥର ମାଆ ହେବାର ସ୍ବପ୍ନ । ପଞ୍ଚମ ମାସରେ ହେଲା ରାନୀଙ୍କ ମିସକ୍ୟାରେଜ । ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଭାରତୀୟ ଚଳଚ୍ଚିତ୍ର ମହୋତ୍ସବରେ ଏହିଭଳି ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି ବଲିଉଡ ଅଭିନେତ୍ରୀ ରାନୀ ମୁଖାର୍ଜୀ। ଅଧିକ ପଢନ୍ତୁ

ରାନୀ ମୁଖାର୍ଜୀ
ରାନୀ ମୁଖାର୍ଜୀ

ହାଇଦ୍ରାବାଦ: ରାନୀ ମୁଖାର୍ଜୀ । ୯୦ ଦଶକର ଶ୍ରେଷ୍ଠ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ । ତାଙ୍କ ଅଭିନୟର ଯାଦୁ ଦର୍ଶକଙ୍କୁ କରେ ମତୁଆଲା । ରାନୀ ତାଙ୍କ କ୍ୟାରିୟରରେ ଅନେକ ଚ୍ୟାଲେଞ୍ଜିଂ ଚରିତ୍ରରେ ଅଭିନୟ କରିଛନ୍ତି । ଚଳିତ ବର୍ଷ ମୁକ୍ତିଲାଭ କରିଥିବା ତାଙ୍କ ଫିଲ୍ମ 'ମିସେସ୍‌ ଚାଟାର୍ଜୀ ଭର୍ସେସ ନରୱେ'ରେ ତାଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ର ସହିତ ରାନୀ ମଧ୍ୟ ତାଙ୍କର ଅଭିନୟ ଦକ୍ଷତା ପ୍ରମାଣ କରିଥିଲେ । ବର୍ତ୍ତମାନ ରାନୀ ମୁଖାର୍ଜୀ ଚର୍ଚ୍ଚାକୁ ଆସିବାର କାରଣ ତାଙ୍କର ବୃତ୍ତିଗତ ନୁହେଁ ବରଂ ବ୍ୟକ୍ତିଗତ ।

2014 ମସିହାରେ ରାନୀ ମୁଖାର୍ଜୀ ହିନ୍ଦୀ ସିନେମାର ସବୁଠାରୁ ବଡ ପ୍ରଡକ୍ସନ୍ ହାଉସର ମାଲିକ ଆଦିତ୍ୟ ଚୋପ୍ରାଙ୍କୁ ବିବାହ କରିଥିଲେ। ଏହି ବିବାହରୁ ରାନୀଙ୍କର ଏକ ଝିଅ ଅଛି, ତାଙ୍କର ବୟସ 7 ବର୍ଷ। 2015ରେ ତାଙ୍କ ଝିଅ ଆଦିରା ଜନ୍ମ ହୋଇଥିଲେ । ବର୍ତ୍ତମାନ ରାନୀ ମୁଖାର୍ଜୀଙ୍କ ଦ୍ୱିତୀୟ ଗର୍ଭଧାରଣ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରାନୀ ମୁଖାର୍ଜୀ ଦ୍ୱିତୀୟ ଥର ପାଇଁ ମାଆ ହେବାକୁ ଯାଉଥିଲେ, କିନ୍ତୁ କୋରୋନା ଅବଧିରେ ତାଙ୍କ ସହ ଏକ ବଡ଼ ଦୁର୍ଘଟଣା ଘଟିଥିଲା । ଯାହାର ଖୁଲାସା ରାନୀ ଖୋଦ୍‌ କରିଛନ୍ତି ।

ମେଲବର୍ଣ୍ଣରେ ଆୟୋଜିତ ଭାରତୀୟ ଚଳଚ୍ଚିତ୍ର ମହୋତ୍ସବରେ ସ୍ପିକର ଭାବେ ଯୋଗଦେଇଥିବା ତାଙ୍କ ରାନୀ ମୁଖାର୍ଜୀ ତାଙ୍କ ଦୁଃଖକୁ ସମସ୍ତଙ୍କ ସହ ବାଣ୍ଟିଛନ୍ତି । ସେ କହିଛନ୍ତି ଯେ, 2020 ମସିହାରେ ତାଙ୍କର ଗର୍ଭପାତ ବା ମିସକ୍ୟାରେଜ ହୋଇଥିଲା । ସେତେବେଳେ ସେ ପାଞ୍ଚ ମାସର ଗର୍ଭବତୀ ଥିଲେ । ରାନୀ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ, ସେ ତାଙ୍କ ଜୀବନରେ ଏହି ଦୁଃଖଦ ପର୍ଯ୍ୟାୟକୁ ନିଜ ଚଳଚ୍ଚିତ୍ର 'ମିସେସ୍‌ ଚାଟାର୍ଜୀ ଭର୍ସେସ ନରୱେ'ର ପ୍ରମୋସନ ସମୟରେ ଆଦୌ ଉଲ୍ଲେଖ କରିନଥିଲେ । କାରଣ ଲୋକଙ୍କୁ ଲାଗିଥାନ୍ତା କି ମୁଁ ଫିଲ୍ମର ପ୍ରମୋସନ ପାଇଁ ଏହି କୌଶଳ ଆପଣାଉଛି ।

ଏହା ମଧ୍ୟ ପଢନ୍ତୁ: Jailer: ବକ୍ସ ଅଫିସରେ କମାଲ କଲା ରଜନୀକାନ୍ତଙ୍କ ଫିଲ୍ମ, ପ୍ରଥମ ଦିନରେ 50 କୋଟି ପାର୍

ରାନୀ ଆହୁରି କହିଛନ୍ତି କି, କୋଭିଡ 19 ଲକ୍‌ଡାଉନ୍‌ ସମୟରେ ସେ ଦ୍ବିତୀୟ ଥର ଗର୍ଭବତୀ ହୋଇଥିଲେ । ମିସ୍‌କ୍ୟାରେଜର 10 ଦିନ ପରେ ତାଙ୍କୁ ଫିଲ୍ମ 'ମିସେସ୍‌ ଚାଟାର୍ଜୀ ଭର୍ସେସ ନରୱେ' ଅଫର୍‌ ହୋଇଥିଲା । ରାନୀଙ୍କ କହିବା ମୁତାବିକ, ଫିଲ୍ମର ନିର୍ଦ୍ଦେଶକଙ୍କୁ ତାଙ୍କ ମିସ୍‌କ୍ୟାରେଜ ସମ୍ପର୍କରେ କୌଣସି କଥା ଜଣା ନଥିଲା । ନିଜର ଏକ୍ସପେରିଏନ୍ସ ଏବଂ ଇମୋସନାଲ ଲସ୍‌ ଯୋଗୁଁ ସେ ଫିଲ୍ମରେ ନିଜରୁ ବାନ୍ଧି ରଖି ପାରିଥିଲେ ।

ଓ୍ବାର୍କଫ୍ରଣ୍ଟ ବିଷୟରେ କହିବା ତ, ରାନୀଙ୍କ ଶେଷ ଫିଲ୍ମ 'ମିସେସ୍‌ ଚାଟାର୍ଜୀ ଭର୍ସେସ ନରୱେ' ଥିଲା । ଏହି ଫିଲ୍ମ ବକ୍ସ ଅଫିସରେ କିଛି ଖାସ କଲେକ୍ସନ କରିପାରିନଥିଲା, କିନ୍ତୁ କ୍ରିଟିକ୍ସଙ୍କ ଏହା ବହୁତ ପସନ୍ଦ ଆସିଥିଲା । କାରଣ ଏହି ଫିଲ୍ମଟି ଜଣେ ମାଆର ସଂଘର୍ଷର କାହାଣୀ ଉପରେ ଆଧାରିତ ଥିଲା । ନିଜ ପିଲାକୁ ନିଜ ପାଖରେ ରଖିବା ପାଇଁ କରିବାକୁ ପଡୁଥିଲା ଯୁଦ୍ଧ । ଅଜଣା ଅପରିଚିତ ଏକ ସହରରେ ଯେବେ ମାଆଠୁ ନିଜ ପିଲାକୁ ଛଡ଼ାଇ ନିଆଯାଏ, ତାହା ପୁଣି ପିଲାକୁ ଭଲରେ ରଖିପାରୁ ନଥିବା ଅଭିଯୋଗରେ । ଏହାଠୁ କଷ୍ଟକର କ’ଣ ହୋଇପାରେ । ତେବେ ଏପରି ଦମଦାର ପାରିବାରିକ କାହାଣୀକୁ ନେଇ ପରଦାକୁ ଫେରିଥିଲେ ବଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀ ରାନୀ ମୁଖାର୍ଜୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.