ETV Bharat / entertainment

ଜନ୍ମଦିନରେ ଫ୍ୟାନ୍ସଙ୍କୁ ରଣବୀରଙ୍କ ଉପହାର: ଆସିଲା ‘ଆନିମଲ’ର ଧମାକାଦାର ଟିଜର

author img

By ETV Bharat Odisha Team

Published : Sep 28, 2023, 3:14 PM IST

ରଣବୀର କପୁରଙ୍କ ଜନ୍ମଦିନ ଅବସରରେ ପ୍ରଶଂସକମାନେ ଏକ ବଡ଼ ଉପହାର ପାଇଛନ୍ତି । 'ଆନିମଲ'ର ନିର୍ମାତାମାନେ ଏକ ଧମାକାଦାର ଟିଜର ରିଲିଜ କରିଛନ୍ତି, ଯେଉଁଥିରେ ରଣବୀରଙ୍କୁ ସମ୍ପୂର୍ଣ୍ଣ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳୁଛି । ଅଧିକ ପଢନ୍ତୁ

ଆନିମଲର ଧମାକାଦାର ଟିଜର
ଆନିମଲର ଧମାକାଦାର ଟିଜର

ହାଇଦ୍ରାବାଦ: ରଣବୀର କପୁରଙ୍କ ଫିଲ୍ମ 'ଆନିମଲ' ଘୋଷଣା ହେବା ଦିନରୁ ହିଁ ଚର୍ଚ୍ଚାରେ ରହିଛି । ଫିଲ୍ମରୁ ମୁକ୍ତିଲାଭ କରିଥିବା ଅଭିନେତାଙ୍କ ଲୁକ୍‌ ପ୍ରଶଂସକଙ୍କ ଉତ୍ସାହକୁ ଆହୁରି ବଢାଇ ଦେଇଛି । ବର୍ତ୍ତମାନ, ଆର.କେଙ୍କ ଜନ୍ମଦିନର ବିଶେଷ ଉତ୍ସବରେ ଏହାର ଟିଜର ରିଲିଜ୍ ହୋଇଛି । ଟିଜରରୁ ଏହା ସ୍ପଷ୍ଟ ହୋଇଛି ଯେ, ଚଳଚ୍ଚିତ୍ରରେ ଜବରଦସ୍ତ ଆକ୍ସନ, ରୋମାଞ୍ଚ ଏବଂ ଥ୍ରୀଲର ଦେଖିବାକୁ ମିଳିବ । 'ତୁ ଝୁଠୀ ମେଁ ମକ୍କାର' ପରେ 'ଆନିମଲ' ହେଉଛି ରଣବୀରଙ୍କର ଦ୍ୱିତୀୟ ରିଲିଜ୍ ଫିଲ୍ମ, ଯାହା ଧମାଲ ମଚାଇବାକୁ ଆସୁଛି ।

  • " class="align-text-top noRightClick twitterSection" data="">

ରିଲିଜ୍ ହୋଇଥିବା 'ଆନିମଲ'ର ରୋମାଞ୍ଚକର ଟିଜର

ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ବାଙ୍ଗାଙ୍କ ସହ ତାଙ୍କର ପ୍ରଥମ ସହଯୋଗକୁ ଚିହ୍ନିତ କରି ରଣବୀର କପୁର ଏହି ଫିଲ୍ମକୁ ଲାଇମଲାଇଟରେ ଆଣିଛନ୍ତି । ରଣବୀର କପୁରଙ୍କ ବ୍ୟତୀତ 'ଆନିମଲ'ରେ ମୁଖ୍ୟ ଭୂମିକାରେ ରଶ୍ମିକା ମନ୍ଦନା, ଅନିଲ କପୁର ଏବଂ ବବି ଦେଓଲ ପ୍ରମୁଖ ଅଭିନୟ କରିଛନ୍ତି । ଟିଜରକୁ ଦେଖିଲେ ଏହା ସ୍ପଷ୍ଟ ଯେ ଏହି ଚଳଚ୍ଚିତ୍ରରେ ରଣବୀର ଏମିତି ଜଣେ ବ୍ୟକ୍ତିଙ୍କ ଭୂମିକାରେ ଅଭିନୟ କରିଛନ୍ତି ଯିଏ ତାଙ୍କ ପିତାଙ୍କ ଦ୍ୱାରା ଭାବନାତ୍ମକ ତଥା ଶାରୀରିକ ରୂପରେ ନିର୍ଯାତିତ, କିନ୍ତୁ ଏଥିରେ ଭୟଭୀତ ନୁହଁନ୍ତି । ଟିଜରରେ ଏହା ଦର୍ଶାଯାଇଛି ଯେ, ରଣବୀରଙ୍କ ଚରିତ୍ର ବଡ ହୋଇ ଜଣେ ଗ୍ୟାଙ୍ଗଷ୍ଟର ହେଉଛି ଏବଂ ତାର ସାମ୍ନା 'ଭଗବାନ' ଅର୍ଥାତ୍ ବବି ଦେଓଲଙ୍କ ସହ ହେଉଛି ।

ଏହା ମଧ୍ୟ ପଢନ୍ତୁ: ପାଠ ପଢାରୁ ବଞ୍ଚିବା ପାଇଁ ଅଭିନୟ ଦୁନିଆରେ ଥାପିଥିଲେ ପାଦ, ଆଜି କୋଟି କୋଟି ଟଙ୍କାର ମାଲିକ ରଣବୀର

‘ଆନିମଲ’ର ରିଲିଜ୍ ତାରିଖ

ରଣବୀର କପୁରଙ୍କ ଅଭିନୀତ ଫିଲ୍ମ 'ଆନିମଲ' ଡିସେମ୍ବର 1ରେ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି । ଏହି ଚଳଚ୍ଚିତ୍ରଟି ପ୍ରଥମେ ଅଗଷ୍ଟରେ ରିଲିଜ୍ ହେବାର ଥିଲା । ଏଥିସହ ସନ୍ନି ଦେଓଲଙ୍କ 'ଗଦର ୨', ଅକ୍ଷୟ କୁମାରଙ୍କ 'ଓଏମଜି ୨' ଏବଂ ରଜନୀକାନ୍ତଙ୍କ 'ଜେଲର' ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିଲା । ତେବେ ଫିଲ୍ମର ପୋଷ୍ଟ ପ୍ରଡକ୍ସନ୍ ଅସମ୍ପୂର୍ଣ୍ଣ ଥିବାରୁ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ବାଙ୍ଗା ଫିଲ୍ମକୁ ଡିସେମ୍ବର ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ: Bobby Deol's First Look: ‘ଆନିମଲ’ରୁ ବବିଙ୍କ ଫାଷ୍ଟ ଲୁକ୍‌ ଆଉଟ୍‌, ରକ୍ତରେ ଜୁଡୁବୁଡୁ ଅଭିନେତାଙ୍କ ଚେହେରା

'ଆନିମଲ' ରିଲିଜରେ ବିଳମ୍ବ ହେବାର କାରଣ

ଜୁଲାଇରେ ଆନିମଲ ପ୍ରି-ଟିଜର ମୁକ୍ତିଲାଭ କରିଥିଲା, ଯେଉଁଥିରେ ରଣବୀର କପୁର ଗୁଣ୍ଡା ବଦମାସଙ୍କୁ ପିଟୁଥିବାର ନଜର ଆସିଥିଲେ । ତାଙ୍କୁ ରକ୍ତରେ ଜୁଡୁବୁଡୁ ହୋଇଥିବା ଦେଖାଯାଇଥିଲା । ଏହି ସମୟ ମଧ୍ୟରେ ଫିଲ୍ମ ବିଳମ୍ବରେ ରିଲିଜ ହେବାକୁ ନେଇ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ବାଙ୍ଗା ତାଙ୍କ ନୀରବତା ଭାଙ୍ଗି କହିଥିଲେ, 'ଆମେ କାହିଁକି ଅଗଷ୍ଟ 11ରେ ଫିଲ୍ମ ରିଲିଜ୍ କରିପାରୁ ନାହୁଁ ? ଏହାର ଏକମାତ୍ର କାରଣ ହେଉଛି ଗୁଣବତ୍ତା । ଏହା ଏକ ସାଧାରଣ ଉତ୍ତର ପରି ଶବ୍ଦ ହୋଇପାରେ କିନ୍ତୁ ସତ୍ୟଟି କେବଳ ଗୁଣାବତ୍ତା ... ଉଦାହରଣ ସ୍ୱରୂପ, ଫିଲ୍ମରେ ସାତୋଟି ଗୀତ ଅଛି, ଯେତେବେଳେ ସାତୋଟି ଗୀତ ପାଞ୍ଚଟି ଭାଷାରେ ଗୁଣିତ ହୁଏ ଏହା 35 ଗୀତ ହୋଇଯାଏ । 35 ଗୀତ, ଗୀତିକାରଙ୍କ ଭିନ୍ନ ଭିନ୍ନ ସେଟ୍‌, ବିଭିନ୍ନ ଗାୟକଙ୍କର ଭିନ୍ନ ଭିନ୍ନ ସେଟ୍, ମୁଁ ବାସ୍ତବରେ ଯେଉଁ ଯୋଜନା ବନାଇଥିଲି ସେଥିରେ ଟିକେ ଅଧିକ ସମୟ ଲାଗିବ ।’’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.