ETV Bharat / entertainment

Wedding Function: ସପରିବାର ସହ ଆଲିଆ-ରଣବୀରଙ୍କ ଫଟୋ, ପ୍ରଶଂସକ ଦେଲେ କମେଣ୍ଟ

author img

By

Published : Apr 25, 2022, 3:38 PM IST

ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ବିବାହକୁ 10 ଦିନ ବିତିଗଲାଣି, ତଥାପି ସୋସିଆଲ ମିଡିଆରେ ଚର୍ଚ୍ଚିତ ଦମ୍ପତିଙ୍କ ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି । ଅଧିକ ପଢନ୍ତୁ

ଆଲିଆଙ୍କୁ ବାହୁରେ ଜାବୁଡି ଧରିଲେ ରଣବୀର
ଆଲିଆଙ୍କୁ ବାହୁରେ ଜାବୁଡି ଧରିଲେ ରଣବୀର

ହାଇଦ୍ରାବାଦ: ବଲିଉଡର ଚର୍ଚ୍ଚିତ ଦମ୍ପତି ଆଲିଆ ଭଟ୍ଟ ଏବଂ ରଣବୀର କପୁର 14 ଏପ୍ରିଲରେ ମୁମ୍ବାଇର ବାସ୍ତୁ ଆପାର୍ଟମେଣ୍ଟରେ ବିବାହ କରିଥିଲେ। ଏହି ବିବାହ ସମୟରେ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁମାନେ ଉପସ୍ଥିତ ଥିଲେ । ବିବାହକୁ 10 ଦିନ ବିତିଗଲାଣି ତଥାପି ସୋସିଆଲ ମିଡିଆରେ ଚର୍ଚ୍ଚିତ ଦମ୍ପତିଙ୍କ ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି । ବର୍ତ୍ତମାନ ଆଲିଆ ଭଟ୍ଟଙ୍କ ମାଉସୀ ଟିନା ରଜଦାନ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି । ଏଥିରେ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ପରିବାର ସଦସ୍ୟ ହସୁଥିବା ଦେଖିବାକୁ ମିଳିଛି ।

ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ସୁନ୍ଦର ଫଟୋ

ରବିବାର ଟିନା ରଜଦାନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି । ଏଥିରେ ଟିନା ରଜଦାନ, ଆଲିଆ ଭଟ୍ଟ, ରଣବୀର କପୁର, ସୋନି ରଜଦାନ, ମହେଶ ଭଟ୍ଟ, ଶାହିନ ଭଟ୍ଟ, ନୀତୁ କପୁର, ରିଦ୍ଧିମା କପୁର ସାହନି, ସମାରା ସାହନି, ରିମା ଜୈନ ଏବଂ ଅନ୍ୟ ପରିବାର ସଦସ୍ୟ ନଜର ଆସିଛନ୍ତି । ଏହି ଫଟୋରେ ଆପଣ ଦେଖିପାରିବେ, ରଣବୀର କପୁର ତାଙ୍କ ପତ୍ନୀ ଆଲିଆ ଭଟ୍ଟଙ୍କୁ ତାଙ୍କ ବାହୁରେ ଜାବୁଡି ଧରିଛନ୍ତି । ଟିନା ରଜଦାନ ସେୟାର କରିଥିବା ଏହି ଫଟୋରେ ପ୍ରଶଂସକଙ୍କ ସହିତ ସୋନି ରଜଦାନ ଏବଂ ରିଦ୍ଧିମା କପୁର ସାହିନା ମଧ୍ୟ କମେଣ୍ଟ ଦେଇଛନ୍ତି ।

ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଫିଲ୍ମ

ୱାର୍କ ଫ୍ରଣ୍ଟ ବିଷୟରେ କହିବା ତ, ଆଲିଆ ଭଟ୍ଟ ଫିଲ୍ମ 'ରକି ଔର ରାନୀ କି ପ୍ରେମ କାହାନି', ଫିଲ୍ମ 'ବ୍ରହ୍ମାସ୍ତ୍ର', ଫିଲ୍ମ 'ଜି ଲେ ଜାରା' ଏବଂ ଫିଲ୍ମ 'ଡାର୍ଲିଙ୍ଗ୍ସ'ରେ ନଜର ଆସିବେ। ଏହି ସମୟରେ ରଣବୀର କପୁରଙ୍କ ଫିଲ୍ମ 'ଆନିମଲ', ଚଳଚ୍ଚିତ୍ର 'ବ୍ରହ୍ମାସ୍ତ୍ର' ଏବଂ ନିର୍ଦ୍ଦେଶକ ଲଭ ରଂଜନ ଏକ ଫିଲ୍ମରେ ନଜର ଆସିବେ। ତେବେ ଆଲିଆ ଭଟ୍ଟ ଏବଂ ରଣବୀର କପୁର ନିର୍ଦ୍ଦେଶକ ଅୟାନ ମୁଖାର୍ଜୀଙ୍କ ଫିଲ୍ମ 'ବ୍ରହ୍ମାସ୍ତ୍ର'ରେ ପ୍ରଥମ ଥର ପାଇଁ ସ୍କ୍ରିନ୍ ସ୍ପେସ୍ ସେୟାର କରିବେ । ଏହି ଚଳଚ୍ଚିତ୍ର 9 ସେପ୍ଟେମ୍ବର 2022ରେ ମୁକ୍ତିଲାଭ କରିବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.