ETV Bharat / entertainment

ଆନିମଲରେ ରଣବୀରଙ୍କ ଭୂମିକା ଅର୍ଜୁନ ରେଡ୍ଡୀ, କବୀର ସିଂଙ୍କ ଭଳି, ଖୁଲାସା କଲେ ଅଭିନେତା

author img

By ETV Bharat Odisha Team

Published : Nov 22, 2023, 2:23 PM IST

ଖୁବଶୀଘ୍ର ଆନିମଲ ସହ ପରଦାରେ ଧମାକା କରିବାକୁ ପ୍ରସ୍ତୁତ ରଣବୀର କପୁର । ଏହାରି ମଧ୍ୟରେ ବର୍ତ୍ତମାନ ଅଭିନେତା ନିଜ ଭୂମିକାକୁ ନେଇ ଖୁଲାସା କରିଛନ୍ତି ଯେ, କାହିଁକି ତାଙ୍କ ଭୂମିକା ସନ୍ଦୀପ ଭଙ୍ଗା ରେଡ୍ଡୀଙ୍କ ନିର୍ଦ୍ଦେଶିତ ପୂର୍ବ ଫିଲ୍ମ ନାୟକ ଅର୍ଜୁନ ରେଡ୍ଡୀ ଏବଂ କବୀର ସିଂଙ୍କ ସହ ସମାନ ରହିଛି । ଅଧିକ ପଢ଼ନ୍ତୁ

ଆନିମଲରେ ରଣବୀରଙ୍କ ଭୂମିକା ଅର୍ଜୁନ ରେଡ୍ଡୀ, କବୀର ସିଂଙ୍କ ପରି କାହିଁକି ସମାନ ରହିଛି, ଖୁଲାସା କଲେ ଅଭିନେତା

ହାଇଦ୍ରାବାଦ: ରଣବୀର କପୁର ସନ୍ଦୀପ ଭଙ୍ଗା ରେଡ୍ଡୀଙ୍କ ଦ୍ୱାରା ନିର୍ମିତ ଆଗାମୀ ଚଳଚ୍ଚିତ୍ର ଆନିମଲର ରିଲିଜ ପାଇଁ ପ୍ରସ୍ତୁତ। ଫିଲ୍ମର ଟ୍ରେଲର ଏପର୍ଯ୍ୟନ୍ତ ରିଲିଜ ହୋଇନଥିବା ବେଳେ ଟିଜର ଏବଂ ରିଲିଜ ହୋଇଥିବା ଗୀତଗୁଡ଼ିକରେ ରଣବୀରଙ୍କ ଚରିତ୍ର ନିର୍ମାତା ସନ୍ଦୀପ ରେଡ୍ଡୀଙ୍କ ପୂର୍ବ ନାୟକଙ୍କ ଚରିତ୍ର ଅର୍ଜୁନ ରେଡ୍ଡୀ ଏବଂ କବୀର ସିଂଙ୍କ ସହ ମେଳ ଖାଇଲା ଭଳି ଦେଖାଯାଉଛି । ତେବେ ଏହି ଚରିତ୍ର ନେଇ ରଣବୀର ବର୍ତ୍ତମାନ ଏକ ସାକ୍ଷାତକାରରେ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ଏଥିରେ ଭଙ୍ଗାଙ୍କ ପୂର୍ବ ଚରିତ୍ରର ସମାନତା ଏବଂ ପାର୍ଥକ୍ୟ ଉଭୟ ରହିଛି ।

  • " class="align-text-top noRightClick twitterSection" data="">

ଏକ ସାକ୍ଷାତକାରରେ ନିଜ ଭୂମିକାକୁ ନେଇ ଖୁଲାସା କରିଛନ୍ତି ରଣବୀର କପୁର । ତାଙ୍କ ଚରିତ୍ର ଯେତେବେଳେ ଫିଲ୍ମରେ ତାଙ୍କ ଚରିତ୍ର ପୂର୍ବ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ପୂର୍ବ ନାୟକ କବୀର ସିଂରେ ସାହିଦ କପୁର (2019) ଏବଂ ତେଲୁଗୁ ଫିଲ୍ମ ଅର୍ଜୁନ ରେଡ୍ଡୀରେ ବିଜୟ ଦେବରକୋଣ୍ଡାଙ୍କ ସହ ସମାନ କି ବୋଲି ପଚରାଯାଇଥିଲା । ସେନେଇ ରଣବୀର ସ୍ୱୀକାର କରି କହିଛନ୍ତି ଯେ, "ସତ କହିବାକୁ ଗଲେ ମୁଁ ପ୍ରକୃତରେ ଆନିମଲର ସ୍କ୍ରିପ୍ଟ ପ୍ରତି ଆକର୍ଷିତ ହୋଇଥିଲି । ଏହା ଏକ ନିଆରା କାହାଣୀ ଯାହା ତୁରନ୍ତ ମୋ ଦୃଷ୍ଟି ଆକର୍ଷଣ କରିଥିଲା । ଅର୍ଜୁନ ରେଡ୍ଡୀ କିମ୍ବା କବୀର ସିଂଙ୍କ ପରି ସମାନ ଚରିତ୍ର ନେଇ ସ୍ୱୀକାର କରି କହିଛନ୍ତି ଯେ, ମୁଁ ଉଭୟ ଚଳଚ୍ଚିତ୍ର ଦେଖିଥିଲି ଏବଂ ସେମାନଙ୍କୁ ଅବିଶ୍ୱସନୀୟ ଭାବରେ ଶକ୍ତିଶାଳୀ ଏବଂ ପ୍ରଭାବଶାଳୀ ବୋଲି ଜାଣିଥିଲି । ତଥାପି, ଆନିମଲ ଗ୍ରହଣ କରିବାକୁ ମୋର ନିଷ୍ପତ୍ତି କେବଳ ସେହି ଚଳଚ୍ଚିତ୍ର ଉପରେ ଆଧାରିତ ନୁହେଁ । ଏହା ସ୍କ୍ରିପ୍ଟ, ଚରିତ୍ର ଏବଂ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ସହ କାମ କରିବାର ସୁଯୋଗ ବିଷୟରେ ଅଧିକ ଥିଲା ।"

ରଣବୀର ଆହୁରି ମଧ୍ୟ କହିଛନ୍ତି ଯେ, ସେ ଭାବନ୍ତି ଆନିମଲ ଏକ 'ଭିନ୍ନ ଅନୁଭୂତି' ପ୍ରଦାନ କରିବ । "ଆନିମଲରେ ମୋର ଚରିତ୍ର ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ପୂର୍ବ ନାୟକମାନଙ୍କ ସହ କିଛି ସମାନତା ଏବଂ ଭିନ୍ନତା ମଧ୍ୟ ରହିଛି । ମୋ ଭୂମିକାରେ ଜଟିଳତା ଏବଂ ଗଭୀରତାର ସ୍ତର ଗୁଡିକୁ ଯୋଡିଛନ୍ତି । ଯାହା ଫଳରେ ଚରିତ୍ରଟି ଅଧିକ ରିଏଲ ଏବଂ ବିଶ୍ବାସନୀୟ ଲାଗିବ । ଯାହା ମୋ ଚରିତ୍ରକୁ ଉଭୟ ଚରିତ୍ର ତୁଳନାରେ ପୃଥକ ରଖିଛି । ତେବେ ସନ୍ଦୀପଙ୍କ ଏହି ଫିଲ୍ମ ସହ ସେ ରୋମାଣ୍ଟିକ ହିରୋଙ୍କ ଭାବମୂର୍ତ୍ତିକୁ ବଦଳାଇବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ।"

ଏହା ମଧ୍ୟ ପଢନ୍ତୁ: ତାରିଖ ଘୋଷଣା କଲେ ମେକର୍ସ, ଏହି ଦିନ ରିଲିଜ ହେବ ଆନିମଲ ଟ୍ରେଲର

ରଣବୀର କପୁରଙ୍କ 'ଆନିମଲ' ଡିସେମ୍ବର ୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏବଂ ଆସନ୍ତାକାଲି ଅର୍ଥାତ ନଭେମ୍ବର ୨୨ରେ ଫିଲ୍ମର ଟ୍ରେଲର ରିଲିଜ ହେବ । ତେବେ ଏହି ଫିଲ୍ମରେ ରଣବୀରଙ୍କ ବିପକ୍ଷରେ ପ୍ରଥମ ଥର ପାଇଁ ସାଉଥ ସୁନ୍ଦରୀ ରଶ୍ମିକା ମନ୍ଦାନା ନଜର ଆସିବେ । ସନ୍ଦୀପ ରେଡ୍ଡୀ ଭଙ୍ଗା ରେଡ୍ଡୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଣବୀର, ରଶ୍ମିକାଙ୍କ ବ୍ୟତୀତ ଅନୀଲ କପୁର ଏବଂ ବବି ଦେଓଲ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ର ୫ଟି ଭାଷାରେ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ଼ ଏବଂ ମାଲାୟାଲମରେ ମୁକ୍ତିଲାଭ କରିବ । ସେପଟେ ଏହି ଦିନ ବିକି କୌଶଲଙ୍କ ସାମ ବାହାଦୂର ବି ରିଲିଜ ହେବ । ତେବେ ଉଭୟ ଫିଲ୍ମ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.