ETV Bharat / entertainment

ଆନିମଲ ସଫଳତା ପାର୍ଟିରେ ରଶ୍ମିକାଙ୍କୁ କିସ୍ କଲେ ରଣବୀର, ୟୁଜର୍ସ ଦେଲେ ଏମିତି କମେଣ୍ଟ

author img

By ETV Bharat Odisha Team

Published : Jan 7, 2024, 4:07 PM IST

Ranbir Kapoor Kiss Rashmika: ଆନିମଲ ସଫଳତା ପାର୍ଟିର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ରଣବୀର କପୁର ରଶ୍ମିକା ମନ୍ଦାନାଙ୍କୁ ହଗ୍ ସହ କିସ୍ କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ଭାଇରାଲ ପରେ ୟୁଜର୍ସ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି ।

ଆନିମଲ ସଫଳତା ପାର୍ଟିରେ ରଶ୍ମିକାଙ୍କୁ କିସ୍ କଲେ ରଣବୀର, ୟୁଜର୍ସ ଦେଲେ ଏମିତି କମେଣ୍ଟ
ଆନିମଲ ସଫଳତା ପାର୍ଟିରେ ରଶ୍ମିକାଙ୍କୁ କିସ୍ କଲେ ରଣବୀର, ୟୁଜର୍ସ ଦେଲେ ଏମିତି କମେଣ୍ଟ

ହାଇଦ୍ରାବାଦ: ସନ୍ଦୀପ ଭଙ୍ଗା ରେଡ୍ଡୀଙ୍କ ଫିଲ୍ମ ଆନିଲ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଛି । ଏହି ଫିଲ୍ମ ୩୦ଦିନରୁ ଅଧିକ ସମୟ ଧରି ଥିଏଟରରେ ତାର ଜଲୱା ଜାରି ରଖିଛି । ଏହାରି ମଧ୍ୟରେ ନିର୍ମାତା ଫିଲ୍ମର ଦମଦାର ସଫଳତା ନେଇ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିଥିଲେ । ଏହି ସମୟରେ ସମସ୍ତ ଫିଲ୍ମର ଷ୍ଟାର ଯୋଗଦେଇଥିଲେ । ତେବେ ଏହି ପାର୍ଟିର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ରଣବୀର କପୁର ରଶ୍ମିକା ମନ୍ଦାନାଙ୍କୁ ହଗ୍ ସହ କିସ୍ କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ।

ପାର୍ଟିରେ ରଶ୍ମିକା ଏଣ୍ଟ୍ରି ନେବା ସମୟରେ ସେ ରଣବୀର କପୁରଙ୍କୁ ହଗ୍ କରିବା ସହ କିସ୍ କରିଛନ୍ତି । ଏହି ସମୟର ୨ ତାରକାଙ୍କ ଭିଡିଓ ଏବେ ଭାଇରାଲ ହେଉଛି । ଭାଇରାଲ ପରେ ଫ୍ଯାନ୍ସ କମେଣ୍ଟ ବର୍ଷା କରିଛନ୍ତି । ଜଣେ ଲେଖିଛନ୍ତି, 'ମୁମେଣ୍ଟ ଅଫ ଦ ଡେ ।' ଆଉ ଜଣେ ମଜାଳିଆ ଢଙ୍ଗରେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, "ଆଲିଆ ସବୁ ଦେଖୁଛନ୍ତି ।" ଏହି ସମୟରେ ରଶ୍ମିକା ଏବଂ ରଣବୀର ଉଭୟ ବ୍ଲାକ ଆଉଟଫିଟରେ ନଜର ଆସିଛନ୍ତି । ସୂଚନା ଥାଉ କି, ଏହି ପାର୍ଟିରେ ରଣବୀର ନିଜ ପରିବାର ସହ ସାମିଲ ହୋଇଥିଲେ । ତାଙ୍କ ସହ ପତ୍ନୀ ଆଲିଆ, ମା' ନୀତୁ କପୁର ଏବଂ ଶ୍ବଶୁର ମହେଶ ଭଟ୍ଟ ସାମିଲ ହୋଇଥିଲେ ।

ତେବେ ଆନିମଲ ଫିଲ୍ମରେ ରଶ୍ମିକାଙ୍କ ସ୍ତ୍ରୀ ଗୀତାଞ୍ଜଳୀ ଭୂମିକାରେ ନଜର ଆସିଥିଲେ । ହେଲେ ଏହି ଭୂମିକା ପାଇଁ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ନଥିଲେ ରଶ୍ମିକା । ପରିଣୀତି ଚୋପ୍ରାଙ୍କୁ ପ୍ରଥମେ ଏହି ଫିଲ୍ମ ପାଇଁ ଅଫର ମିଳିଥିଲା । ହେଲେ ସେ ଏହି ଚରିତ୍ର ପାଇଁ ସୁଟ ହୋଇନଥିଲେ । ଫଳରେ ଶେଷ ମୁହୁର୍ତ୍ତରେ ସନ୍ଦୀପ ରେଡ୍ଡୀ ଭଙ୍ଗା ପରିଣୀତିଙ୍କୁ ରିପ୍ଲେସ କରି ରଶ୍ମିକାଙ୍କୁ କାଷ୍ଟ କରିଥିଲେ । ରଶ୍ମିକା ଏବଂ ରଣବୀରଙ୍କ ଲଭ କେମେଷ୍ଟ୍ରି ଦର୍ଶକଙ୍କ ମନ ଜିତିଥିଲା ।

ଏହା ମଧ୍ୟ ପଢନ୍ତୁ: 'ଗୀତାଞ୍ଜଳି' ଭୂମିକା ପାଇଁ ପ୍ରଥମ ପସନ୍ଦ ଥିଲେ ପରିଣୀତି, କିଭଳି ଫିଲ୍ମରେ ଏଣ୍ଟ୍ରି କରିଥିଲେ ରଶ୍ମିକା ?

ଆନିମଲ ଫିଲ୍ମ ବିଷୟରେ କହିବାକୁ ଗଲେ, ସନ୍ଦୀପ ଭଙ୍ଗା ରେଡ୍ଡୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବାପା ପୁଅର ସମ୍ପର୍କ ଉପରେ ଆଧାରିତ ଫିଲ୍ମ । ଯେଉଁଥିରେ ରଶ୍ମିକା ମନ୍ଦାନା ରଣବୀରଙ୍କ ସ୍ତ୍ରୀ ହୋଇଥିବା ବେଳେ ତିପ୍ତୀ ରଣବୀରଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ଦର୍ଶାଯାଇଛି । ଆକ୍ସନ ଓ ରୋମାନ୍ସରେ ଭରା ଏହି ଫିଲ୍ମ ସମସ୍ତଙ୍କୁ ବେଶ ପସନ୍ଦ ଆସିଛି । ସେହିପରି ରଣବୀର କପୁରଙ୍କ ବାପା ଭୂମିକାରେ ଅନୀଲ କପୁର ଅଭିନୟ କରିଛନ୍ତି । ବବି ଦେଓଲ ରଣବୀରଙ୍କ ଶତ୍ରୁ ଭାବେ ଖଳନାୟକ ଭୂମିକାରେ ନଜର ଆସିଛନ୍ତି । ଆକ୍ସନ, ରୋମାନ୍ସରେ ଭରପୁର ଏହି ଫିଲ୍ମ ଦର୍ଶଙ୍କ ବେଶ ମନ ଜିତିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.