ହାଇଦ୍ରାବାଦ: ବଲିଉଡର ଚକୋଲେଟ୍ ବଏ ରଣବୀର କପୁର ଆଜି ତାଙ୍କର 41ତମ ଜନ୍ମଦିନ ପାଳନ କରୁଛନ୍ତି । 28 ସେପ୍ଟେମ୍ବର 1982ରେ ଋଷି କପୁର ଏବଂ ନୀତୁ ରଣବୀରଙ୍କ ପିତାମାତା ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ରଣବୀର କପୁର 2007ରେ ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ସାୱରିଆ’ରେ ଡେବ୍ୟୁ କରିଥିଲେ । ରଣବୀର ତାଙ୍କ କ୍ୟାରିୟରରେ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି ଏବଂ ତାଙ୍କର ଦମଦାର ଅଭିନୟ ସହିତ ଦର୍ଶକଙ୍କ ହୃଦୟ ଜିତିଛନ୍ତି । ରଣବୀର ରଜନୀତି, ରକଷ୍ଟାର, ବର୍ଫି, ୟେ ଜୱାନୀ ହେ ଦେୱାନୀ, ଏ ଦିଲ୍ ହୈ ମୁଶ୍କିଲ, ତମାଶା ଏବଂ ବ୍ରହ୍ମାସ୍ତ୍ର ଭଳି ହିଟ୍ ଚଳଚ୍ଚିତ୍ର କରିଛନ୍ତି । ବର୍ତ୍ତମାନ ସେ 17 ବର୍ଷ ଧରି ବଲିଉଡ୍ ଇଣ୍ଡଷ୍ଟ୍ରିରେ ଅଛନ୍ତି । କିନ୍ତୁ ଆପଣ ଜାଣନ୍ତି କି ଅଭିନେତାଙ୍କ ପ୍ରଥମ ଦରମା ମାତ୍ର 250 ଟଙ୍କା ଥିଲା ଏବଂ ଆଜି ସେ କୋଟି କୋଟି ଟଙ୍କାର ମାଲିକ ।
ଅଧ୍ୟୟନରୁ ଦୂରେଇ ରହିବା ପାଇଁ ବନିଥିଲେ ଅଭିନେତା
ଯଦିଓ କପୁର ପରିବାରରେ ଲୋକମାନେ ପିଢି ପରେ ପିଢି କଳାକାର ଭାବରେ ସାମ୍ନାକୁ ଆସିଛନ୍ତି, କିନ୍ତୁ ରଣବୀର କପୁର ଅଧ୍ୟୟନରୁ ଦୂରେଇ ରହିବା ପାଇଁ ଅଭିନୟକୁ ବାଛିଥିଲେ । ଏକ ରିପୋର୍ଟ ଅନୁଯାୟୀ ରଣବୀର କପୁର ଏକ ସାକ୍ଷାତକାରରେ କହିଥିଲେ, 'ଆମ ସମସ୍ତଙ୍କର ଅଭିନେତା ହେବା ପଛରେ କେବଳ ଗୋଟିଏ କାରଣ ଅଛି, ଆମ ପରିବାରର କେହି ଅଧିକ ପାଠ ପଢି ନାହାଁନ୍ତି । ତେଣୁ ସମସ୍ତଙ୍କୁ ଅଭିନେତା ହେବାକୁ ପଡ଼ିଲା ।' କେବଳ ଏତିକି ନୁହେଁ ରଣବୀର ଏହା ମଧ୍ୟ କହିଛନ୍ତି ଯେ, ସେ ତାଙ୍କ ଜେଜେ ରାଜ୍ କପୁର ଏବଂ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଅଧ୍ୟୟନ କରିଛନ୍ତି, ଯାହାକି ଦ୍ୱାଦଶ ପାସ୍ ।
ରଣବୀର କପୁରଙ୍କ ମୋଟ ସମ୍ପତ୍ତି
ଏକ ରିପୋର୍ଟ ଅନୁଯାୟୀ ରଣବୀର କପୁରଙ୍କ ସମ୍ପତ୍ତି ମୂଲ୍ୟ 345 କୋଟି ଟଙ୍କା । ରଣବୀର କପୁର ତାଙ୍କ କ୍ୟାରିୟରରେ ଇଣ୍ଡଷ୍ଟ୍ରିକୁ ଅନେକ ଦମଦାର ଚଳଚ୍ଚିତ୍ର ଦେଇଛନ୍ତି । ମିଳିଥିବା ସୂଚନାନୁଯାୟୀ, ରଣବୀର ଏକ ଚଳଚ୍ଚିତ୍ର ପାଇଁ 50 କୋଟି ଟଙ୍କା ଚାର୍ଜ୍ କରନ୍ତି । ସେ କେବଳ ଚଳଚ୍ଚିତ୍ରରୁ ନୁହେଁ ବରଂ ଏଣ୍ଡୋର୍ସମେଣ୍ଟରୁ ମଧ୍ୟ ବହୁତ ଟଙ୍କା ରୋଜଗାର କରନ୍ତି । ରିପୋର୍ଟରେ ଦର୍ଶାଯାଇଛି ଯେ, କୌଣସି ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ପାଇଁ ରଣବୀରଙ୍କ ଫି' ପ୍ରାୟ 6 କୋଟି ଟଙ୍କା ଅଟେ । ରଣବୀର ଗୋଟିଏ ମାସରେ 3 କୋଟି ରୋଜଗାର କରନ୍ତି ।
ଏହା ମଧ୍ୟ ପଢନ୍ତୁ: ଝିଅ ରାହା ପାଇଁ କାମରୁ ବିରତି ନେବେ ରଣବୀର କପୁର !
ଆନିମଲରେ ରଣବୀର କପୁର
ରଣବୀର କପୁର ତାଙ୍କର ଆଗାମୀ ଫିଲ୍ମ ‘ଆନିମଲ’ ନିଜର ଯାଦୁ ଦେଖାଇବେ । ରଣବୀର କପୁରଙ୍କ ସହ ଅନୀଲ କପୁର, ବବି ଦେଓଲ ଏବଂ ରଶ୍ମିକା ମନ୍ଦାନାଙ୍କୁ ଆନିମଲରେ ଦେଖିବାକୁ ମିଳିବ । ଫିଲ୍ମରୁ ରଣବୀର କପୁର ଏବଂ ଅନିଲ କପୁର, ବବି ଦେଓଲ ଏବଂ ରଶ୍ମିକା ମନ୍ଦାନାଙ୍କ ଲୁକ୍ ସେୟାର ହୋଇଛି । ଏହି ଚଳଚ୍ଚିତ୍ରଟିକୁ କବୀର ସିଂ ଏବଂ ଅର୍ଜୁନ ରେଡ୍ଡୀ ଫେମ୍ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ବାଙ୍ଗା ନିର୍ଦ୍ଦେଶନା ଦେଇଛନ୍ତି।