ETV Bharat / entertainment

'ଆନିମଲ' ପାଇଁ ୧୧ କିଲୋ ଓଜନ ବଢାଇଲେ ରଣବୀର, ଝଲକ ଦେଖାଇଲେ ଟ୍ରେନର

Ranbir Kapoor Transformation For Animal: ରଣବୀର କପୁର 'ଆନିମଲ' ପାଇଁ ବଡି ଟ୍ରାନ୍ସଫରମେସନ କରିଛନ୍ତି । ଯାହାର ଝଲକ ଟ୍ରେନର ସୋସିାଲ ମିଡିଆରେ କିଛି ଭିଡିଓ ସେୟାର କରିଦେଖାଇଛନ୍ତି । ଦେଖନ୍ତୁ ଭିଡିଓ,

author img

By ETV Bharat Odisha Team

Published : Dec 5, 2023, 11:10 AM IST

Updated : Dec 5, 2023, 11:34 AM IST

'ଆନିମଲ' ପାଇଁ ୧୧ କିଲୋ ଓଜନ ବଢାଇଲେ ରଣବୀର, ଭିଡିଓ ସେୟାର କରି ଝଲକ ଦେଖାଇଲେ ଟ୍ରେନର
'ଆନିମଲ' ପାଇଁ ୧୧ କିଲୋ ଓଜନ ବଢାଇଲେ ରଣବୀର, ଭିଡିଓ ସେୟାର କରି ଝଲକ ଦେଖାଇଲେ ଟ୍ରେନର
'ଆନିମଲ' ପାଇଁ ୧୧ କିଲୋ ଓଜନ ବଢାଇଲେ ରଣବୀର, ଝଲକ ଦେଖାଇଲେ ଟ୍ରେନର

ହାଇଦ୍ରାବାଦ: 'ଆନିମଲ' ରଣବୀର କପୁରଙ୍କ କ୍ୟାରିରର ସବୁଠାରୁ ବଡ଼ ଫିଲ୍ମ ମଧ୍ୟରୁ ଗୋଟିଏ ସାବ୍ୟସ୍ତ ହୋଇଛି । ଖାଲି ଏତିକି ନୁହେଁ ବକ୍ସ ଅଫିସରେ ମଧ୍ୟ ଫିଲ୍ମ ଧମାକା କରିବା ସହ ଅନେକ ଫିଲ୍ମର ରେକର୍ଡ ଭାଙ୍ଗିଛି । ଏଥିସହ ଫିଲ୍ମରେ ରଣବୀର କପୁରଙ୍କ ଲୁକ୍‌ ଏବଂ ଅଭିନୟର ଦିୱାନା ହୋଇଛନ୍ତି ଫ୍ୟାନ୍ସ । ତେବେ ଆନିମଲରେ ଏହି ଲୁକ୍‌ ପାଇଁ ରଣବୀର କପୁର ବଡି ଟ୍ରାନ୍ସଫରମେସନ (Body Transformation) କରିଛନ୍ତି । ସେ ଫିଲ୍ମ ପାଇଁ ପ୍ରାୟ ୧୧ କିଲୋ ଓଜନ ବଢାଇଛନ୍ତି । ସୋସିଆଲ ମିଡିଆରେ ତାଙ୍କ ଟ୍ରେନର ରଣବୀରଙ୍କ ୱାର୍କଆଉଟ ସମୟର କିଛି ଭିଡିଓ ସେୟାର କରି ଏହାର ଝଲକ ଦେଖାଇଛନ୍ତି ।

ରଣବୀରଙ୍କ ଫିଟନେସ୍ କୋଚ୍ ଶିବୋହମ୍ ନିଜ ଇନଷ୍ଟାଗ୍ରାମରେ ରଣବୀର କପୁରଙ୍କ କଠିନ ପରିଶ୍ରମ ଏବଂ ସାହସର ଝଲକ ଦେଖାଇଛନ୍ତି । ସେ ରଣବୀର କପୁରଙ୍କ ୱାର୍କଆଉଟ୍ ର କିଛି ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓଗୁଡ଼ିକ ସହ ଶିବହୋମ ରଣବୀର କପୁରଙ୍କ କାର୍ଯ୍ୟସୂଚୀ ବିଷୟରେ ମଧ୍ୟ କହିଛନ୍ତି । ରଣବୀର କପୁରଙ୍କ ସେଟ୍‌ରେ ୱାର୍କଆଉଟ୍ କରୁଥିବା ଏକ ଭିଡିଓ ସେୟାର କରୁଥିବାବେଳେ ଶିବୋହମ କ୍ୟାପସନରେ ଲେଖିଛନ୍ତି- 'ପରଦା ପଛର କଠିନ ପରିଶ୍ରମକୁ ବହୁତ କମ୍ ଲୋକ ଜାଣିଛନ୍ତି । ୧୦୦ଘଣ୍ଟାର ପ୍ରସ୍ତୁତି, ଅନୁଶାସନ ଏବଂ ସ୍ଥିରତା ଏବଂ ହାର ନ ମାନିବାର ଦୃଢ଼ ବିଶ୍ୱାସ ଏକ ଚମ୍ପିଆନର ମାନସିକତା ହିଁ ପରିବର୍ତ୍ତନ ଆଣିବା ସହ ଅନ୍ତିମ ଫଳାଫଳ ସ୍ଥିର କରେ । ପରଦା ପଛର ଅଧିକ ମୁହୂର୍ତ୍ତର କାହାଣୀ ଆଗକୁ ସେୟାର କରାଯିବ ।

ଶିବହୋମ ପ୍ରଥମେ ରଣବୀର କପୁରଙ୍କ ଦୁଇଟି ଫଟୋଗୁଡ଼ିକର ଏକ କୋଲାଜ ସେୟାର କରିଛନ୍ତି । ଯେଉଁଥିରେ ରଣବୀରଙ୍କ 'ତୁ ଝୁଟି ମେ ମକ୍କାର'ର ଫିଟ୍ ଲୁକ୍ ଦେଖିବାକୁ ମିଳିଛି । ଅଭିନେତାଙ୍କ ଫିଟନେସ୍ କୋଚଙ୍କ ଅନୁଯାୟୀ ରଣବୀର ସେତେବେଳେ 71 କିଲୋ ଥିଲେ । ଦ୍ୱିତୀୟ ଫଟୋରେ ରଣବୀରଙ୍କ ଆନିମଲ ଲୁକ୍‌ ଦେଖିବାକୁ ମିଳିଛି । ଯେଉଁଥିରେ ସେ ଟ୍ରାନ୍ସଫରମେସନ ପରେ ଓଜନ 11 କିଲୋ ବଢାଇ 82 କିଲୋ କରିଥିବା ନଜର ଆସିଛନ୍ତି । ଏହି କୋଲାଜ ସହ, ଶିବୋହମ୍ ଲେଖିଛନ୍ତି- 'ଏହା 2021 ମସିହାରେ ଆରମ୍ଭ ହୋଇଥିଲା ଯେତେବେଳେ ଆମେ ଲୁଭ୍ ରଂଜନଙ୍କ ତୁ ଝୁଟି ମେ ମକ୍କାର ପାଇଁ ଶରୀର ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲୁ ଏବଂ ପରେ 2022 ମସିହାରେ ଯେତେବେଳେ ଆମେ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ 'ଆନିମଲ'ଚଳଚ୍ଚିତ୍ର ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲୁ । ଏଥିସହ ଆଉ ଏକ ରଣବୀରଙ୍କ ଜିମ୍‌ ଭିଓ ସେୟାର କରି ସେ ଲେଖିଛନ୍ତି, ନୀରବତାର ସହ ଏମିତି କାମ କର ଯେ, ତୁମ ସଫଳତା ଧମାକା କରିଦେବ ।

ଏହା ମଧ୍ୟ ପଢନ୍ତୁ: ଦୁଇ ଶହ କୋଟି କ୍ଲବରେ ଆନିମଲ, ଭାଙ୍ଗିଲା ପଠାନ ଓ ଟାଇଗର 3ର ରେକର୍ଡ

ଏହିପରି ବବି ଦେଓଲ୍ ମଧ୍ୟ ଟ୍ରାନ୍ସଫରମେସନ କରିଥିଲେ

କେବଳ ରଣବୀର କପୁର ନୁହଁନ୍ତି, ଫିଲ୍ମରେ ଖଳନାୟକ ଭୂମିକାରେ ଅଭିନୟ କରିଥିବା ବବି ଦେଓଲ ମଧ୍ୟ କଠିନ ପରିଶ୍ରମ କରିଛନ୍ତି । ବବି ଦେଓଲର ପ୍ରଶିକ୍ଷକ ପ୍ରଜୱାଲ ଶେଟ୍ଟୀ ଏକ ସାକ୍ଷାତକାରରେ ଏନେଇ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ ନିର୍ଦ୍ଦେଶକ ତାଙ୍କୁ କହିଥିଲେ ଯେ ଫିଲ୍ମରେ ବବି ଫିଟନେସ୍ ଦୃଷ୍ଟିରୁ ରଣବୀର କପୁରଙ୍କ ଅପେକ୍ଷା ଭଲ ହେବା ଉଚିତ୍ । ଏଭଳି ପରିସ୍ଥିତିରେ ଆମେ ବବିଙ୍କ ଶରୀରର ଫ୍ୟାଟ୍ ଉପରେ କାମ କରି ଏହାକୁ ୧୨ ପ୍ରତିଶତକୁ ଆଣିଥିଲୁ । ଅଭିନେତା ଏଥିପାଇଁ ପ୍ରତିଦିନ କାର୍ଡିଓ ଏବଂ ୱେଟ୍‌ ଟ୍ରେନିଂ କରିଥିଲେ । ଦୀର୍ଘ ୪ ମାସ କଠିନ ପରିଶ୍ରମ କରିଛନ୍ତି ବବି ଦେଓଲ ।

Last Updated : Dec 5, 2023, 11:34 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.