ETV Bharat / entertainment

Ranbir Kapoor Bday: 40 ବର୍ଷରେ ପାଦ ଥାପିଲେ ଚକୋଲେଟ୍ ବୟ

author img

By

Published : Sep 28, 2022, 12:18 PM IST

ବଲିଉଡର ଚକୋଲେଟ୍ ବୟ ରଣବୀର କପୁର ତାଙ୍କର 40 ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ତାଙ୍କର ଖାସ୍‌ ଚଳଚ୍ଚିତ୍ର ଗୁଡ଼ିକ ଉପରେ ନଜର ପକାନ୍ତୁ । ଅଧିକ ପଢନ୍ତୁ

40 ବର୍ଷରେ ପାଦ ଥାପିଲେ ଚକୋଲେଟ୍ ବୟ
40 ବର୍ଷରେ ପାଦ ଥାପିଲେ ଚକୋଲେଟ୍ ବୟ

ମୁମ୍ବାଇ: ନୀତି କପୁର ଏବଂ ଋଷି କପୁରଙ୍କ ଲାଡଲା ପୁଅ ରଣବୀର କପୁର ତାଙ୍କର 40 ତମ ଜନ୍ମଦିନ ପାଳନ କରୁଛନ୍ତି । ରଣବୀର 28 ସେପ୍ଟେମ୍ବର 1982ରେ ମହାରାଷ୍ଟ୍ରର ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ପ୍ରଥମ ଚଳଚ୍ଚିତ୍ର 'ସାୱରିଆ'ର ଫ୍ଲପ୍ କଥା ହେଉ କିମ୍ବା ଗର୍ଲଫ୍ରେଣ୍ଡ, ବଲିଉଡର ଚକୋଲେଟ୍ ବୟ ଅନେକ ସମୟରେ ଲାଇମ୍‌ଲାଇଟ୍‌ ରହିଆସିଛନ୍ତି । କପୁର ପରିବାରର ଚତୁର୍ଥ ପିଢିର ଅଭିନେତା ରଣବୀର କପୁର ନିଜର ଚମତ୍କାର ପ୍ରଦର୍ଶନ ସହିତ ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇଛନ୍ତି । ରଣବୀର ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସ୍ୱାମୀ ଏବଂ ଖୁବ୍ ଶୀଘ୍ର ପିତା ହେବାକୁ ଯାଉଛନ୍ତି । ତାଙ୍କ ଜନ୍ମଦିନରେ, ଆମେ ଆପଣଙ୍କ ପାଇଁ ତାଙ୍କର ଖାସ୍‌ ଚଳଚ୍ଚିତ୍ର ବିଷୟରେ କହିବୁ ।

  • " class="align-text-top noRightClick twitterSection" data="">

ସାୱରିଆ: ସେ ସାୱରିଆ ଚଳଚ୍ଚିତ୍ର ସହିତ ଅଭିନେତା ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । 2007ରେ ମୁକ୍ତିଲାଭ କରିଥିବା ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ 'ସାୱରିଆ'ରେ ସୋନମ କପୁର ତାଙ୍କ ସହ ଥିଲେ, ଯଦିଓ ଏହି ଫିଲ୍ମ ଫ୍ଲପ୍ ହୋଇଥିଲା । ମାତ୍ର ଅଭିନୟ ପାଇଁ ତାଙ୍କୁ ପୁରସ୍କାର ମିଳିଥିଲା ​​।

ଅଜବ ପ୍ରେମ କି ଗଜବ କାହାଣୀ: ହିନ୍ଦୀ କମେଡି-ଲଭ୍ ଫିଲ୍ମ ଅଜବ ପ୍ରେମ କି ଗଜବ କାହାଣୀ 2009ରେ ମୁକ୍ତିଲାଭ କରିଥିଲା ​​। ଏଥିରେ ରଣବୀର କପୁର ଏବଂ କ୍ୟାଟ୍ରିନା କୈଫ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ସଲମାନ ଖାନଙ୍କୁ କ୍ୟାମୋ ଭୂମିକାରେ ଦେଖିବାକୁ ମିଳିଥିଲା । ନିର୍ଦ୍ଦେଶକ ରାଜକୁମାର ସନ୍ତୋଷୀଙ୍କ ଫିଲ୍ମ 6 ନଭେମ୍ବର 2009 ରେ ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିଲା । ଫିଲ୍ମକୁ ବକ୍ସ ଅଫିସରେ ଭଲ ସଫଳତା ମିଳିଥିଲା ।

ୟେ ଜବାନୀ ହେ ଦିବାନୀ: 2013ରେ ମୁକ୍ତିଲାଭ କରିଥିବା ବଲିଉଡ କମେଡି ସୁପର ଫିଲ୍ମ ୟେ ଜବାନୀ ହେ ଦିବାନୀ ଯୁବ ପିଢି ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା । ନିର୍ମାତା ହେଉଛନ୍ତି କରଣ ଜୋହର ଏବଂ ଏହାର ନିର୍ଦ୍ଦେଶନା ଦେଇଛନ୍ତି ଆୟାନ ମୁଖାର୍ଜୀ । ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀ ଦୀପିକା ପାଦୁକୋନ ମୁଖ୍ୟ ଭୂମିକାରେ ରଣବୀର କପୁରଙ୍କ ସହ ନଜର ଆସିଥିଲେ। ଏହି ଚଳଚ୍ଚିତ୍ରରେ ଆଦିତ୍ୟ ରୟ କପୁର ଏବଂ କଲକି ସହ କଳାକାର ଭାବରେ ନଜର ଆସିଥିଲେ।

ଏ ଦିଲ ହେ ମୁସ୍କିଲ: ଏହି ହିନ୍ଦୀ ଚଳଚ୍ଚିତ୍ର, ଯାହାର ନିର୍ଦ୍ଦେଶନା କରଣ ଜୋହରଙ୍କ ସହ ୟଶ ଜୋହର ମଧ୍ୟ ଦେଇଥିଲେ । ଏଥିରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ରଣବୀର କପୁର ଏବଂ ଅନୁଷ୍କା ଶର୍ମା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରଟି 28 ଅକ୍ଟୋବର 2016ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ​ । ରଣବୀର ଏହି ଚଳଚ୍ଚିତ୍ରରେ ଜଣେ ପ୍ରକୃତ ପ୍ରେମିକ ଭୂମିକାରେ ଅଭିନୟ କରିଥିଲେ ଏବଂ ବହୁତ ଭଲ ଅଭିନୟ କରିଥିଲେ ।

ରକ୍‌ଷ୍ଟାର: ଇମତିଆଜ ଅଲିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ 2011ରେ ମୁକ୍ତିଲାଭ କରିଥିଲା । ଏଥିରେ ଅଭିନେତ୍ରୀ ନର୍ଗିସ୍ ରଣବୀର କପୁରଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଏହି ଚଳଚ୍ଚିତ୍ରରେ ଏ.ଆର୍ ରେହମାନ କଣ୍ଠଦାନ କରିଥିଲେ। ଚଳଚ୍ଚିତ୍ରର ପ୍ରତ୍ୟେକ ଗୀତ ଆଜି ବି ଲୋକେ ଗୁଣୁ ଗୁଣାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.