ମୁମ୍ବାଇ: ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି ରଣବୀର କପୁର ଓ ଆଲିୟା ଭଟ୍ଟ । ଚଳିତ ମାସରେ ବିବାହ କରିବେ ରଣବୀର-ଆଲିଆ । ଦୁହିଁଙ୍କ ବିବାହକୁ ନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଥିଲାବେଳେ ଏପ୍ରିଲରେ ଦୁହିଁଙ୍କ ହାତଗଣ୍ଠି ପଡିବ ବୋଲି ସ୍ପଷ୍ଟ ହୋଇଛି ।
ସେମାନଙ୍କର ବିବାହ କୌଣସି ବିଳାସପୂର୍ଣ୍ଣ ହୋଟେଲରେ ହେବନାହିଁ । ରଣବୀରଙ୍କ ପୈତୃକ ଗାଁରେ ବିବାହ ଉତ୍ସବ ଅନୁଷ୍ଠିତ ହେବ । ରଣବୀର ନିଜେ ତାଙ୍କ ବିବାହ ସ୍ଥାନ ଠିକ କରିଥିବା ନେଇ କୁହାଯାଉଛି । ରଣବୀରଙ୍କ ବାପା-ମାଆ ଋଷି କପୁର ଓ ନୀତୁ କପୁର ୧୯୮୦ରେ ଜାନୁଆରୀ ୨୦ରେ ସେହି ସ୍ଥାନରେ ବିବାହ କରିଥିଲେ ।
ବିବାହ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବିବାହ ଉତ୍ସବରେ ୪୫୦ ଅତିଥି ଯୋଗ ଦେବେ । ଏପ୍ରିଲ ଦ୍ବିତୀୟ ସପ୍ତାହରେ ବିବାହ ହେବା ନେଇ ସୂଚନା ମିଳିଛି । ୨୦୨୧ ମାର୍ଚ୍ଚ ୨୦ରେ ଉଭୟଙ୍କ ନିର୍ବନ୍ଧ ଶେଷ ହୋଇଥିଲା । ରାଜସ୍ଥାନର ରନ୍ଥାମ୍ବବୋରରେ ଥିବା ବିଳାସପୂର୍ଣ୍ଣ ହୋଟେଲରେ ଦୁଇଜଣଙ୍କ ନିର୍ବନ୍ଧ ଫଙ୍କ୍ସନ ଆୟୋଜିତ ହୋଇଥଲା ।