ETV Bharat / entertainment

Alia Ranbir Wedding: ରଣବୀର-ଆଲିଆଙ୍କ ବିବାହ OTTରେ ହେବ ଷ୍ଟ୍ରିମ !

author img

By

Published : Apr 15, 2022, 10:21 AM IST

ବର୍ତ୍ତମାନ ପର୍ଯ୍ୟନ୍ତ ରଣବୀର ଏବଂ ଆଲିଆଙ୍କ ବିବାହରେ କଡା ସୁରକ୍ଷା ଜାରି ରହିଛି । କୁହାଯାଉଛି ଯେ ରଣବୀର ଆଲିଆଙ୍କ ବିବାହକୁ ଏତେ ବ୍ୟକ୍ତିଗତ ଏଥିପାଇଁ ରଖାଯାଉଛି କାରଣ ଖବର ଅନୁଯାୟୀ, ଏକ ପ୍ରମୁଖ OTT ପ୍ଲାଟଫର୍ମକୁ ଉଭୟଙ୍କ ଫଟୋ ଏବଂ ଭିଡିଓ ଷ୍ଟ୍ରିମ୍ କରିବା ପାଇଁ ରାଇଟ୍ସ ଦିଆଯାଇଛି । ଅଧିକ ପଢନ୍ତୁ

ପତି-ପତ୍ନୀଙ୍କ ପୂରା ବିବାହ ଓଟିଟିରେ ଦେଖିବେ ଫ୍ୟାନ୍ସ !

ହାଇଦ୍ରାବାଦ: ସସ୍‌ପେନ୍ସକୁ ପଛରେ ପକାଇ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ବଲିଉଡର ଚର୍ଚ୍ଚିତ ଯୋଡି ଆଲିଆ ଓ ରଣବୀର । 5ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ଉଭୟ ଅଗ୍ନୀକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ସାଥୀ ହୋଇଛନ୍ତି । ଏବେ ପତି-ପତ୍ନୀ ଭାବରେ ନିଜର ଯାତ୍ରା ଆରମ୍ଭ କରିବେ ଆଲିଆ ଓ ରଣବୀର । ବାସ୍ତୁ ଆପାର୍ଟମେଣ୍ଟରେ ଦୁହିଁଙ୍କ ପରିବାର ସଦସ୍ୟ ଏବଂ କିଛି ଅତିଥିଙ୍କ ମଧ୍ୟରେ ବିବାହ ସମ୍ପନ୍ନ ହୋଇଛି । ଏହି ସମୟରେ, ଆଉ ଏକ ଖବର ଆସୁଛି ଯାହା ଶୁଣି ପ୍ରଶଂସକମାନେ ଖୁସି ହୋଇଯିବେ ।

ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ରଣବୀର ଏବଂ ଆଲିଆଙ୍କ ବିବାହରେ କଡା ସୁରକ୍ଷା ଜାରି ରହିଛି । କୁହାଯାଉଛି ଯେ ରଣବୀର ଆଲିଆଙ୍କ ବିବାହକୁ ଏତେ ବ୍ୟକ୍ତିଗତ ଏଥିପାଇଁ ରଖାଯାଉଛି କାରଣ ଖବର ଅନୁଯାୟୀ, ଏକ ପ୍ରମୁଖ OTT ପ୍ଲାଟଫର୍ମକୁ ଉଭୟଙ୍କ ଫଟୋ ଏବଂ ଭିଡିଓ ଷ୍ଟ୍ରିମ୍ କରିବା ପାଇଁ ରାଇଟ୍ସ ଦିଆଯାଇଛି । ଆସନ୍ତା କିଛି ମାସ ମଧ୍ୟରେ ରଣବୀର ଏବଂ ଆଲିଆଙ୍କ ବିବାହର ଫୁଟେଜ୍ OTT ପ୍ଲାଟଫର୍ମରେ ସିଧା ପ୍ରସାରଣ ହେବ । କେବଳ ଏତିକି ନୁହେଁ, OTT କମ୍ପାନୀ ଏହି କିଣିବା ପାଇଁ 90-110 କୋଟି ଟଙ୍କା ଦେଇଥିବାର ଖବର ମଧ୍ୟ ଅଛି ।

ତେବେ ଏହି ଖବର ଉପରେ ଦମ୍ପତିଙ୍କ ପକ୍ଷରୁ ଏହା ନିଶ୍ଚିତ କରାଯାଇନାହିଁ । ଉଲ୍ଲେଖନୀଯ ଯେ, ଏହାପୂର୍ବରୁ କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲଙ୍କୁ ନେଇ ମଧ୍ୟ ଖବର ଆସିଥିଲା କି, ଉଭୟ ନିଜ ବିବାହର ସମସ୍ତ ରାଇଟ୍ସକୁ ପ୍ରାୟ 80 କୋଟିରେ ବିକ୍ରି କରିଛନ୍ତି ।

ସୂଚନା ଅନୁଯାୟୀ, ରଣବୀର-ଆଲିଆ ୧୪ ଏପ୍ରିଲରେ ବାସ୍ତୁ ଆପାର୍ଟମେଣ୍ଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ପ୍ରଥମେ ପାରମ୍ପରିକ ପିତୃପୂଜା ପରେ ସେମାନଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ବିବାହ ଉତ୍ସବରେ ପ୍ରାୟ ୩୦-୩୫ ଲୋକ ଯୋଗ ଦେଇଥିଲେ । ଏହି ବିବାହରେ ବଲିଉଡର କିଛି ସେଲିବ୍ରିଟି ଏବଂ ଘନିଷ୍ଠ ବନ୍ଧୁ, ଦମ୍ପତିଙ୍କ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ବିବାହ ହୋଇଥିଲା । ବିବାହ ସରିବା ପରେ ସନ୍ଧ୍ୟାରେ ଆଲିଆ ଓ ରଣବୀର ମିଡିଆ ସମ୍ମୁଖକୁ ଆସିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.