ETV Bharat / entertainment

Kareena Kapoor Diwali Bash: ରଣବୀର-ଆଲିଆ ସମେତ ନଜର ଆସିଲେ ଏହି ତାରକା

author img

By ETV Bharat Odisha Team

Published : Nov 12, 2023, 12:26 PM IST

ବଲିଉଡରେ ଦିୱାଲୀର ଧୁମ ଦେଖିବାକୁ ମିଳୁଛି । ସେଲିବ୍ରିଟିମାନେ ଗୋଟିଏ ପରେ ଗୋଟିଏ ଦିୱାଲୀ ପାର୍ଟିର ଆୟୋଜନ କରୁଛନ୍ତି । ଏବେ କରୀନା କପୁର ଖାନ ଏବଂ ସୈଫ ଅଲି ଖାନ ମଧ୍ୟ ଏକ ଦିୱାଲୀ ପାର୍ଟିର ଆୟୋଜନ କରିଛନ୍ତି । ଏହି ଦିୱାଲୀ ପାର୍ଟୀରେ ରଣବୀର କପୁର, ଆଲିଆ ଭଟ୍ଟ, ସାରା ଅଲି ଖାନଙ୍କ ସମେତ ଅନେକ ସେଲିବ୍ରେଟ ଯୋଗ ଦେଇଛନ୍ତି । ଅଧିକ ପଢନ୍ତୁ

Kareena Kapoor Diwali Bash: ରଣବୀର-ଆଲିଆ ସମେତ ନଜର ଆସିଲେ ଏହି ତାରକା
Kareena Kapoor Diwali Bash: ରଣବୀର-ଆଲିଆ ସମେତ ନଜର ଆସିଲେ ଏହି ତାରକା

ହାଇଦ୍ରାବାଦ: ଆଜି ପବିତ୍ର ଦୀପାବଳି । ଏହି ସମୟରେ ବର୍ତ୍ତମାନ ଦେଶରେ ଦିୱାଲୀ ପର୍ବ ପାଳନ କରାଯାଉଛି । ଏହି ଅବସରରେ ବଲିଉଡରେ ମଧ୍ୟ ଦୀପାବଳିର ଉତ୍ସାହ ଦେଖିବାକୁ ମିଳୁଛି । ସେଲିବ୍ରିଟିମାନେ ଦିୱାଲୀ ପାର୍ଟିର ଆୟୋଜନ କରୁଛନ୍ତି । ମନୀଷ ଶର୍ମା, ସାରା ଅଲି ଖାନଙ୍କ ପରେ ଏବେ ବି ଟାଉନ ଦମ୍ପତି କରୀନା କପୁର ଖାନ ଏବଂ ସୈଫ ଅଲି ଖାନ ନିଜ ଘରେ ଏକ ଦିୱାଲୀ ପାର୍ଟିର ଆୟୋଜନ କରିଛନ୍ତି । ଏହି ପାର୍ଟିରେ ବହୁ ବଲିଉଡ ସେଲିବ୍ରିଟି ଯୋଗ ଦେଇଛନ୍ତି ।

କରୀନା କପୁର ଖାନ ଗତକାଲି ତାଙ୍କ ଘରେ ଦୀପାବଳି ପାର୍ଟିର ଆୟୋଜନ କରିଥିଲେ । ଏହି ସମୟ ମଧ୍ୟରେ ଅଭିନେତ୍ରୀ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ସହ ତାଙ୍କର ଦିୱାଲୀ ଲୁକ୍‌ର ଝଲକ ମଧ୍ୟ ସେୟାର କରିଥିଲେ । ଲାଲ୍‌ ରଙ୍ଗର ଶାଢ଼ୀ ପିନ୍ଧି କରୀନା ଖୁବ ସୁନ୍ଦର ଦେଖାଯାଉଥିଲେ । ସେ ତାଙ୍କର ଅନେକ ଫଟୋ ନିଜ ଇନଷ୍ଟାଗ୍ରାମ୍‌ ଷ୍ଟୋରୀରେ ସେୟାର କରିଥିଲେ । ଏହା ସହିତ ସୈଫ ପାର୍ଟିରେ ବ୍ଲାକ୍‌ ଏବଂ ହ୍ବାଇଟ୍‌ ରଙ୍ଗ୍‌ର ଧୋତି କୁର୍ତ୍ତାରେ ନଜର ଆସିଥିଲେ ।

କରୀନା କପୁର ଏବଂ ସୈଫ ଅଲି ଖାନଙ୍କ ଦିୱାଲୀ ପାର୍ଟୀରେ ମଧ୍ୟ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କୁ ଦେଖିବାକୁ ମିଳିଥିଲା । ଲାଲ୍ ଲେହେଙ୍ଗା-ଚୋଲିରେ ଆଲିଆ ନଜର ଆସିଥିବା ବେଳେ ରଣବୀର କପୁର ହ୍ବାଇଟ ପ୍ୟାଣ୍ଟ ସହିତ ବ୍ଲାକ କୁର୍ତ୍ତା ଏବଂ ଜ୍ୟାକେଟରେ ଖୁବ ସୁନ୍ଦର ଲାଗୁଥିଲେ । ସେପଟେ ଦିୱାଲୀ ପାର୍ଟୀରେ ଭାଇ-ଭଉଣୀ ଯୋଡି ସାରା ଅଲି ଖାନ ଏବଂ ଇବ୍ରାହିମ ଅଲି ଖାନ ମଧ୍ୟ ନଜର ଆସିଥିଲେ । ସାରା ଏକ ବାଇଗଣୀ ରଙ୍ଗର ସାଲୱାର ସୁଟ୍ ପିନ୍ଧିଥିବାବେଳେ ତାଙ୍କ ଭାଇ ଇବ୍ରାହିମ୍ ହ୍ବାଇଟ ପ୍ୟାଣ୍ଟ ସହ ଏକ ବ୍ଲାକ ଭେଲଭେଟ୍ କୁର୍ତ୍ତାରେ ନଜର ଆସିଥିଲେ । ଏହା ବ୍ୟତୀତ ନୀତୁ କପୁର, ସୈଫ ଅଲି ଖାନଙ୍କ ମା' ତଥା ଭେଟେରାନ ଅଭିନେତ୍ରୀ ଶର୍ମିଲା ଟାଗୋର, କରିସ୍ମା କପୁର, ସୋହା ଅଲି ଖାନ ଏବଂ କୁନାଲ ଖେମୁ ମଧ୍ୟ କରୀନା କପୁରଙ୍କ ଦିୱାଲୀ ପାର୍ଟିରେ ନଜର ଆସିଥିଲେ ।

ଏହା ମଧ୍ୟ ପଢନ୍ତୁ: ତମେ ମୁଁ ଆଉ ପିଜା, ସୈଫଙ୍କୁ ଏପରି ବିବାହ ବାର୍ଷିକୀ ଶୁଭେଚ୍ଛା ଜଣାଇଲେ ବେବୋ

କରୀନା ଏବଂ ସୈଫଙ୍କ ୱାର୍କ୍‌ଫ୍ରଣ୍ଟ୍‌ କଥା କହିବାକୁ ଗଲେ, ନିକଟରେ କରୀନାଙ୍କ ପ୍ରଥମ ଓଟିଟି ଫିଲ୍ମ ଜାନେଜାନ୍‌ ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ହୋଇଛି । ଏହା ସୁଜୟ ଘୋଷଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଏଥିରେ ଜୟଦୀପ ଅହଲାୱତ୍ ଏବଂ ବିଜୟ ବର୍ମା ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ଏହା ବ୍ୟତୀତ କରୀନା ଦ କ୍ରୁରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ତବୁ, କ୍ରିତି ସାନନ୍ ଏବଂ ଦିଲଜିତ୍ ଦୋସାଞ୍ଜଙ୍କୁ ତାଙ୍କ ସହ ସ୍କ୍ରିନ ସେୟାର କରୁଥିବା ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରଟି ମାର୍ଚ୍ଚ 22, 2024ରେ ରିଲିଜ ହେବ । ସେପଟେ ସୈଫଙ୍କୁ ଦେବରାରେ ଦେଖିବାକୁ ମିଳିବ । ଏହି ଫିଲ୍ମ ସହ ସୈଫ ସାଉଥରେ ଡେବ୍ୟୁ କରିବାକୁ ଯାଉଛନ୍ତି । କୋର୍ଟଲା ଶିବାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସାଉଥ୍‌ ସୁପରଷ୍ଟାର ଜୁନିଆର NTRଙ୍କ ସହ ସୈଫ୍‌ ପ୍ରଥମ ଥର ପାଇଁ ନଜର ଆସିବେ । ଏହି ଫିଲ୍ମ 2024 ଏପ୍ରିଲ୍ 5ରେ ରିଲିଜ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.