ETV Bharat / entertainment

Ram Gopal @60: ରଙ୍ଗିଲା ଗାର୍ଲଙ୍କ ପ୍ରେମରେ ଥିଲେ ପାଗଳ, ସକାଳ ଆରମ୍ଭ ହୁଅ ଆଡଲ୍ଟ ଫିଲ୍ମରୁ

author img

By

Published : Apr 7, 2022, 11:31 AM IST

ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଆଜି ତାଙ୍କର 60 ତମ ଜନ୍ମଦିନ (Ramgopal Varma Birthday) ପାଳନ କରୁଛନ୍ତି । ଜନ୍ମଦିନ ଅବସରରେ, ଆସନ୍ତୁ ତାଙ୍କ ବିଷୟରେ କିଛି ଖାସ୍‌ କଥା ଜାଣିବା । ଅଧିକ ପଢନ୍ତୁ

ଉର୍ମିଲା ମାତୋଣ୍ଡକରଙ୍କ ପ୍ରେମରେ ପାଗଳ ଥିଲେ ରାମ, ଏହି କାରଣରୁ ଦେଖନ୍ତି ଆଡଲ୍ଟ ଫିଲ୍ମ

ହାଇଦ୍ରାବାଦ: ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଆଜି ତାଙ୍କର 60 ତମ ଜନ୍ମଦିନ (Ramgopal Varma Birthday) ପାଳନ କରୁଛନ୍ତି । ରାମ ଗୋପାଳ ବର୍ମା ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣେ ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ । ସେ ହିନ୍ଦୀ, ତେଲୁଗୁ ସହିତ ଅନ୍ୟ ଭାଷାରେ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି । ରାମ ଗୋପାଳ 7 ଏପ୍ରିଲ 1962 ରେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ । ସିଭିଲ୍ ଇଞ୍ଜିନିୟରିଂ ଅଧ୍ୟୟନ ଛାଡି ରାମ ଗୋପାଳ ଚଳଚ୍ଚିତ୍ର ନିର୍ଦ୍ଦେଶନା ରାସ୍ତାରେ ପାଦ ଦେଇଥିଲେ, ଆଉ ସେବେଠୁ ସେ ପଛକୁ ବୁଲି କେବେ ଚାହିଁନାହାନ୍ତି ।

ସେ ତାଙ୍କର ପ୍ରଥମ ଚଳଚ୍ଚିତ୍ରରେ ହିଁ ଧମାଲ ମଚାଇଦେଇଥିଲେ । ଉଲ୍ଲେଖଥାଉ କି, ରାମ ଗୋପାଳ ବର୍ମା ଏପର୍ଯ୍ୟନ୍ତ ଅନେକ ହିଟ ଚଳଚ୍ଚିତ୍ର ଦେଇଛନ୍ତି, ଯାହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଆଜି ତାଙ୍କ ଜନ୍ମଦିନରେ, ଆସନ୍ତୁ ତାଙ୍କ ବିଷୟରେ କିଛି ଖାସ୍‌ କଥା ଜାଣିବା ।

ସକାଳେ ଦେଖନ୍ତି ଆଡଲ୍ଟ କଣ୍ଟେଣ୍ଟ୍‌

କିଛି ବର୍ଷ ପୂର୍ବେ ଏକ ୟୁଟ୍ୟୁବ ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ରାତି 2ଟାହେଉ କି 3ଟା ଯେତେବେଳେ ବି ଶୁଅନ୍ତୁ ନା କାହିଁକି ସେ ସକାଳ 6ଟା ପୂର୍ବରୁ ଉଠି ପଡନ୍ତି । ଉଠିବା ମାତ୍ରେ ସେ ପ୍ରଥମେ 10 କିମ୍ବା 15 ମିନିଟ୍ ପାଇଁ ଯେକୌଣସି ଆଡଲ୍ଟ କଣ୍ଟେଣ୍ଟ୍‌ ଦେଖନ୍ତି । ସକାଳେ ଆଡଲ୍ଟ କଣ୍ଟେଣ୍ଟ୍‌ ଦେଖିବା ପଛର କାରଣ ହେଉଛି ଏହା ତାଙ୍କୁ ଏକ୍ସାଇଟ୍‌ କରିଥାଏ ।

ଶ୍ରୀଦେବୀଙ୍କ ବଡ ପ୍ରଶଂସକ

ରାମ ଗୋପାଳ ବର୍ମା ଶ୍ରୀଦେବୀଙ୍କ ଜଣେ ଅଦ୍ଭୁତ ପ୍ରଶଂସକ ଅଟନ୍ତି । ରାମ ଗୋପାଳ ନିଜେ ଏହି ପୁରା କାହାଣୀକୁ ଏକ ପୋଷ୍ଟ ମାଧ୍ୟମରେ ସେୟାର କରିଥିଲେ । ଶ୍ରୀଦେବୀଙ୍କୁ ନେଇ ଏହି କ୍ରେଜ୍ ଏକ ସିନେମା ହଲରୁ ଆରମ୍ଭ ହୋଇଥିଲା ଏବଂ ଏହି କ୍ରେଜ୍ ଏପରି ଥିଲା ଯେ, ଯେତେବେଳେ ସେ ତାଙ୍କ ତେଲୁଗୁ ଚଳଚ୍ଚିତ୍ର (padaharella vayasu) ଦେଖିବା ପରେ ସିନେମା ହଲରୁ ବାହାରକୁ ଆସିଲେ, ସେତେବେଳେ ତାଙ୍କୁ ଲାଗିଲା କି ସେ ପ୍ରକୃତରେ ଏତେ ସୁନ୍ଦର ହୋଇନଥିବେ । ଏହା ପରେ, ସେ ତାଙ୍କର ଅନେକ ଚଳଚ୍ଚିତ୍ରକୁ କ୍ରମାଗତ ଭାବରେ ଦେଖୁଥିଲେ ଏବଂ ପ୍ରତ୍ୟେକ ଥର ତାଙ୍କ ପ୍ରତିଭା ଏବଂ ସୌନ୍ଦର୍ଯ୍ୟ ବର୍ମାଙ୍କୁ ପାଗଳ କରିଦେଉଥିଲା ।

ଉର୍ମିଲା ପାଇଁ ପାର୍‌ କରିଦେଇଥିଲେ ସବୁ ସୀମା

1995ରେ ରିଲିଜ ହୋଇଥିବା ଚଳଚ୍ଚିତ୍ର 'ରଙ୍ଗିଲା' ରାମ ଗୋପାଳ ବର୍ମାଙ୍କ କ୍ୟାରିଅରରେ ଏକ ଚମକ ଆଣିଥିଲା । ସେହି ସମାନ ଚଳଚ୍ଚିତ୍ର ମଧ୍ୟ ଉର୍ମିଲାଙ୍କ କ୍ୟାରିଅରକୁ ଶୀର୍ଷକୁ ନେଇଥିଲା । ଏହାପରେ ବି ଉର୍ମିଲା ଅଟକି ନଥିଲେ, ପରେ ସେ 'ସତ୍ୟା', 'ପିଞ୍ଜର', 'ଯୁଦାଇ' ଏବଂ 'କୌନ' ଭଳି ଶାନଦାର ଚଳଚ୍ଚିତ୍ର କରିଥିଲେ ଏବଂ ଏଥିରେ ଅଧିକାଂଶ ଫିଲ୍ମ ସହିତ ରାମ ଗୋପାଳ ବର୍ମାଙ୍କର ଏକ ସଂଯୋଗ ରହିଥିଲା । ଯେଉଁଥିପାଇଁ ଉର୍ମିଲା ଏକ ଭଲ କ୍ୟାରିଅର୍ ଗଢି ପାରିଥିଲେ ଏବଂ ଏହି ସମୟ ମଧ୍ୟରେ ଉଭୟଙ୍କ ପ୍ରେମ କାହାଣୀର ଖବର ଗଣମାଧ୍ୟମରେ ଆସିଥିଲା, ଏହି କ୍ରେଜ୍ ନିର୍ଦ୍ଦେଶକଙ୍କୁ ଏତେ ପ୍ରାଧାନ୍ୟ ଦେଇଥିଲା ଯେ ସେ ଫିଲ୍ମରୁ ମାଧୁରୀ ଦୀକ୍ଷିତଙ୍କୁ ମଧ୍ୟ ବାହାର କରିଦେଇଥିଲେ । ଏଭଳି ପରିସ୍ଥିତିରେ ଏହି ଆଲୋଚନା ସବୁଆଡେ ସାଧାରଣ ହୋଇଯାଇଥିଲା ।

ପତ୍ନୀଙ୍କଠାରୁ ଛାଡପତ୍ର

କୁହାଯାଏ ଯେ ଯେତେବେଳେ ରାମ ଗୋପାଳ ବର୍ମା ଏବଂ ଉର୍ମିଲାଙ୍କ ସମ୍ପର୍କ ଖବର ସେମାନଙ୍କ ଘରେ ପହଞ୍ଚିଲା, ସେତେବେଳେ ରାମ ଗୋପାଳଙ୍କ ପତ୍ନୀ ରତ୍ନା ଏତେ ରାଗିଗଲେ ଯେ ସେ ଉର୍ମିଲାଙ୍କୁ ଚାପୁଡ଼ା ମାରିଥିଲେ ଏବଂ କୁହାଯାଏ ଯେ ଏହି କାରଣରୁ ଉଭୟେ ଛାଡପତ୍ର ଦେଇଥିଲେ । ତଥାପି, ଆଜି ପର୍ଯ୍ୟନ୍ତ ଦୁହେଁ ଏହି ସମ୍ପର୍କ ବିଷୟରେ ଖୋଲାଖୋଲି ଭାବେ କହିନାହାଁନ୍ତି କିମ୍ବା ଏହା ଉପରେ କୌଣସି ପ୍ରକାରର ପ୍ରତିକ୍ରିୟା ଦେଇନାହାଁନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.