ETV Bharat / entertainment

Ram Charan-Upasana: ଝିଅକୁ ଏହି ନାଁ ଦେଲେ ରାମଚରଣ ଦମ୍ପତି, ସୁନା ଝୁଲା ପଠାଇଲେ ଅମ୍ବାନୀ

author img

By

Published : Jun 30, 2023, 8:04 PM IST

ସାଉଥ ସୁପରଷ୍ଟାର ରାମଚରଣ ଏବଂ ଉପାସନା ତାଙ୍କ ଝିଅଙ୍କ ନାଁ ପ୍ରକାଶ କରିଛନ୍ତି । ଏହି ଦମ୍ପତି ସେମାନଙ୍କ ଝିଅଙ୍କ ନାମ କ’ଣ ଦେଇଛନ୍ତି ଏବଂ ଏହାର ଅର୍ଥ କ’ଣ ସେ କହିଛନ୍ତି ? ଜାଣନ୍ତୁ

ଲାଡଲିଙ୍କ ଏହି ନାଁ ଦେଲେ 'RRR' ତାରକା ରାମ ଚରଣ

ହାଇଦ୍ରାବାଦ: ସାଉଥ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ମେଗାଷ୍ଟାର ଦମ୍ପତି ରାମ ଚରଣ ଏବଂ ଉପସାନା କାମିନେନି ଆଜି ନିଜ ଝିଅର ନାମକରଣ ସମାରୋହ ଆୟୋଜନ କରିଥିଲେ। ସୋସିଆଲ ମିଡିଆରେ ବର୍ତ୍ତମାନ ଏହି ଦମ୍ପତି ନିଜ ଝିଅର ନାମକରଣ ସମାରୋହର ଫଟୋ ସେୟାର କରି ନିଜ ରାଜକୁମାରୀଙ୍କ ନାମ ପ୍ରକାଶ କରିଛନ୍ତି । ଏଥିସହ ନାମର ଅର୍ଥ ମଧ୍ୟ ଜଣାଇଛନ୍ତି ।

ବିବାହର 11 ବର୍ଷ ପରେ ରାମ ଚରଣ ଏବଂ ଉପସାନା ପିତାମାତା ହୋଇଛନ୍ତି । ଯାହାକୁ ନେଇ ପୁରା ପରିବାରରେ ସେଲିବ୍ରମସନର ମାହୋଲ ଦେଖିବାକୁ ମିଳିଛି । ତେବେ ଆଜି ଲାଡଲିଙ୍କ ନାମକରଣ କରାଯାଇଛି । ଝିଅର ନାମ କ୍ଲିନ୍‌ କାରା କୋନିଡେଲା (Klin Kaara Konidela) ରଖିଛନ୍ତି। ନିଜ ଇନଷ୍ଟାଗ୍ରାମରେ ନାମକରଣ ସମାରୋହର ଫଟୋ ସେୟାର କରି ଲାଡଲିଙ୍କ ନାଁ ଏବଂ ଏହାର ଅର୍ଥ ଜଣାଇଛନ୍ତି । ପୋଷ୍ଟ ସେୟାର କରି ଉପସାନା ଲେଖିଛନ୍ତି, 'ଲଲିତା ସହସ୍ରନାମରୁ ଉତ୍ପନ୍ନ ଏହି ନାମର ଅର୍ଥ ହେଉଛି 'ଶକ୍ତିର ପ୍ରତୀକ, ଯାହା ଆଧ୍ୟାତ୍ମିକ ଭାବନା ସୃଷ୍ଟି କରେ । ଜେଜେବାପାମା'ଙ୍କଠାରୁ ଆମ ଝିଅକୁ ବହୁତ ଭଲପାଇବା ମିଳିଛି ।'

ଏହା ମଧ୍ୟ ପଢନ୍ତୁ: ରାମଚରଣଙ୍କ ଘରେ ସେଲିବ୍ରସନ, ଲାଡଲି ଆସିବା ପୂର୍ବର ଭିଡିଓ ସେୟାର କଲେ ଉପାସନା

ସେୟାର ହୋଇଥିବା ଫଟୋରେ ପୁରା ପରିବାର ପାରମ୍ପରିକ ଲୁକ୍‌ରେ ନଜର ଆସିଛନ୍ତି । ରାମଚରଣ ଏବଂ ଉପାସନାଙ୍କ ସମେତ ପୁରା ପରିବାର କ୍ରିମ ରଙ୍ଗର ଆଉଟଫିଟ ସହ ଖୁବ ସୁନ୍ଦର ଲୁକ୍‌ରେ ନଜର ଆସିଛନ୍ତି । ଏଥିରେ ରାଜକୁମାରୀଙ୍କ ଚେହେରାକୁ ଦେଖାଯାଇନାହିଁ । ତେବେ ଫଟୋ ସେୟାର ହେବା ପରେ ଫ୍ୟାନ୍ସ ଏହାକୁ ଲାଇକ କରିବା ସହ ଶୁଭେଚ୍ଛା ଜଣାଇବା ସହ ଝିଅଙ୍କ ଏଭଳି ନାଁ ପାଇଁ ପ୍ରଶଂସା କରିଛନ୍ତି । ରାମ ଚରଣଙ୍କ ଜଣେ ପ୍ରଶଂସକ 'ମୁବାରକ ହୋ ଆନ୍ନା' ଲେଖିଛନ୍ତି। ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, 'ମେଗା ରାଜକୁମାରୀଙ୍କ ନାମ ବହୁତ ସୁନ୍ଦର, ଘର ଖୁସିରେ ପରିପୂର୍ଣ୍ଣ ହେଉ ।'

ରିପୋର୍ଟ ଅନୁଯାୟୀ, ଉପାସନାଙ୍କ ମାଆଙ୍କ ଘରେ ଆୟୋଜିତ ଏହି ସମାରୋହରେ ପରିବାର ବ୍ୟତୀତ ଅନେକ ସମ୍ପର୍କୀୟ ଉପସ୍ଥିତ ଥିଲେ । କେବଳ ଏତିକି ନୁହେଁ ଦେଶର ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ରାମ ଚରଣ ଏବଂ ଉପସାନାଙ୍କ ଝିଅ ପାଇଁ ଏକ ସୁନାର ଝୁଲା ପଠାଇଛନ୍ତି, ଯାହାର ମୂଲ୍ୟ କୋଟିଏ ଟଙ୍କା ହେବ ବୋଲି କୁହାଯାଉଛି ।

ଜୁନ୍ 20, 2023ରେ ରାମ ଏବଂ ଉପସାନା ଏକ ଶିଶୁ କନ୍ୟା ପାଇଁ ପିତାମାତା ହୋଇଥିଲେ । ଜୁନ 24ରେ ହସ୍ପିଟାଲରୁ ଡିସଚାର୍ଜ ପରେ ଲାଡଲିକୁ ନେଇ ଘରକୁ ଫେରିଥିଲେ ରାମ ଏବଂ ଉପାସନା । କିଛି ଦିନ ପୂର୍ବରୁ ଉପାସାନା ଇନ୍‌ଷ୍ଟାଗ୍ରାମରେ ତାଙ୍କ ଫ୍ୟାମିଲ ଫଟୋ ସେୟାର କରିଥିଲେ । ଏହି ଫଟୋରେ ସେ ତାଙ୍କ ଝିଅକୁ କୋଳରେ ଧରିଥିବା ବେଳେ ରାମ ପୋଷା କୁକୁରଙ୍କୁ କୋଳରେ ଧରି ପୋଜ୍‌ ଦେଉଥିବାର ନଜର ଆସିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.