ETV Bharat / entertainment

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା, ସୁପରଷ୍ଟାର ରାମଚରଣ-ଉପାସନାଙ୍କୁ ନିମନ୍ତ୍ରଣ - ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା

Ram Charan Invited For Ram Mandir Inauguration: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ଯୋଗ ଦେବେ ଆରଆରଆର ଷ୍ଟାର ରାମଚରଣ ଏବଂ ତାଙ୍କ ସ୍ତ୍ରୀ ଉପାସନା ! ମିଳିଲା ନିମନ୍ତ୍ରଣ । ଅଧିକ ପଢନ୍ତୁ

Ram Charan
ରାମଚରଣ
author img

By ETV Bharat Odisha Team

Published : Jan 13, 2024, 10:57 AM IST

ମୁମ୍ବାଇ: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଉତ୍ସବମୁଖର ସାରା ଦେଶ। ଆସନ୍ତା 22ତାରିଖରେ ରାମ ମନ୍ଦିର ପ୍ରତିଷ୍ଠା ହେବ । ଏହି ସମାରୋହରେ ଅନେକ ବରିଷ୍ଠ ବ୍ୟକ୍ତି ବିଶେଷ, ନେତାଙ୍କ ଠାରୁ ଆରମ୍ଭ କରି ବୈଷୟିକ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତି ଏବଂ ସେଲିବ୍ରିଟି ସାମିଲ ହେବେ । ଏଥିପାଇଁ ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଛି । ପୂର୍ବରୁ ଆଲିଆ ଏବଂ ରଣବୀରଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ବର୍ତ୍ତମାନ ଏଥିରେ ସାମିଲ ହୋଇଛନ୍ତି ଆରଆରଆର ଅଭିନେତା ରାମଚରଣ ଏବଂ ପତ୍ନୀ ଉପାସନା । ଆରଏସଏସର ସୁନୀଲ ଅମ୍ବଦକର ହାଇଦ୍ରାବାଦ ସ୍ଥିତ ତାଙ୍କ ବାସଭବନକୁ ଯାଇ ରାମ ମନ୍ଦିର ପ୍ରତିଷ୍ଠାରେ ଯୋଗ ଦେବା ପାଇଁ ଉଭୟଙ୍କୁ ନିମନ୍ତ୍ରଣ କରିଛନ୍ତି । ତେବେ ନିମନ୍ତ୍ରଣ ଅନୁସାରେ ମନ୍ଦିର ପ୍ରତିଷ୍ଠାରେ ସେଲିବ୍ରିଟି, ଭକ୍ତ, ସାଧୁସନ୍ଥ, ରାଜନୈତିକ ନେତା, ଚଳଚ୍ଚିତ୍ର ତାରକା, କ୍ରୀଡା ବ୍ୟକ୍ତିତ୍ୱ ସହ ପ୍ରତିଷ୍ଠିତ ବ୍ୟବସାୟୀ ଯୋଗଦାନ କରିବେ ବୋଲି ଆଶା କରାଯାଉଛି ।

ରାମଚରଣଙ୍କ ଏକ ଫ୍ୟାନ ପେଜରେ ନିମନ୍ତ୍ରଣ ସମୟର ଫଟୋ ସେୟାର କରାଯାଇଛି । ପ୍ରଥମ ଫଟୋରେ ସାଉଥ ସୁପରଷ୍ଟାର ରାମଚରଣ, ତାଙ୍କ ସ୍ତ୍ରୀ ଉପାସନା ଏହଂ ଆରଏସଏସର ଅଖିଳ ଭାରତୀୟ ପ୍ରଚାର ମୁଖ୍ୟ ସୁନୀଲ ଆମ୍ବେକର ଏକଠି ନଜର ଆସିଥିବା ବେଳେ ଅନ୍ୟ ଅକ ଫଟୋରେ ସୁନୀଲ ଆମ୍ବେକର ଏବଂ ରାମଚରଣ ଏକାଠି ନଜର ଆସିଛନ୍ତି । ତେବେ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଫଟୋରେ ସୁପରଷ୍ଟାର ଏବଂ ତାଙ୍କ ମନ୍ତ୍ରୀ ହାତରେ ରାମ ମନ୍ଦିର ପ୍ରତିଷ୍ଠାର ନିୟନ୍ତ୍ରଣ ପତ୍ର ଧରିଥିବା ନଜର ଆସିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଆଲିଆ-ରଣବୀରଙ୍କୁ ମିଳିଲା ନିମନ୍ତ୍ରଣ, ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ହେବେ ସାମିଲ

ତେବେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଦେଶର ଅନେକ ସେଲିବ୍ରିଟିଙ୍କୁ ନିମନ୍ତ୍ରଣ ପଠାଯାଇଛି । ଏଥିରେ ଫିଲ୍ମ ଇଣ୍ଡଷ୍ଟିର ଅନେକ ତାରକା ସାମିଲ ହୋଇଛନ୍ତି । ନିକଟରେ ଆଲିଆ ଭଟ୍ଟ-ରଣବୀର କପୁର, ରଣଦୀପ ହୁଡା-ଲିନ ଲୈଶରୈମ, ଜ୍ୟାକି ଶ୍ରଫ ଏବଂ ପତ୍ନୀ ଆୟେଶା ଶ୍ରଫ, ଧନୁଷଙ୍କ ସମେତ ଅନେକ ତାରକାଙ୍କୁ ଆରଏସଏସର ଅଖିଲ ଭାରତୀ ପ୍ରଚାର ମୁଖ୍ୟ ନିମନ୍ତ୍ରଣ କରିଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରଜନୀକାନ୍ତ, ଆୟୁଷ୍ମାନ ଖୁରାନା, ଅଜୟ ଦେବଗନ୍, କଙ୍ଗନା ରଣାଓ୍ବନଙ୍କ ପରି ସେଲିବ୍ରେଟମାନଙ୍କୁ ମଧ୍ୟ ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ ଦିଆଯାଇଥିବା କୁହାଯାଇଛି । ଅନ୍ୟପଟେ ୧୯୮୭ ମସିହାରେ ରାମାୟଣ ଧାରାବାହିକରେ ମାତା ସୀତା ଏବଂ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ଦୀପିକା ଚିକଲିଆ ଏବଂ ଅରୁଣ ଗୋଭିଲ ମଧ୍ୟ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.