ETV Bharat / entertainment

Jailer Release: ପରଦାକୁ ଆସିଲା ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କ ଜେଲର, ଫିଲ୍ମ ଦେଖିବାକୁ ଜର୍ମାନୀରୁ ଆସିଲେ ଦମ୍ପତି - ଫିଲ୍ମ ଜେଲର ରିଲିଜ ତାରିଖ

ବଡ ପରଦାରେ ଧମାଲ ମଚାଇବାକୁ ଆସିଲା ବହୁ ପ୍ରତୀକ୍ଷିତ ସିନେମା ଜେଲର । ସାଉଥ ସୁପରଷ୍ଟାର ରଜନୀକାନ୍ତ ଓ ତମନ୍ନା ଭାଟିଆଙ୍କ ଅଭିନୀତ ଫିଲ୍ମକୁ ନେଇ ସାରା ଦେଶରେ ଉତ୍ସୁକତା ରହିଥିବାବେଳେ ଜାପାନର ଓସାକାରୁ ଜଣେ ଦମ୍ପତି ଏହି ଫିଲ୍ମ ଦେଖିବାକୁ ଭାରତ ଆସିଛନ୍ତି । ଅଧିକ ପଢନ୍ତୁ

ଫିଲ୍ମ ଜେଲର୍
ଫିଲ୍ମ ଜେଲର୍
author img

By

Published : Aug 10, 2023, 11:48 AM IST

ହାଇଦ୍ରାବାଦ: ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କ ଫ୍ୟାନ୍ସଙ୍କ ପାଇଁ ଆଜି (ଅଗଷ୍ଟ 10)ର ଦିନଟି କୌଣସି ହୋଲି କି ଦିୱାଲିଠୁ କମ୍‌ ନୁହେଁ । କାରଣ ଆଜି ରଜନୀକାନ୍ତଙ୍କ ଅଭିନୀତ ବ୍ଲାକ୍ ଆକ୍ସନ୍ କମେଡି ଫିଲ୍ମ ‘ଜେଲର୍’ ତାଙ୍କ ଫ୍ୟାନ୍ସଙ୍କ ସାମ୍ନାକୁ ଆସିଛି । ଫିଲ୍ମ ଜେଲରକୁ ନେଇ ଦେଶରେ କେତେ କ୍ରେଜ ଅଛି, ଏହା ସୋସିଆଲ ମିଡିଆରେ ସ୍ପଷ୍ଟ ଦେଖାଯାଉଛି । କେବଳ ସେତିକି ନୁହେଁ, ଜେଲର ପାଇଁ ଆଜି ବେଙ୍ଗାଲୁରୁ ଏବଂ ଚେନ୍ନାଇର ସରକାରୀ କାର୍ଯ୍ୟାଳୟ ଛୁଟି ଘୋଷଣା କରାଯାଇଛି । ତେବେ ଚଳଚ୍ଚିତ୍ର ଜେଲର ରିଲିଜ ହେବାର ଗୋଟିଏ ଦିନ ପୂର୍ବରୁ ରଜନୀକାନ୍ତ ହିମାଳୟ ଅଭିମୁଖେ ଯାତ୍ରା କରିଛନ୍ତି ଏବଂ ତାଙ୍କୁ ଡେରାଡୁନ ବିମାନବନ୍ଦରରେ ପ୍ରଶଂସକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ।

ସାରା ବିଶ୍ୱରେ ମୁକ୍ତିଲାଭ କଲା ​​ଜେଲର

ରଜନୀକାନ୍ତ ପ୍ରାୟ ଦୁଇ ବର୍ଷ ପରେ ଫିଲ୍ମ ଜେଲର ସହିତ ପରଦାକୁ ଫେରିଛନ୍ତି । ଏଥିପାଇଁ ଲୋକଙ୍କ ଉତ୍ସାହ କହିଲେ ନସରେ । ଫ୍ୟାନ୍ସମାନେ ପ୍ରେକ୍ଷାଳୟ ବାହାରେ ବାଣ ଫୁଟାଉଛନ୍ତି । କେହି କେହି ରଜନୀକାନ୍ତଙ୍କ ବିରାଟକାୟ ହୋର୍ଡିଂକୁ କ୍ଷୀରରେ ଗାଧୋଇ ଦେଉଛନ୍ତି, ଆଉ କେହି କେହି ଥାଲାଇଭାଙ୍କୁ ପୂଜା କରୁଛନ୍ତି, କିଛି ଲୋକ ଢୋଲ ବଜାଇ ନାଚଗୀତରେ ମସଗୁଲ ହୋଇଯାଇଛନ୍ତି । ଏହି ସବୁ ଦୃଶ୍ୟ ସାଧାରଣତଃ ସୁପରଷ୍ଚାର ରଜନୀକାନ୍ତ ଚଳଚ୍ଚିତ୍ରରେ ହିଁ ଦେଖିବାକୁ ମିଳେ ।

ଏହି ଚଳଚ୍ଚିତ୍ରଟି ଆଜି ସାରା ବିଶ୍ୱରେ 4000 ପରଦାରେ ମୁକ୍ତିଲାଭ କରିଛି । ଏଥି ସହିତ କେବଳ ତାମିଲନାଡୁର 800 ସ୍କ୍ରିନରେ ଏହି ଫିଲ୍ମ ରିଲିଜ ହୋଇଛି । ଏହି ଚଳଚ୍ଚିତ୍ରଟି ମୂଳତଃ ତାମିଲରେ ନିର୍ମିତ ହୋଇଛି । ଏହାକୁ ହିନ୍ଦୀ ଏବଂ ଅନ୍ୟାନ୍ୟ ଭାଷାରେ ମଧ୍ୟ ମୁକ୍ତିଲାଭ କରିଯାଇଛି । ପ୍ରଶଂସକଙ୍କ ଉତ୍ସାହ ଚଳଚ୍ଚିତ୍ରର ଆଡଭାନ୍ସ ବୁକିଂ ସଂଖ୍ୟାରୁ ଫିଗରରୁ ଜାଣି ହେଉଛି । ସାକନିଲ୍କର ରିପୋର୍ଟ ଅନୁଯାୟୀ, ଜେଲର ଭାରତରେ 14.18 କୋଟି ପ୍ରି-ବୁକିଂ କରି ବହୁତ ସଫଳତା ହାସଲ କରିଛନ୍ତି । ଫିଲ୍ମର ତାମିଲ ସଂସ୍କରଣ 5,91,221 ଟିକେଟ୍ ବିକ୍ରିରୁ 12.82 କୋଟି ଲାଭ କରିଛି । ତେଲୁଗୁ ସଂସ୍କରଣ 77,554 ଟିକେଟ୍ ବିକ୍ରିରୁ 1.35 କୋଟି ଆଡଭାନ୍ସ ବୁକିଂ କରିଛି । ତାମିଲନାଡୁର 900 ପ୍ରେକ୍ଷାଳୟରେ ଜେଲର ରିଲିଜ ହୋଇଛି ।

ଏହା ମଧ୍ୟ ପଢନ୍ତୁ: ରଜନୀକାନ୍ତଙ୍କ 'ଜେଲର' ଦେଖିବା ପାଇଁ ଛୁଟି ଘୋଷଣା, ମାଗଣା ଟିକେଟ୍‌ ପାଇବେ କମ୍ପାନୀ କର୍ମଚାରୀ

ଭାରତ ଆସିଲେ ଜାପାନୀ ଦମ୍ପତି

ଏଥି ସହିତ, ଓସାକା (ଜାପାନ)ର ଏକ ଦମ୍ପତି ରଜନୀକାନ୍ତଙ୍କ ଫିଲ୍ମ ଦେଖିବା ପାଇଁ ଭାରତ ଆସିଛନ୍ତି ଏବଂ ଜେଲର ପ୍ରଥମ ଦିନ ପ୍ରଥମ ସୋ ପାଇଁ ବହୁତ ଉତ୍ସାହିତ ଅଛନ୍ତି । ଏହି ଜାପାନୀ ଦମ୍ପତି ଥାଲାଇଭାଙ୍କୁ ଭେଟି ତାଙ୍କୁ ଏକ ଜାପାନୀ ଶାଲ୍‌ ଉପହାର ଦେଇଛନ୍ତି । ଗଣମାଧ୍ୟମରେ ଦିଆଯାଇଥିବା ଏକ ସାକ୍ଷାତକାରରେ ଏହି ଦମ୍ପତି କହିଛନ୍ତି ଯେ, ଜାପାନରେ ଭାରତୀୟ ଚଳଚ୍ଚିତ୍ର ଗୋଟିଏ ଦିନ ବିଳମ୍ବରେ ମୁକ୍ତିଲାଭ କରେ, କିନ୍ତୁ ଆମେ ଅପେକ୍ଷା କରିପାରିଲୁ ନାହିଁ ତେଣୁ ଭାରତ ଚାଲିଆସିଛୁ । ଭାରତୀୟ ପ୍ରେକ୍ଷାଳୟରେ ରଜନୀକାନ୍ତଙ୍କ ଫିଲ୍ମ ଆମେ ଦେଖିବାକୁ ଚାହୁଁଛୁ ।

ରଜନୀକାନ୍ତଙ୍କ ସହ ତମନ୍ନା ଭାଟିଆ, ରାମିଆ କୃଷ୍ଣନ, ମୋହନଲାଲ, ଶିବ ରାଜକୁମାର ଏବଂ ଜ୍ୟାକି ଶ୍ରଫ ମଧ୍ୟ ନେଲସନ ନିର୍ଦ୍ଦେଶିତ ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ର ତାମିଲ, ତେଲୁଗୁ ଏବଂ ହିନ୍ଦୀରେ ସାରା ବିଶ୍ୱରେ ମୁକ୍ତିଲାଭ କରିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.