ETV Bharat / entertainment

600 କୋଟି କ୍ଲବରେ ଜେଲର - ରଜନୀକାନ୍ତ

ସାଉଥ ସୁପରଷ୍ଟାର ରଜନୀକାନ୍ତ ସୋମବାର ବେଙ୍ଗାଲୁରୁରେ ପହଞ୍ଚି ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଇଛନ୍ତି। ଏହି ସମୟରେ ସୁପରଷ୍ଟାର ବସ୍ ଡିପୋ କର୍ମଚାରୀଙ୍କୁ ଭେଟିଛନ୍ତି। ନଜର ପକାନ୍ତୁ ଏହି ଭିଡିଓ ଉପରେ,

600କୋଟି କ୍ଲବରେ ସାମିଲ ଜେଲର, ବେଙ୍ଗାଲୁରୁ ବସ୍ ଡିପୋରେ ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଲେ ରଜନୀକାନ୍ତ

author img

By ETV Bharat Odisha Team

Published : Aug 29, 2023, 11:00 PM IST

ହାଇଦ୍ରାବାଦ: ଆଜିକାଲି ସୁପରଷ୍ଟାର ରଜନୀକାନ୍ତ ତାଙ୍କ ନୂଆ ଚଳଚ୍ଚିତ୍ର ଜେଲରର ସଫଳତାକୁ ଉପଭୋଗ କରୁଛନ୍ତି। ସୁପରଷ୍ଟାରଙ୍କ ଫିଲ୍ମ ବିଶ୍ବ ବକ୍ସ ଅଫିସରେ 600କୋଟି କ୍ଲବରେ ସାମିଲ ହୋଇଛି। ଫିଲ୍ମ ରିଲିଜ ହେବା ପୂର୍ବରୁ ରଜନୀକାନ୍ତ ହିମାଳୟ ଯାଇଥିଲେ। ଏଠାରୁ ସେ ଅନେକ ରାଜ୍ୟ ମଧ୍ୟ ଯାଇଥିଲେ। ରଜନୀକାନ୍ତ ବର୍ତ୍ତମାନ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। ଏବଂ ସେଠାରେ ପହଞ୍ଚି ବସ୍ ଡିପୋ କର୍ମଚାରୀଙ୍କୁ ଭେଟି ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଇଛନ୍ତି।

  • #WATCH | Superstar Rajinikanth paid a surprise visit to depot number 4 of BMTC (Bengaluru Metropolitan Transport Corporation) in Bengaluru, Karnataka today.

    (Video Source: BMTC) pic.twitter.com/luzdpkdnNh

    — ANI (@ANI) August 29, 2023 " class="align-text-top noRightClick twitterSection" data=" ">

ରଜନୀକାନ୍ତ ବେଙ୍ଗାଲୁରୁରେ ବିଏମଟିସି (ବେଙ୍ଗାଲୁରୁ ମହାନଗର ନିଗମ ପରିବହନ ବିଭାଗ) ବସ୍ ଡିପୋ ନମ୍ବର 4 ର କର୍ମଚାରୀଙ୍କୁ ଭେଟିଥିଲେ। ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୁପରଷ୍ଟାରଙ୍କ ଏହି ଭିଡିଓ ବିଏମଟିସି ଦ୍ୱାରା ଟ୍ବିଟରରେ ସେୟାର କରାଯାଇଛି। ଏବଂ କ୍ୟାପସନରେ ସେ ଲେଖିଛନ୍ତି, ସୁପରଷ୍ଟାର ରଜନୀକାନ୍ତ କର୍ଣ୍ଣାଟକର ବେଙ୍ଗାଲୁରୁରେ ବିଏମଟିସିର ଡିପୋ ନମ୍ବର 4 କୁ ପରିଦର୍ଶନ କରିଛନ୍ତି। ଭିଡିଓରେ ରଜନୀକାନ୍ତ ବସ୍ ଡିପୋ କର୍ମଚାରୀଙ୍କୁ ଦୁଇ ହାତରେ ଅଭିବାଦନ ଜଣାଇ ସେମାନଙ୍କ ସହ କଥାବାର୍ତ୍ତା କରୁଥିବାର ଦେଖିବାକୁ ମିଳିଛି। ତେବେ ତାଙ୍କର ଏଭଳି ଅଚାନକ ଗସ୍ତ କରି ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଭିଡିଓ ଆରମ୍ଭରେ, ଜଣେ କର୍ମଚାରୀ ମଧ୍ୟ ସୁପରଷ୍ଟାରଙ୍କ ପାଦ ଛୁଉଁଥିବାର ଦେଖିବାକୁ ମିଳିଛି।

ବକ୍ସ ଅଫିସରେ ଜେଲର ସୁପରଷ୍ଟାର ରଜନୀକାନ୍ତ ପ୍ରାୟ 2 ବର୍ଷ ପରେ ଫେରିଛନ୍ତି। ଏହି ଫିଲ୍ମ ବେଶ ଲୋକପ୍ରିୟତା ହାସଲ କରିବା ସହ ବେଶ ସଫଳତା ହାସଲ କରୁଛି। ଅଗଷ୍ଟ 10ରେ ଏହି ଫିଲ୍ମ ରିଲିଜ ହୋଇଥିଲା। ଫିଲ୍ମ ରିଲିଜକୁ 20ଦିନ ବିତିଗଲାଣି ତଥାପି ଫିଲ୍ମ ତାର ସ୍ଥିତି ବଜାୟ ରଖିଛି। 20ଦିନରେ ଫିଲ୍ମ ମାତ୍ର 3. 50କୋଟି ଆୟ କରିଛି। ଭାରତୀୟ ବକ୍ସ ଅଫିସରେ ଫିଲ୍ମ ମୋଟ 322.90 କୋଟି ଆଦାୟ କରିଛି। କେବଳ ଭାରତରେ ନୁହେଁ ବିଦେଶରେ ମଦ୍ୟ ରଜନୀକାନ୍ତିଙ୍କ କ୍ରେଜ ଦେଖିବାକୁ ମିଳିଛି। ଏହି ଫିଲ୍ମ ପ୍ରଥମ ସପ୍ତାହରେ 450.80 କୋଟି ଏବଂ ଦ୍ୱିତୀୟ ସପ୍ତାହରେ 124.18 କୋଟି ଟଙ୍କା ବିଦେଶୀ ବକ୍ସ ଅଫିସରେ ଆୟ କରିଛି। ତୃତୀୟ ସପ୍ତାହ ଶେଷର 5 ଦିନରେ ଏହି ଫିଲ୍ମ 37.43 କୋଟି ଟଙ୍କା ସଂଗ୍ରହ କରିଛି। ଏହି ଚଳଚ୍ଚିତ୍ରର ବିଶ୍ବ ବ୍ୟାପୀ ସଂଗ୍ରହ 612.41 କୋଟି ଟଙ୍କାକୁ ବୃଦ୍ଧି ପାଇଛି।

ଏହା ମଧ୍ୟ ପଢନ୍ତୁ: ଭିଡିଓ ଭାଇରାଲ କରିଥିବା ବ୍ୟକ୍ତିଙ୍କ ନାଁରେ ମାମଲା, ଯୋଗୀଙ୍କ ପାଦ ଛୁଇଁଥିଲେ ରଜନୀକାନ୍ତ

ସୂଚନା ଥାଉ କି, ନେଲସନ ଦିଲୀପ କୁମାର ନିର୍ଦ୍ଦେଶିତ ଏହା ଏକ ଆକ୍ସନ ତିଲର ଫିଲ୍ମ। ଏହି ସିନେମାରେ ଅନେକ ବଡ ତାରକା ନଜର ଆସିଛନ୍ତି । ସାଉଥ ଅଭିନେତ୍ରୀ ତମନ୍ନା ଭାଟିଆ, ବଲିଉଡ ଅଭିନେତା ଜ୍ୟାକି ଶ୍ରଫ, ମୋହନଲାଲ ଏବଂ ଶିବ ରାଜକୁମାରଙ୍କ ପରି ଅନେକ ତାରକା ରଜନୀକାନ୍ତଙ୍କ ଫିଲ୍ମର ଅଂଶ ହୋଇଛନ୍ତି । ଏହି ଫିଲ୍ମ ବିଶ୍ବର 7000ରୁ ଅଧିକ ସ୍କ୍ରିନରେ ରିଲିଜ ହୋଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.