ETV Bharat / entertainment

Jailer: ଓଟିଟିରେ ରିଲିଜ ହେବ ରଜନୀକାନ୍ତଙ୍କ ଫିଲ୍ମ, ଏହି ପ୍ଲାର୍ଟଫମରେ ହେବ ଷ୍ଟ୍ରିମିଂ

ରଜନୀକାନ୍ତଙ୍କ ଫିଲ୍ମ ଜେଲର ବଡ ପରଦାରେ ଧମାକା କରିବା ପରେ ବର୍ତ୍ତମାନ ଓଟିଟିରେ ରିଲିଜ ହେବାକୁ ଯାଉଛି। କେବେ ଏବଂ କେଉଁ ପ୍ଲାର୍ଟଫମରେ ଫିଲ୍ମ ଷ୍ଟ୍ରିମିଂ ହେବ ? ଜାଣନ୍ତୁ

author img

By ETV Bharat Odisha Team

Published : Sep 4, 2023, 3:28 PM IST

Etv Bharat
Etv Bharat

ହାଇଦ୍ରାବାଦ: 2 ବର୍ଷ ପେର ଫିଲ୍ମ ଜେଲର ସହ ବଡ଼ ପରଦାରେ ଦମଦାର ଏଣ୍ଟ୍ରି କରିଛନ୍ତି ସାଉଥ୍‌ ମେଗାଷ୍ଟାର ରଜନୀକାନ୍ତ । ଏହି ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରିଥିବା ବେଳେ ଫିଲ୍ମ ଭଲ ରୋଜଗାର ମଧ୍ୟ କରି ସଫଳତା ହାସଲ କରିଛି। ଫିଲ୍ମ ବକ୍ସ ଅଫିସରେ ଧମାକା କରିବା ପରେ ବର୍ତ୍ତମାନ ଓଟିଟିରେ ରିଲିଜ ହେବାକୁ ଯାଉଛି। ନିର୍ମାତାମାନେ ଏନେଇ ଘୋଷଣା କରିଛନ୍ତି । ଆମାଜନ ପ୍ରାଇମ୍‌ ଭିଡିଓରେ ରିଲିଜ ହେବ ରଜନୀକାନ୍ତଙ୍କ ଫିଲ୍ମ ।

ଆମାଜନ ପ୍ରାଇମ ଭିଡିଓ ଜେଲର ରିଲିଜ ନେଇ ଏକ ପୋଷ୍ଟ ସେୟାର କରି ଏହି ଖୁସି ଖବର ଦେଇଛନ୍ତି । ଇନ୍‌ଷ୍ଟାଗ୍ରାମ୍‌ରେ ଆମାଜନ ପ୍ରାଇମ ଭିଡିଓ ଫିଲ୍ମର ପୋଷ୍ଟର ସେୟାର କରି ଫିଲ୍ମ ଓଟିଟିରେ ରିଲିଜ କେବେ ହେବ ତାହାର ସୂଚନା ଦେଇଛନ୍ତି । ରଜନୀକାନ୍ତଙ୍କ ଫିଲ୍ମ ସେପ୍ଟେମ୍ବର 7ରେ ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହେବ । ହିନ୍ଦୀ, ତେଲୁଗୁ , ତାମିଲ, ମାଲାୟାଲମ ଏବଂ କନ୍ନଡ଼ ଭାଷାରେ ଏହି ହିଟ୍ ଫିଲ୍ମକୁ ଘରେ ବସି ଦର୍ଶକ ଉପଭୋଗ କରିପାରିବେ।

ଅଗଷ୍ଟ 10ରେ ଫିଲ୍ମ ଜେଲର ସିଲଭର ସ୍କ୍ରିନରେ ରିଲିଜ ହୋଇଥିଲା। ଏହି ଫିଲ୍ମ ଦର୍ଶକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଥିଲା । ବର୍ତ୍ତମାନ ଫିଲ୍ମ ରିଲିଜର 4ର୍ଥ ସପ୍ତାହରେ ପହଞ୍ଚିବା ବେଲେ ତତାପି ଫିଲ୍ମର କ୍ରେଜ କମିାନାହିଁ। ତେବେ ପ୍ରଥମ ସପ୍ତାହରେ ଏହି ଫିଲ୍ମ ମୋଟ 235.85 କୋଟି ଆୟ କରିଥିବା ବେଳେ 2ୟ ସପ୍ତାହରେ 62.95 କୋଟି ଏବଂ 3ୟ ସପ୍ତାହରେ ଫିଲ୍ମ 29.75 କୋଟି ଆୟ କରିଛି । ଏଥିସହ ଫିଲ୍ମ 25ତମ ଦିନରେ 3.05 କୋଟି ଆୟ କରିଛି । ଏହି ଅନୁସାରେ ଫିଲ୍ମର ମୋଟ କଲେକ୍ସନ 335. 87 କୋଟିକୁ ବୃଦ୍ଧି ପାଇଛି ।

ଏହା ମଧ୍ୟ ପଢନ୍ତୁ: ଭାରତର ସବୁଠାରୁ ଦାମୀ ଅଭିନେତା ରଜନୀକାନ୍ତ, ଜେଲରର ଫି ଜାଣିଲେ ଉଡିଯିବ ହୋସ୍

ନେଲ୍‌ସନ୍‌ ଦିଲ୍ଲୀପ କୁମାରଙ୍କ ନିର୍ଦ୍ଦେଶିତ ଜେଲର ଅନେକ ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛି । ରଜନୀକାନ୍ତ ଚଳଚ୍ଚିତ୍ର ପ୍ରଥମ ଦିନରେ ଅନେକ ମାଇଲଖୁଣ୍ଟ ସ୍ଥାପନ କରିଥିଲା, ଯେପରିକି "2023ରେ ତାମିଲନାଡୁର ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମ'' ହୋଇପାରିଥିଲା । ଏଥିସହ "ଆମେରିକାର 2023ର ସର୍ବବୃହତ ଭାରତୀୟ ପ୍ରିମିୟର୍" ଏବଂ "2023ରେ ବିଦେଶର ସର୍ବବୃହତ ତାମିଲ ଓପନର୍" ଭାବେ ଏହି ଫିଲ୍ମ ପ୍ରମାଣିତ ହୋଇଥିଲା । ଏହି ଫିଲ୍ମରେ ରଜନୀକାନ୍ତଙ୍କ ବ୍ୟତୀତ ଏହି ଫିଲ୍ମରେ ବିନୟକନ୍, ରାମିଆ କୃଷ୍ଣନ୍, ବସନ୍ତ ରବି ଏବଂ ତମନ୍ନା ଭାଟ୍ଟିଆ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ସନ୍ ପିକ୍ଚର୍ସ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରରେ ଭେଟେରାନ୍ ଅଭିନେତା ଶିବ ରାଜକୁମାର, ମୋହନଲାଲ ଏବଂ ଜ୍ୟାକି ଶ୍ରଫ୍ ମଧ୍ୟ କ୍ୟାମିଓ ରୋଲରେ ନଜର ଆସିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.