ହାଇଦ୍ରାବାଦ: ଅଗଷ୍ଟ 10 ରେ ସାରା ବିଶ୍ୱରେ ରିଲିଜ ହୋଇଥିବା ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଜେଲର ବକ୍ସ ଅଫିସରେ ବହୁତ ଭଲ ପ୍ରଦର୍ଶନ କରିଛି । ଇଣ୍ଡଷ୍ଟ୍ରି ଟ୍ରାକର୍ ସାକ୍ନିକ୍ଙ୍କ ଅନୁଯାୟୀ ଏହି ଚଳଚ୍ଚିତ୍ରଟି ମାତ୍ର 22 ଦିନ ମଧ୍ୟରେ ଭାରତରେ 328 କୋଟିରୁ ଅଧିକ ଟଙ୍କା ଆୟ କରିଛି ଏବଂ ସାରା ବିଶ୍ୱରେ 650 କୋଟି ଟଙ୍କା ରୋଜଗାର କରିବାକୁ ଯାଉଛି । ତେବେ ଏନେଇ ଜଣେ ଟ୍ରେଡ୍ ଆନାଲିଷ୍ଟ ପ୍ରକାଶ କରିଛନ୍ତି ଯେ, ରଜନୀକାନ୍ତ ବର୍ତ୍ତମାନ ଭାରତରେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା ହୋଇଛନ୍ତି।
-
Info coming in that, the envelope handed over by Kalanithi Maran to superstar #rajinikanth contains a single cheque amounting ₹1⃣0⃣0⃣ cr from City Union Bank, Mandaveli branch, Chennai.
— Manobala Vijayabalan (@ManobalaV) August 31, 2023 " class="align-text-top noRightClick twitterSection" data="
This is a #Jailer profit sharing cheque which is up & above the already paid… pic.twitter.com/I6TF6p4SvL
">Info coming in that, the envelope handed over by Kalanithi Maran to superstar #rajinikanth contains a single cheque amounting ₹1⃣0⃣0⃣ cr from City Union Bank, Mandaveli branch, Chennai.
— Manobala Vijayabalan (@ManobalaV) August 31, 2023
This is a #Jailer profit sharing cheque which is up & above the already paid… pic.twitter.com/I6TF6p4SvLInfo coming in that, the envelope handed over by Kalanithi Maran to superstar #rajinikanth contains a single cheque amounting ₹1⃣0⃣0⃣ cr from City Union Bank, Mandaveli branch, Chennai.
— Manobala Vijayabalan (@ManobalaV) August 31, 2023
This is a #Jailer profit sharing cheque which is up & above the already paid… pic.twitter.com/I6TF6p4SvL
ଟ୍ବିଟରରେ ଟ୍ରେଡ୍ ଆନାଲିଷ୍ଟ ମନୋବାଲା ବିଜୟବାଲାନ ରଜନୀକାନ୍ତଙ୍କ ସହ ସନ୍ ଗ୍ରୁପ୍ର କାଲାନିଥୀ ମାରାନଙ୍କ ଏକ ଫଟୋ ସେୟାର କରି କହିଛନ୍ତି ଯେ, କାଲାନିଥୀ ମାରନ ଯେଉଁ ଚେକ ରଜନୀକାନ୍ତଙ୍କୁ ଦେଇଛନ୍ତି, ତାହା 100କୋଟିର ଅଟେ । ଏହି ଚେକ୍ ଜେଲରର ଲାଭମୂଲ୍ୟର ଅଟେ। ଏଥିସହ ରଜନୀକାନ୍ତଙ୍କୁ ପୂର୍ବରୁ ହିଁ ଫିଲ୍ମର ଫି' ମିଳି ସାରିଛି । ଯାହା 110 କୋଟି ଅଟେ । ଜେଲର ପାଇଁ ମେଗାଷ୍ଟାରଙ୍କୁ ମୋଟ 210କୋଟି ଟଙ୍କା ମିଳିଛି । ଏହିପରି ରଜନୀକାନ୍ତଙ୍କୁ ଭାରତର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା ଭାବେ ବିବେଚନା କରାଯାଇଛି । ପ୍ରକାଶ ଥାଉ କି, ଏନେଇ କୌଣସି ଅଫିସିଆଲି ଘୋଷଣା କରାଯାଇ ନାହିଁ ।
-
Yet another day,
— Manobala Vijayabalan (@ManobalaV) August 31, 2023 " class="align-text-top noRightClick twitterSection" data="
Yet another proof that #Beast is disaster.
No cheque was given after Beast release to Joseph Vijay.
But,
Superstar #Rajinikanth received profit sharing cheque of ₹100 crores for #Jailer.
The facts of real SUCESS speaks for itself.
At the same time, Nelson… pic.twitter.com/p3Jn0Du6go
">Yet another day,
— Manobala Vijayabalan (@ManobalaV) August 31, 2023
Yet another proof that #Beast is disaster.
No cheque was given after Beast release to Joseph Vijay.
But,
Superstar #Rajinikanth received profit sharing cheque of ₹100 crores for #Jailer.
The facts of real SUCESS speaks for itself.
At the same time, Nelson… pic.twitter.com/p3Jn0Du6goYet another day,
— Manobala Vijayabalan (@ManobalaV) August 31, 2023
Yet another proof that #Beast is disaster.
No cheque was given after Beast release to Joseph Vijay.
But,
Superstar #Rajinikanth received profit sharing cheque of ₹100 crores for #Jailer.
The facts of real SUCESS speaks for itself.
At the same time, Nelson… pic.twitter.com/p3Jn0Du6go
ଏଥିସହ ମନୋବାଲା ନେଲସନ ଦିଲ୍ଲୀପ କୁମାରଙ୍କ ଜେଲରର ସଫଳତାକୁ ଅନ୍ୟ ଏକ ଟ୍ୱିଟରେ ବିଜୟ-ଷ୍ଟାରର ବିଷ୍ଟର ବକ୍ସ ଅଫିସରେ ବିଫଳତା ସହ ତୁଳନା କରିଛନ୍ତି। ସେ ଲେଖିଛନ୍ତି "ଏହା ବିଷ୍ଟର ବିଫଳତା ବୋଲି ଆଉ ଏକ ପ୍ରମାଣ। କାରଣ ବିଜୟଙ୍କ ବିଷ୍ଟ ରିଲିଜ୍ ପରେ କୌଣସି ଚେକ୍ ଦିଆଯାଇ ନାହିଁ। କିନ୍ତୁ, ସୁପରଷ୍ଟାର ରଜନୀକାନ୍ତ ଜେଲରଙ୍କ ପାଇଁ 100 କୋଟି ଲାଭମୂଲ୍ୟର ଚେକ୍ ପାଇଛନ୍ତି । ପ୍ରକୃତ ସଫଳତାର ତଥ୍ୟ ନିଜ ପାଇଁ କହିଥାଏ । ନେଲସନଙ୍କ ଏହି ଫିଲ୍ମ ସହ ଏକ ଦମଦାର ପ୍ରତ୍ୟାବର୍ତ୍ତନ କରି ସେ କେତେ ଦକ୍ଷ ତାହା ମଧ୍ୟ ପ୍ରମାଣିତ କରିଛନ୍ତି । ସମାନ ନିର୍ଦ୍ଦେଶକ ହେଲେ ଭିନ୍ନ ଫଳାଫଳ ।"
ଏହା ମଧ୍ୟ ପଢନ୍ତୁ: ବେଙ୍ଗାଲୁରୁ ବସ୍ ଡିପୋରେ ସୁପରଷ୍ଟାର ରଜନୀକାନ୍ତ, ଦିନେ ଏଇଠି ଥିଲେ କଣ୍ଡକ୍ଟର
ସୂଚନା ଥାଉ କି, ନେଲସନ ଦିଲ୍ଲୀପ କୁମାରଙ୍କ ନିର୍ଦ୍ଦେଶିତ ଜେଲର ଦର୍ଶକଙ୍କ ମନ ଜିତୁଛି। 'ଜେଲର' ଅକ୍ଷୟ କୁମାରଙ୍କ 'ଓଏମଜି ୨' ଏବଂ ସନ୍ନି ଦେଓଲଙ୍କ 'ଗଦର ୨'କୁ ମଧ୍ୟ ପରାସ୍ତ କରିଛି । ଏହି ଦୁଇଟି ଚଳଚ୍ଚିତ୍ରର ଗୋଟିଏ ଦିନ ପୂର୍ବରୁ ମୁକ୍ତିଲାଭ କରିଥିବା ଜେଲର ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ 328.20 କୋଟି ଟଙ୍କା କଲେକ୍ସନ କରିଛି । ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ 600କୋଟିରୁ ଅଧିକ ବ୍ୟବସାୟ କରିଛି । ରଜନୀକାନ୍ତଙ୍କ ବ୍ୟତୀତ ଏହି ଫିଲ୍ମରେ ବିନୟକନ୍, ରାମିଆ କୃଷ୍ଣନ୍, ବସନ୍ତ ରବି, ଏବଂ ତମନ୍ନା ଭାଟ୍ଟିଆ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ସନ୍ ପିକ୍ଚର୍ସ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରରେ ଭେଟେରାନ୍ ଅଭିନେତା ଶିବ ରାଜକୁମାର, ମୋହନଲାଲ ଏବଂ ଜ୍ୟାକି ଶ୍ରଫ୍ ମଧ୍ୟ କ୍ୟାମିଓ ରୋଲରେ ନଜର ଆସିଛନ୍ତି ।