ETV Bharat / entertainment

Swara Fahad Wedding Reception: ରାହୁଲ ଗାନ୍ଧୀଙ୍କ ସମେତ ଅନେକ ଭେଟେରାନ ନେତା ହେଲେ ସାମିଲ - ବଲିଉଡ ଅଭିନେତ୍ରୀ ସ୍ବରା ଭାସ୍କରଙ୍କ ବିବାହ

ବଲିଉଡ ଅଭିନେତ୍ରୀ ସ୍ବରା ଭାସ୍କର ଏବଂ ଫହାଦ ଅହମ୍ମଦଙ୍କ ବିବାହ ଭୋଜିରେ ସାମିଲ ହେଲେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ । ଏଥିସହ ରାଜ୍ୟସଭା ସାଂସଦ ତଥା ଅଭିନେତ୍ରୀ ଜୟା ବଚ୍ଚନ ମଧ୍ୟ ଆସିଥିଲେ । ଅଧିକ ପଢନ୍ତୁ

ସ୍ବରା-ଫହାଦ ଅହମ୍ମଦଙ୍କ ବିବାହ ଭୋଜିରେ ଯୋଗ ଦେଲେ ରାହୁଲ ଗାନ୍ଧୀ

author img

By

Published : Mar 17, 2023, 12:03 PM IST

ମୁମ୍ବାଇ: ହିନ୍ଦୁ ରୀତିନୀତିରେ ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ ଅଭିନେତ୍ରୀ ସ୍ବରା ଭାସ୍କର । ସମାଜବାଦୀ ପାର୍ଟି ନେତା ଫହାଦ ଅହମ୍ମଦଙ୍କୁ ସାତ ଜନ୍ମର ସାଥୀ କଲେ ସ୍ବରା । ତେବେ ମାର୍ଚ୍ଚ 16 ତାରିଖ ରାତିରେ ଦମ୍ପତି ବିବାହ ଭୋଜି ଆୟୋଜନ କରିଥିଲେ । ଯେଉଁଥିରେ ଦମ୍ପତିଙ୍କୁ ଆଶୀର୍ବାଦ ଦେବା ପାଇଁ କଂଗ୍ରେସ ଏବଂ ସମାଜବାଦୀ ପାର୍ଟିର ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ ।

ଏହି ବିବାହ ଭୋଜିରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଯୋଗ ଦେଇଥିବାବେଳେ ରାଜ୍ୟସଭା ସାଂସଦ ତଥା ଭେଟେରାନ ଅଭିନେତ୍ରୀ ଜୟା ବଚ୍ଚନ ମଧ୍ୟ ଯୋଗ ଦେଇଥିଲେ । ସେହିପରି ଭେଟେରାନ କଂଗ୍ରେସ ନେତା ଶଶୀ ଥରୁର ବିବାହ ଭୋଜିରେ ସାମିଲ ହୋଇ ଉଭୟଙ୍କୁ ଆଶୀର୍ବାଦ ଦେଇଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀଙ୍କୁ ଧଳା କୁର୍ତ୍ତା ପାଇଜାମାରେ ଦେଖିବାକୁ ମିଳିଥିଲା । ଏଥି ସହିତ ଶଶି ଥରୁର ମଧ୍ୟ କୁର୍ତ୍ତା ପାଇଜାମା ଏବଂ ଜୟା ବଚ୍ଚନ ସାଲୱାର ସୁଟରେ ନଜର ଆସିଥିଲେ । ଏହି ସମସ୍ତ ବରିଷ୍ଠ ନେତା ଦମ୍ପତିଙ୍କ ବିବାହ ଭୋଜିରେ ଯୋଗ ଦେଇ ଆଶୀର୍ବାଦ ଦେଇଥିଲେ । ତେବେ ଉଭୟ ସ୍ବରା ଭାସ୍କର ଏବଂ ଫହାଦ ଅହମ୍ମଦ ରାଜନୀତିରେ ସକ୍ରିୟ ରହିଥିବା ଦେଖିବାକୁ ମିଳୁଥିବା ବେଳେ ସାମାଜିକ ତଥା ରାଜନୈତିକ ପ୍ରସଙ୍ଗରେ ଉଭୟ ନିଜର ମତ ପ୍ରକାଶ କରୁଛନ୍ତି ।

ସୂଚନା ଥାଉ କି, 34 ବର୍ଷୀୟ ସ୍ବରା ପ୍ରଥମ ଥର ପାଇଁ CAA ବିରୋଧରେ ଆନ୍ଦୋଳନ ସମୟରେ ଫହାଦଙ୍କୁ ଭେଟିଥିଲେ ଏବଂ ଦୀର୍ଘ ସମୟର ବନ୍ଧୁତା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା । ପରେ ଉଭୟେ ବିବାହ କରିବାକୁ ସ୍ଥିର କଲେ । ଏବଂ ଗତ ମାସରେ ସ୍ବରା ଓ ଫହାଦ କୋର୍ଟ ମ୍ୟାରେଜ କରିଥିବା ବେଳେ ଏବେ ଉଭୟ ହିନ୍ଦୁ ରୀତିନୀତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସ୍ବରା-ଫହାଦ୍ ମେହେନ୍ଦୀ, ସଂଗୀତ ଏବଂ ହଲଦୀ ଭଳି ସମସ୍ତ କାର୍ଯ୍ୟକ୍ରମକୁ ବହୁ ଉତ୍ସାହର ସହ ସେଲିବ୍ରେସନ କରିଥିଲେ । ଏବଂ ପରିବାର ଏବଂ ସମ୍ପର୍କୀୟମାନଙ୍କ ସହ ବିବାହ ଉତ୍ସବକୁ ମଧ୍ୟ ଉପଭୋଗ କରିଥିଲେ । ସମସ୍ତ କାର୍ଯ୍ୟକ୍ରମର ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ ସ୍ବରା । ଯାହାକୁ ଦେଖି ଫ୍ୟାନ୍ସ ଲାଇକ କରିବା ସହ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସୂଚନା ଅନୁସାରେ, ସ୍ବରା ଭାସ୍କର 2009ରେ ମଧୋଲାଲ କିପ ୱାର୍କିଂ, 2010ରେ ଗୁଜାରିସ, 2011ରେ ତନୁ ୱେଡ୍ସ ମନୁ, ଚିଲ୍ଲର ପାର୍ଟି, 2013ରେ RANJHANA, ସବକୀ ବଜେଗି ବ୍ୟାଣ୍ଡ, 2015ରେ ତନୁ ୱେଡ୍ସ ମନୁ ରିର୍ଟନ୍ସ, ପ୍ରେମ ରତନ ଧନ ପାୟୋ, 2016ରେ NIL BATTEY SANNATA, 2017ରେ Anaarkali of Arah, 2018ରେ ୱିରେ ଦି ୱେଡିଙ୍ଗ, 2020ରେ Sheer Qorma, 2022ରେ ଜାହାଁ ଚାର ୟାର୍ ଭଳି ଫିଲ୍ମରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.