ETV Bharat / entertainment

ନାଗରିକ ସ୍ବାଧିନତାକୁ ନେଇ ମୁହଁ ଖୋଲିଲେ ବିଗ ବି, କହିଲେ ଏବେ ବି ମୁକ୍ତ ଅଭିବ୍ୟକ୍ତି ନେଇ ଉଠୁଛି ପ୍ରଶ୍ନ

28ତମ କୋଲକାତା ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବରେ ବଲିଉଡର ବିଗ ବି ଯୋଗଦେଇ ନାଗରିକ ସ୍ବାଧିନତାକୁ ନେଇ ମୁହଁ ଖୋଲିଛନ୍ତି । ଏବେ ବି ମୁକ୍ତ ଅଭିବ୍ୟକ୍ତି ନେଇ ପ୍ରଶ୍ନ ଉଠୁଥିବା ନେଇ କହିଛନ୍ତି ଅମିତାଭ । ଅଧିକ ପଢନ୍ତୁ

ବିଗ ବି
ବିଗ ବି
author img

By

Published : Dec 16, 2022, 8:40 AM IST

କୋଲକାତା: ଗୁରୁବାର କୋଲକାତାର ନେତାଜୀ ଇଣ୍ଡୋର ଷ୍ଟାଡିୟମରେ 28ତମ କୋଲକାତା ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ ଉଦଘାଟିତ ହୋଇଯାଇଛି(28th Kolkata International Film Festival)। ଏହି ଉତ୍ସବରେ ଯୋଗଦେଇଥିଲେ ବଲିଉଡର ବିଗବି ଅମିତାଭ ବଚ୍ଚନ । ଏହାସହ ମୁଖ୍ୟ ଅତିଥିରୂପେ ପଶ୍ଚିମବଙ୍ଗ ରାଜ୍ୟପାଳ ଡ. ସିଭି ଆନନ୍ଦ ବସୁ, ପଶ୍ଚିମବଙ୍ଗର ଆମ୍ବାସାଡର ଶାହାରୁଖ , କ୍ରିକେଟର ସୌରଭ ଗାଙ୍ଗୁଲି, ମହେଶଭଟ୍ଟଙ୍କ ଅନେକ ଅଭିନତା ଏବଂ ଅଭିନେତ୍ରୀ ଉପସ୍ଥିତ ରହିଥିଲେ । ତେବେ ରାଜନୈତିକ ଚର୍ଚ୍ଚା ଏବଂ ବିବାଦୀୟ ପ୍ରସଙ୍ଗ ଠାରୁ ସର୍ବଦା ନିଜକୁ ଦୂରେଇ ରଖୁଥିବା ବଲିଉଡର ବିଗବି(Amitabh Bachchan) ନାଗରିକ ସ୍ବାଧିନତା ଏବଂ ମୁକ୍ତ ଅଭିବ୍ୟକ୍ତିକୁ ନେଇ ମୁହଁ ଖୋଲିଛନ୍ତି ।

କୁହାଯାଏ ଯେ, ବିଗବି କୌଣସି ସାମ୍ବାଦିକ ସମ୍ମିଳନୀ କିମ୍ବା ମିଡିଆ କାର୍ଯ୍ୟକ୍ରମରେ ବହୁତ କମ ଯୋଗ ଦିଅନ୍ତି । ତେବେ KIFFରେ ବିଗବି ନିଜ ପତ୍ନୀଙ୍କ ସହ ଯୋଗଦେଇ ପ୍ରଥମେ କୋଲକାତା ପ୍ରତି ରହିଥିବା ତାଙ୍କ ଭଲପାଇବା ବିଷୟରେ କହିଥିଲେ । ଏହାପରେ ସେ ବର୍ତ୍ତମାନ ସମୟରେ ନାଗରିକ ସ୍ବାଧିନତା ଏବଂ ବାକ ସ୍ବାଧିନତାକୁ ନେଇ ସୃଷ୍ଟି ହେଉଥିବା ପ୍ରଶ୍ନବାଚୀ ଉପରେ ଆଲୋଚନା କରିଥିଲେ।

ଏହା ମଧ୍ୟ ପଢନ୍ତୁ: BoycottPathan: ବିବାଦ ଭିତରେ ମୁହଁ ଖୋଲିଲେ ଶାହାରୁଖ, କହିଲେ ଯାହାବି ହେଉ ପଜିଟିଭ ରହିବା

ଏନେଇ ବିଗବି କହିଥିଲେ, " ଏବେ ମଧ୍ୟ ଦେଶରେ ନାଗରିକ ସ୍ବାଧିନତା ଏବଂ ମତାମତ ଦେବାକୁ ନେଇ ପ୍ରଶ୍ନ ଉଠାଯାଉଛି ।୧୯୫୨ ମସିହାରେ ସିନେମାଟୋଗ୍ରାଫର ଆକ୍ଟର ସେନସରସିପ୍‌ର ରୂପରେଖ ପ୍ରସ୍ତୁତ କରିଥିଲା । ଯାହା ଆଜିବି ଫିଲ୍ମ ସାର୍ଟିଫିକେସନ୍ ବୋର୍ଡ ଦ୍ୱାରା ବଳବତ୍ତର ରହିଛି । ହେଲେ ନାଗରିକ ସ୍ୱାଧୀନତା ଓ ଅଭିବକ୍ତ ସ୍ୱାଧୀନତା ନେଇ ପ୍ରଶ୍ନ ଉଠିଛି । ଏହି କଥାକୁ ମୋର ସହଯୋଗୀମାନେ ବି ସହମତି ହେବେ । ପ୍ରାଚୀନ କାଳରୁ ଆରମ୍ଭ ହୋଇଥିବା ବିଷୟବସ୍ତୁ ଉପରେ ଅନେକ ପରିବର୍ତ୍ତନ ହୋଇଛି ।"

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା କହିଛନ୍ତି ଅମିତାଭ ବଚ୍ଚନଙ୍କୁ ‘ଭାରତରତ୍ନ’ ସମ୍ମାନ ମିଳୁ । ଅନ୍ୟପଟେ ଶାହାରୁଖଙ୍କ ଆଗାମୀ ଫିଲ୍ମ 'ପଠାନ୍‌'ର ଗୀତକୁ ନେଇ ବିବାଦ ଲାଗି ରହିଥିବା ବେଳେ ମୁହଁ ଖୋଲିଛନ୍ତି ଶାହାରୁଖ । ସେ କହିଛନ୍ତି,"ଆମ ଚାରିପାଖରେ ଯାହା ଘଟିଲେ ବା ନକରାତ୍ମକ ବୃଦ୍ଧି ହେଲେ ବି ଆମକୁ ଓ ସେ ନିଜେ ପଜିଟିଭ ରହିବା ଆବଶ୍ୟକ । ବିଶ୍ବ ଯାହା କରୁ ଆମକୁ ସର୍ବଦା ସକରାତ୍ମକ ଭାବନା ସହିତ ରହିବା ଆବଶ୍ୟକ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.