ETV Bharat / entertainment

ଅପେକ୍ଷାର ଘଟିଲା ଅନ୍ତ, ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ 'ପୁଷ୍ପା-ଦି ରୁଲ'ର ଟିଜର ରିଲିଜ

author img

By

Published : Apr 7, 2023, 5:47 PM IST

ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ 'ପୁଷ୍ପା-ଦି ରୁଲ'ର ଟିଜର ରିଲିଜ ହୋଇଛି । ଏହି ଫିଲ୍ମକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଏକ ଜବରଦସ୍ତ କ୍ରେଜ୍ ରହିଛି । ଏପ୍ରିଲ 8ରେ ସାଉଥ ଷ୍ଟାର୍‌ ଅଲ୍ଲୁ ଅର୍ଜୁନଙ୍କ 41ତମ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ପ୍ରଶଂସକମାନଙ୍କୁ ଏକ ବଡ ଉପହାର ପ୍ରଦାନ କରିଛନ୍ତି ପୁଷ୍ପା-2 ମେକର୍ସ । ଅଧିକ ପଢନ୍ତୁ

ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ 'ପୁଷ୍ପା-ଦି ରୁଲ'(ପୁଷ୍ପା-୨) ର ସମ୍ପୂର୍ଣ୍ଣ ଟିଜର ରିଲିଜ

ହାଇଦ୍ରାବାଦ: ଆଜି ନିର୍ମାତାଙ୍କ ପ୍ରତିଶୃତି ଅନୁଯାୟୀ ଅଲ୍ଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ପୁଷ୍ପା-ଦି ରୁଲ' (ପୁଷ୍ପା-୨)ର ଟିଜର ରିଲିଜ ହୋଇଛି । ଫିଲ୍ମ ପୁଷ୍ପାର ଦ୍ବିତୀୟ ଭାଗ ରିଲିଜକୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନା ମଧ୍ୟରେ ନିକଟରେ ଫିଲ୍ମ ନିର୍ମାତା ଟିଜରର ଝଲକ ସହ ରଶ୍ମିକାଙ୍କ ପ୍ରଥମ ଲୁକ୍ ରିଲିଜ କରିଥିଲେ । ତେବେ ଆଜି ଫିଲ୍ମ 'ପୁଷ୍ପା-ଦି ରୁଲ' (ପୁଷ୍ପା-୨)ର ସମ୍ପୂର୍ଣ୍ଣ ଟିଜର ରିଲିଜ କରାଯାଇଥିବା ଦେଖିବାକୁ ମିଳିଛି । ତେବେ ଏନେଇ ଅଲ୍ଲୁଙ୍କ ପ୍ରଶଂସକମାନେ ଉତ୍ସାହର ସହିତ ଏହି ଫିଲ୍ମକୁ ଅପେକ୍ଷା କରିଛନ୍ତି ।

ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ପୁଷ୍ପା-ଦି ରୁଲ' (ପୁଷ୍ପା-୨) ବିଷୟରେ ପ୍ରଶଂସକଙ୍କ ମଧ୍ୟରେ ଏକ ବଡ଼ ଧରଣର କ୍ରେଜ୍‌ ରହିଛି । ଏପ୍ରିଲ୍ 5ରେ ଫିଲ୍ମର ମୁଖ୍ୟ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଜନ୍ମଦିନ ଅବସରରେ ତାଙ୍କର ପ୍ରଥମ ଲୁକ୍ ସେୟାର କରାଯାଇଥିଲା । ସେହି ଦିନ ଫିଲ୍ମର ଏକ ଟିଜର ମଧ୍ୟ ସେୟାର ହୋଇଥିଲା । ଏହି ଟିଜରରେ ଅଲ୍ଲୁ ଅର୍ଜୁନଙ୍କ କ୍ରିପି ଲୁକ୍‌ର ଏକ ଝଲକ ଦେଖିବାକୁ ମିଳିଥିଲା ।

ତେବେ ଏପ୍ରିଲ୍ 5ରେ ଏହି ଟିଜର ସେୟାର କରି ନିର୍ମାତା କ୍ୟାପସନରେ ଲେଖିଥିଲେ ଯେ, ପୁଷ୍ପା କେଉଁଠି ... ସନ୍ଧାନ ଶୀଘ୍ର ଶେଷ ହେବ । ଏବଂ ଏହାର ସମ୍ପୂର୍ଣ୍ଣ ଭିଡିଓ ଏପ୍ରିଲ 7ରେ ସନ୍ଧ୍ୟା 4.05ରେ ପ୍ରଶଂସକଙ୍କ ସହ ସେୟାର କରାଯିବ । ତେବେ ଏହି ପ୍ରତିଶୃତି ଅନୁଯାୟୀ ବର୍ତ୍ତମାନ ଫିଲ୍ମର ସମ୍ପୂର୍ଣ୍ଣ ଟିଜର ରିଲିଜ କରାଯାଇଛି । ଏପ୍ରିଲ୍ 8ରେ ଅଲ୍ଲୁ ଅର୍ଜୁନଙ୍କ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ଫିଲ୍ମର ପୁରା ଟିଜର ରିଲିଜ୍ କରି ପ୍ରଶଂସକମାନଙ୍କୁ ଏକ ବଡ ଉପହାର ଦିଆଯାଇଛି ।

ଅକ୍ଷୟ କୁମାର ମଧ୍ୟ ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଚଳଚ୍ଚିତ୍ର ପୁଷ୍ପା-୨ରେ ନଜର ଆସିବେ ବୋଲି କୁହାଯାଉଛି । ଅକ୍ଷୟ କୁମାରଙ୍କୁ ଏହି ଫିଲ୍ମରେ ଏକ କ୍ୟାମିଓ ରୋଲ୍‌ରେ ଦେଖିବାକୁ ମିଳିପାରେ । ଏନେଇ ପ୍ରଶଂସକମାନଙ୍କ ମଧ୍ୟରେ ଉତ୍ସାହ ରହିଥିବା ବେଳେ ଅକ୍ଷୟ କୁମାର ପ୍ରକୃତରେ ପୁଷ୍ପା-୨ ଫିଲ୍ମରେ ନଜର ଆସିବେ କି ବୋଲି ପ୍ରଶ୍ନ କରିଛନ୍ତି ଫ୍ୟାନ୍ସ ? ଏବେ ଅକ୍ଷୟ କୁମାର ପୁଷ୍ପା- 2ରେ ନଜର ଆସିବେ କି ନାହିଁ, ତାହା କେବଳ ଫିଲ୍ମର ନିର୍ମାତା ହିଁ କହି ପାରିବେ ।

ଏଥିସହ ଫିଲ୍ମର ପ୍ରଥମ ଭାଗ ଏବଂ ଏହାର ଗୀତ ଏବଂ ବିଶ୍ୱରେ ବେଶ୍ ଚର୍ଚ୍ଚା ସାଉଣ୍ଟିଥିଲା । ସେହିପରି ଏବେ ପୁଣି 'ପୁଷ୍ପା: ଦି ରୁଲ'କୁ ନେଇ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ଏହା ମଧ୍ୟ ବେଶ ଲୋକପ୍ରିୟତା ହାସଲ କରିବା ସହ ଧମାଲ କରିବ ବୋଲି ଆଶା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.