ETV Bharat / entertainment

ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ମେକର୍ସ, କହିଲେ ଏଥର ବକ୍ସ ଅଫିସରେ ରାଜ୍ କରିବ ପୁଷ୍ପା-୨

author img

By ETV Bharat Odisha Team

Published : Jan 1, 2024, 7:52 PM IST

Pushpa 2: ଦର୍ଶକଙ୍କୁ ନୂଆବର୍ଷର ଆନ୍ତରିକ ଅଭିନନ୍ଦନ ଜଣାଇଛନ୍ତି ପୁଷ୍ପା-୨ ମେକର୍ସ । ଖୁବଶୀଘ୍ର ବକ୍ସ ଅଫିସରେ ପୁଷ୍ପା-୨ ରାଜ କରିବ ବୋଲି ଲେଖି ପୋଷ୍ଟ କରିଛି ପ୍ରଯୋଜନା ସଂସ୍ଥା । ଅଧିକ ପଢନ୍ତୁ

ନୂଆବର୍ଷ ଶୁଭେଚ୍ଛା
ନୂଆବର୍ଷ ଶୁଭେଚ୍ଛା

ହାଇଦ୍ରାବାଦ: ଦର୍ଶକଙ୍କୁ ନୂଆବର୍ଷ ଶୁଭେଚ୍ଛା ଜଣାଇଲେ ପୁଷ୍ପା-୨ ମେକର୍ସ । ଅଲ୍ଲୁ ଅର୍ଜୁନଙ୍କ ଆଗାମୀ ଫିଲ୍ମ ପୁଷ୍ପା-୨ର ରିଲିଜ ପାଇଁ ଅପେକ୍ଷା କରି ରହିଛନ୍ତି ଦର୍ଶକ । କାରଣ ରିଲିଜ ହୋଇଥିବା ପୋଷ୍ଟର ଦେଖିବା ପରେ ଫ୍ୟାନ୍ସଙ୍କ ଉତ୍କଣ୍ଠା ଆହୁରି ବଢିଯାଇଛି । ପ୍ରଯୋଜନା ସଂସ୍ଥା 'ମିଥ୍ରି ମୁଭି ମେକର୍ସ' ଦର୍ଶକଙ୍କୁ ନୂଆବର୍ଷର ଆନ୍ତରିକ ଅଭିନନ୍ଦନ ଜଣାଇବା ସହ ଉପହାର ସ୍ବରୂପ 'ପୁଷ୍ପା-୨'ର ରିଲିଜ ସମ୍ପର୍କରେ କହିଛନ୍ତି । ମିଥ୍ରି ମୁଭି ମେକର୍ସ ନିଜର ଅଫିସିଆଲ ଆଇଡିରେ ପୋଷ୍ଟ କରି ଲେଖିଛି, "ପୁଷ୍ପା ରାଜ ପୁଣି ଥରେ ଏକ ନିଆରା ଅନ୍ଦାଜରେ ଫେରୁଛି । ଖୁବଶୀଘ୍ର ବକ୍ସ ଅଫିସରେ ନିଜର ଜଲୱା ଦେଖାଇବାକୁ ଯାଉଛି ପୁଷ୍ପା-୨ । ଆପଣମାନଙ୍କ ପାଇଁ ନୂଆବର୍ଷ ମଙ୍ଗଳମୟ ହେଉ । ଆପଣଙ୍କ ସମସ୍ତ ମନସ୍କାମନା ପୂରଣ ହେଉ । ହାପି ନ୍ୟୁ ଇଅର ୨୦୨୪ । "

ପ୍ରଯୋଜକ ସଂସ୍ଥା ପକ୍ଷରୁ କରାଯାଇଥିବା ଏହି ପୋଷ୍ଟରରେ ' #2024RulePushpaKa' ବୋଲି ଉଲ୍ଲେଖ କରାଯାଇଛି । ଚଳିତ ବର୍ଷ ସ୍ବାଧୀନତା ଦିବସରେ ରିଲିଜ ହେବାକୁ ଯାଉଛି ପୁଷ୍ପା-୨ । ଏଥିରେ ଷ୍ଟାର କାଷ୍ଟ ରହିଛନ୍ତି ସୁପରଷ୍ଟାର ଅଲୁଅର୍ଜୁନଙ୍କ ବ୍ୟତୀତ ଫାହାଦ ଫସିଲ, ରଶ୍ମିକା ମନ୍ଦାନା, ସୁନୀଲ, ପ୍ରକାଶ ରାଜ, ଜଗପତି ବାବୁ ଏବଂ ଅନୁସୁଆ ଭରଦ୍ବାଜ । ସେମାନଙ୍କୁ 'ପୁଷ୍ପା ଦ ରୁଲ'ରେ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ ।

ଏହା ମଧ୍ୟ ପଢନ୍ତୁ..୨୦୨୩କୁ ଏମିତି ବିଦାୟ ଦେଲେ ବଲିଉଡରୁ ଓଲିଉଡ ସେଲିବ୍ରିଟି, ୨୦୨୪କୁ କଲେ ସ୍ବାଗତ

ଏହା ମଧ୍ୟ ପଢନ୍ତୁ...'ପୁଷ୍ପା ୨' ଠାରୁ 'ଫାଇଟର'; ୨୦୨୪ରେ ଧମାକା କରିବ ଏହି ସୁପରଷ୍ଟାରଙ୍କ ଫିଲ୍ମ

ଏହା ମଧ୍ୟ ପଢନ୍ତୁ...ନବବର୍ଷ ଶୁଭେଚ୍ଛା ଜଣାଇବାକୁ ଥଲାଇଭାଙ୍କ ଘର ଆଗରେ ଫ୍ୟାନ୍ସଙ୍କ ଭିଡ଼

ତେବେ ପୁଷ୍ପା-୨ର ସୁଟିଂ ଓଡ଼ିଶା ସମେତ ଅନେକ ସ୍ଥାନରେ କରାଯାଇଛି । ସୂଚନା ଅନୁସାରେ, ମାଲକାନଗିରିର ପୋଲୁର ନଦୀ କୂଳରେ ଏହାର ସୁଟିଂ କରାଯାଇଥିବା ଜଣାପଡିଛି । ମାଲକାନଗିରିର ମାଓ ପ୍ରବଣ ଇଲାକାରେ ସୁଟିଂ ହୋଇଛି । ଛତିଶଗଡରେ ସେଟ୍ ପ୍ରସ୍ତୁତ କରାଯାଇଥିବାବେଳେ ମାଲକାନଗିରିର ଜଙ୍ଗଲ ମଧ୍ୟରେ ଗତ ମେ ମାସରେ ସୁଟିଂ କରାଯାଇଥିଲା । 'ପୁଷ୍ପା-୨' ହେଉଛି ପୁଷ୍ପା ଦ ରାଇଜର ସିକ୍ବେଲ । ପୁଷ୍ପା ବକ୍ସ ଅଫିସରେ କମାଲ କରିବା ପରେ ମେକର୍ସ ଏହାର ସ୍ବିକେଲ କରିବାକୁ ସ୍ଥିର କରିଥିଲେ । ଆସନ୍ତା ଅଗଷ୍ଟ ୧୫ ତାରିଖରେ ଏହା ରିଲିଜ ହେବାକୁ ଥିବାବେଳେ ବକ୍ସ ଅଫିସରେ ରେକର୍ଡ ସଂଖ୍ୟ କଲେକ୍ସନ ହେବ ବୋଲି ଆଶା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.