ETV Bharat / entertainment

ପୁଣି ଚାଲିବ ପୁଷ୍ପା କ୍ରେଜ, ଅବତାର ୨ ସହ ଫ୍ୟାନ୍ସ ଦେଖିବେ ପୁଷ୍ପା ୨

author img

By

Published : Nov 14, 2022, 11:55 AM IST

ପୁଷ୍ପା ଦ ରୁଲର ସୁଟିଂ ଆରମ୍ଭ ହୋଇଯାଇଛି । ଖୁବ୍‌ ଶୀଘ୍ର ପ୍ରେକ୍ଷାଳୟରେ ପୁଷ୍ପା ଫିଲ୍ମର ଦ୍ୱିତୀୟ ଭାଗର ଝଲକ ଦେଖିପାରିବେ ଦର୍ଶକ । ଅଧିକ ପଢନ୍ତୁ

ଅବତାର ୨ ସହିତ ପ୍ରେକ୍ଷାଳୟରେ ଦେଖିବାକୁ ମିଳିବ ପୁଷ୍ପା ୨ ର ଝଲକ

ହାଇଦ୍ରାବାଦ: ଅଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା ଦ ରୁଲ' (Pushpa The Rule)କୁ ନେଇ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହି ଚଳଚ୍ଚିତ୍ରର ପ୍ରଥମ ଭାଗ ଅଲୁ ଅର୍ଜୁନଙ୍କୁ ରାତାରାତି ଏକ ପ୍ୟାନ୍ ଇଣ୍ଡିଆ ତାରକା କରିଥିଲା ​​। ଦକ୍ଷିଣ ସହିତ ହିନ୍ଦୀ ବେଲ୍ଟର ଲୋକମାନେ ମଧ୍ୟ ଏହି ଚଳଚ୍ଚିତ୍ରକୁ ବହୁତ ପସନ୍ଦ କରିଥିଲେ । ବର୍ତ୍ତମାନ ଫିଲ୍ମ ପୁଷ୍ପା 2କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଯଦି ଗଣମାଧ୍ୟମର ରିପୋର୍ଟକୁ ବିଶ୍ବାସ କରାଯାଏ, ତେବେ ପୁଷ୍ପା ଫିଲ୍ମର ଦ୍ୱିତୀୟ ଭାଗର ଝଲକ ଦେଖିବାକୁ ପ୍ରଶଂସକଙ୍କ ଇଚ୍ଛା ଶୀଘ୍ର ପୂରଣ ହୋଇପାରେ।

ପୁଷ୍ପା 2 ଝଲକ ଦେଖିବାକୁ ମିଳିବ

ଶନିବାର ଠାରୁ ସୋସିଆଲ ମିଡିଆରେ ଚର୍ଚ୍ଚାର ବଜାର ଗରମ ହେଉଛି ଯେ, ଫିଲ୍ମର ନିର୍ମାତା ପୁଷ୍ପା 2 ପାଇଁ ଏକ ସ୍ୱତନ୍ତ୍ର ଯୋଜନା ଉପରେ କାମ କରୁଛନ୍ତି । ଖବର ଅନୁଯାୟୀ ଡିସେମ୍ବରରେ ମୁକ୍ତିଲାଭ କରିବାକୁ ଥିବା ଅବତାର 2 ଫିଲ୍ମ ସହିତ ପୁଷ୍ପା ୨ର ସୁଟିଂ ଘୋଷଣା କରିଥିବା ଭିଡିଓକୁ ସଂଲଗ୍ନ କରିବାକୁ ପ୍ରସ୍ତୁତି ଚାଲିଛି । ଏହି ଭିଡିଓରେ ଅଲୁ ପୁଣି ଥରେ 'ପୁଷ୍ପା' ଅବତାରରେ ନଜର ଆସିବେ । ତେବେ ଏପର୍ଯ୍ୟନ୍ତ ଫିଲ୍ମର ନିର୍ମାତାଙ୍କ ଠାରୁ କୌଣସି ଅଫିସିଆଲ୍ ବୟାନ ଆସିନାହିଁ।

ଏହା ବି ପଢନ୍ତୁ: Avatar-2 Trailer: ଆସିଲା ଅବତାର 2 ଫିଲ୍ମର ଧମାକାଦାର ଟ୍ରେଲର, ଜାଣନ୍ତୁ କେବେ ହେବ ରିଲିଜ

ନିକଟରେ ଫିଲ୍ମର ସିନେମାଟୋଗ୍ରାଫର ମଧ୍ୟ ଫିଲ୍ମ ଉପରେ ଏକ ବଡ ଅପଡେଟ୍ ଦେଇଛନ୍ତି । ଅଲୁଙ୍କ ସହ ତାଙ୍କ ଫଟୋ ସେୟାର କରି ସେ ଲେଖିଛନ୍ତି, ଏବଂ ଦୁଃସାହସିକ କାର୍ଯ୍ୟ ଆରମ୍ଭ ହେଉଛି । ଉଲ୍ଲେଖନୀୟ କଥା ହେଉଛି, ପୁଷ୍ପା ଦ ରାଇଜ୍ ରିଲିଜ୍ ହେବା ପରଠାରୁ ବକ୍ସ ଅଫିସରେ ଧମାଲ ମଚାଇଦେଇଥିଲା । ଏହି ଚଳଚ୍ଚିତ୍ର ଦକ୍ଷିଣ ସହିତ ହିନ୍ଦୀ ବେଲ୍ଟରେ ବହୁତ ରୋଜଗାର କରିଥିଲା ​​। ଏହି ଚଳଚ୍ଚିତ୍ରଟି ହିନ୍ଦୀ ଭାଷାରେ 100 କୋଟିରୁ ଅଧିକ ବ୍ୟବସାୟ କରିଥିଲା । ଏହି ଚଳଚ୍ଚିତ୍ରର ସଂଳାପ ଏତେ ହିଟ୍ ହୋଇଥିଲା ଯେ ପିଲାଠୁ ବୁଢା ସମସ୍ତଙ୍କ ମୁହଁରେ ଶୁଣିବାକୁ ମିଳିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.