ETV Bharat / entertainment

Project K: ପ୍ରଭାସଙ୍କ ଦମଦାର ଲୁକ ଆଉଟ୍, SDCCରେ ଲଞ୍ଚ ହେବ ଟ୍ରେଲର

'ପ୍ରୋଜେକ୍ଟ କେ' ଘୋଷଣା ପରଠୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ଫିଲ୍ମରୁ ପ୍ରଭାସଙ୍କ ଲୁକ୍‌ ରିଲିଜ କରିଛନ୍ତି ନିର୍ମାତା । ପୂର୍ବରୁ ଦୀପିକାଙ୍କ ଲୁକ୍‌ ରିଲିଜ ହୋଇଥିଲା। ଅଧିକ ପଢନ୍ତୁ

ପ୍ରଭାସଙ୍କ ଦମଦାର ଲୁକ ଆଉଟ୍, SDCCରେ ଲଞ୍ଚ ହେବ ଟ୍ରେଲର

author img

By

Published : Jul 19, 2023, 5:01 PM IST

ହାଇଦ୍ରାବାଦ: ଫିଲ୍ମ 'ଆଦିପୁରୁଷ' ପରେ ବର୍ତ୍ତମାନ ସାଉଥ ସୁପରଷ୍ଟାର ପ୍ରଭାସ 'ପ୍ରୋଜେକ୍ଟ କେ' ମାଧ୍ୟମରେ ବଡ଼ ପରଦାରେ ଧମାକା କରିବାକୁ ଯାଉଛନ୍ତି । ଫିଲ୍ମ ଘୋଷଣା ପରଠୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ବର୍ତ୍ତମାନ ଫିଲ୍ମରୁ ପ୍ରଭାସଙ୍କ ଦମଦାର ଲୁକ୍‌ ରିଲିଜ କରାଯାଇଛି। ପ୍ରଭାସଙ୍କ ଏହି ଲୁକ୍‌ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି ।

'ପ୍ରୋଜେକ୍ଟ କେ'ରୁ ପ୍ରଭାସଙ୍କ ପ୍ରଥମ ଲୁକ୍ ପ୍ରଡକ୍ସନ୍ ହାଉସ୍ ବୈଜୟନ୍ତୀ ଚଳଚ୍ଚିତ୍ର ନିଜ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛି । ଏହାକୁ ସେୟାର କରି କ୍ୟାପ୍‌ସନରେ ଲେଖାହୋଇଛି, "ହିରୋ ଜାଗି ଯାଇଛି... ବର୍ତ୍ତମାନ ଖେଳ ବଦଳିଯିବ । ଏହା ହେଉଛନ୍ତି ପ୍ରୋଜେକ୍ଟ କେ ରିବେଲ ଷ୍ଟାର ପ୍ରଭାସ ।" ଏହି ପୋଷ୍ଟରରେ ପ୍ରଭାସ ପୁଣି ଏକ ଦମଦାର ରୂପରେ ନଜର ଆସିଛନ୍ତି । ପ୍ରଶଂସକମାନେ ଅଭିନେତାଙ୍କ ଏହି ଲୁକ୍‌କୁ ଖୁବ୍‌ ପସନ୍ଦ କରିବା ସହ ପ୍ରଶଂସା କରିଛନ୍ତି ।

ସେପଟେ 'ପ୍ରୋଜେକ୍ଟ କେ' ପ୍ରଥମ ଭାରତୀୟ ଚଳଚ୍ଚିତ୍ର ହେବାକୁ ଯାଉଛି ଯାହା ସାନ୍‌ ଡିଏଗୋ କୋମିକ୍-କନ୍ (SDCC) 2023ରେ ପ୍ରଦର୍ଶିତ ହେବ । ଏହାପୂର୍ବରୁ ଟାଇମ୍ସ ସ୍କ୍ବାୟାର ବିଲ୍‌ବୋର୍ଡରେ 'ପ୍ରୋଜେକ୍ଟ କେ' ପୋଷ୍ଟର ଦେଖାଯାଇଥିଲା । ପ୍ରୋଜେକ୍ଟ-କେ ଟିମ୍ କୋମିକ୍-କନରେ ଫିଲ୍ମର ଟାଇଟଲ୍, ଟ୍ରେଲର ଏବଂ ରିଲିଜ୍ ତାରିଖ ଘୋଷଣା କରିବ । ତେବେ 'ପ୍ରୋଜେକ୍ଟ କେ' ନିର୍ମାତାମାନେ ଏହା ଘୋଷଣା କରିଛନ୍ତି ଯେ ଏହା 'ଭାରତର ସବୁଠାରୁ ବଡ଼ ସିନେମାଟିକ୍ ୟୁନିଭର୍ସ' ହେବ ।

ଏହା ମଧ୍ୟ ପଢନ୍ତୁ: 'ପ୍ରୋଜେକ୍ଟ କେ'ରୁ ଦୀପିକା ପାଦୁକୋନଙ୍କ ପ୍ରଥମ ଲୁକ୍ ଆଉଟ, 2024ରେ ରିଲିଜ ହେବ ଫିଲ୍ମ

ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ଏହା ଏକ ମଲ୍ଟି ଷ୍ଟାର୍ ଫିଲ୍ମ। ଯେଉଁଥିରେ ପ୍ରଭାସଙ୍କ ବ୍ୟତୀତ ବଲିଉଡ ମସ୍ତାନୀ ଦୀପିକା ପାଦୁକୋନଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଉଭୟ ପ୍ରଥମ ଥର ପାଇଁ ସ୍କ୍ରିନ୍‌ ସେୟାର କରିବେ। ଏହାପୂର୍ବରୁ ଫିଲ୍ମରୁ ଦୀପିକା ପାଦୁକୋନଙ୍କ ପ୍ରଥମ ଲୁକ୍ ରିଲିଜ ହୋଇଥିଲା । ଫ୍ୟାନ୍ସ ଏହାକୁ ବି ବେଶ ପସନ୍ଦ କରିଥିଲେ । ଦୀପିକା ଏବଂ ପ୍ରଭାସଙ୍କ ବ୍ୟତୀତ ଇଣ୍ଡଷ୍ଟ୍ରିର ଭେଟେରାନ୍ ଅଭିନେତା ଅମିତାଭ ବଚ୍ଚନ ଏବଂ କମଲ ହାସନ ମଧ୍ୟ ଏହି ଫିଲ୍ମରେ ନଜର ଆସିବେ । ଖବର ଅନୁଯାୟୀ, ଏହି ଚଳଚ୍ଚିତ୍ରଟି ଜାନୁଆରୀ 12, 2024ରେ ରିଲିଜ ହେବ । ରିପୋର୍ଟ ଅନୁଯାୟୀ, ଫିଲ୍ମର ବଜେଟ ପ୍ରାୟ 500 କୋଟିରୁ ଅଧିକ ବୋଲି କୁହାଯାଉଛି । ଏହାକୁ ଭାରତୀୟ ସିନେମାର ସବୁଠାରୁ ମହଙ୍ଗା ଚଳଚ୍ଚିତ୍ର ଭାବରେ ବର୍ଣ୍ଣନା କରାଯାଉଛି । ଫିଲ୍ମ ତେଲୁଗୁ, ହିନ୍ଦୀ, ତାମିଲ, କନ୍ନଡ଼ ଏବଂ ମାଲାୟାଲମରେ ଭାଷାରେ ରିଲିଜ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.