ହାଇଦ୍ରାବାଦ: ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ଖାସ୍ ସକ୍ରିୟ। ସେ ସବୁବେଳେ ଫ୍ୟାନ୍ସଙ୍କ ସହ କିଛି ନା କିଛି ପୋଷ୍ଟ ସେୟାର କରିଥାନ୍ତି । ପ୍ରିୟଙ୍କା ଚୋପ୍ରା ବର୍ତ୍ତମାନ ସୋସିଆଲ ମିଡିଆ ଜରିଆରେ ଦିବଂଗତ ଅଶୋକ ଚୋପ୍ରାଙ୍କୁ ମନେ ପକାଇଛନ୍ତି, କାରଣ ବୁଧବାର ଥିଲା ତାଙ୍କ ବାପାଙ୍କ ଜନ୍ମ ବାର୍ଷିକୀ । ପ୍ରିୟଙ୍କା ସୋସିଆଲ ମିଡିଆ ଆକାଉଣ୍ଟରେ ଏଭଳି ଏକ ଫଟୋ ସେୟାର କରିଛନ୍ତି, ଯାହା ଆପଣଙ୍କ ହୃଦୟକୁ ବି ଛୁଇଁଯିବ ।
- " class="align-text-top noRightClick twitterSection" data="
">
ପ୍ରିୟଙ୍କା ଚୋପ୍ରାଙ୍କ ଦ୍ୱାରା ସେୟାର ହୋଇଥିବା ଏହି ଥ୍ରୋବ୍ୟାକ୍ ଫଟୋଟି ତାଙ୍କ ପିଲାଦିନର । ଯେଉଁଥିରେ ପ୍ରିୟଙ୍କା ଏବଂ ତାଙ୍କ ବାପାଙ୍କର ସୁନ୍ଦର ବଣ୍ଡି ଦେଖିବାକୁ ମିଳିଛି । ଏହି ଫଟୋରେ କୁନି ପ୍ରିୟଙ୍କା ବରଫ ଉପରେ ବସି ତାଙ୍କ ବାପାଙ୍କୁ ଦେଖି ହସୁଛନ୍ତି । ତାଙ୍କ ବାପା ମଧ୍ୟ ତାଙ୍କ ଲାଡଲି ସହ ମଜା କରୁଥିବା ଦେଖିବାକୁ ମିଳୁଛି । ଉଭୟଙ୍କର ଏହି ଫଟୋ ଦେଖି ଆପଣଙ୍କ ହୃଦୟ ମଧ୍ୟ ତରଳି ଯିବ। ଏହି ଫଟୋ ସେୟାର କରି ପ୍ରିୟଙ୍କା ଚୋପ୍ରା କ୍ୟାପସନରେ ଲେଖିଛନ୍ତି, 'ଜନ୍ମଦିନର ଶୁଭେଚ୍ଛା । ଆମେ ତମକୁ ମିସ୍ କରୁଛୁ । ପ୍ରତିଦିନ ମନେ ପକାଉଛୁ । ପ୍ରିୟଙ୍କା ଚୋପ୍ରାଙ୍କ ଏହି ପିଲାଦିନର ଫଟୋରେ ନିକ ଜୋନାସ ଏକ ହାର୍ଟ ଇମୋଜି ସେୟାର କରିଛନ୍ତି ।
ସୂଚନାଯୋଗ୍ୟ ଯେ, ପ୍ରିୟଙ୍କା ଚୋପ୍ରାଙ୍କ ବାପା ଅଶୋକ ଚୋପ୍ରା ଦୀର୍ଘ ଦିନ ଧରି କର୍କଟ ରୋଗ ସହ ଲଢୁଥିଲେ ଏବଂ 62 ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ପିତାଙ୍କ ମୃତ୍ୟୁ ପରେ ପ୍ରିୟଙ୍କା ଚୋପ୍ରା 5ବର୍ଷ ଧରି ଡିପ୍ରେସନରେ ଥିଲେ। ଏହି କଥାର ଖୁଲାସା ଖୋଦ୍ ପ୍ରିୟଙ୍କା ଚୋପ୍ରା କରିଥିଲେ। ପ୍ରିୟଙ୍କା ତାଙ୍କ ବାପାଙ୍କ ସହ କେତେ ନିକଟତର ଥିଲେ ଆପଣ ଏହି କଥାର ଅନୁମାନ ଅଭିନେତ୍ରୀଙ୍କ ହାତରେ ହୋଇଥିବା ଟାଟୁରୁ କରିପାରିବେ । ଯେଉଁଥିରେ ଲେଖା ଅଛି 'ବାବାଙ୍କ ଲିଲ୍ ଗାର୍ଲ' । ନିକଟରେ ପ୍ରିୟଙ୍କା ଚୋପ୍ରା ସରୋଗେସି ମାଧ୍ୟମରେ ଗୋଟିଏ ସନ୍ତାନର ମାଆ ହୋଇଛନ୍ତି । ପ୍ରିୟଙ୍କା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଥିଲେ କି, ସେ ଏବଂ ନିକ ପିତା-ମାତା ହୋଇଛନ୍ତି ।