ETV Bharat / entertainment

ଝିଅ ମାଲତିଙ୍କ ଫଟୋ ସେୟାର କଲେ ପ୍ରିୟଙ୍କା, ଲେଖିଲେ ଦେଶୀ ଗର୍ଲ

author img

By

Published : Aug 11, 2022, 6:08 PM IST

Updated : Aug 11, 2022, 7:02 PM IST

ଅଭିନେତ୍ରୀ ପ୍ରଶଂସକଙ୍କୁ ତାଙ୍କ ଝିଅ ମାଲତି ମେରି ଚୋପ୍ରା ଜୋନାସଙ୍କ ଝଲକ ଦେଖାଇଛନ୍ତି । ସୋସିଆଲ ମିଡିଆରେ ପ୍ରଶଂସକମାନେ ମଧ୍ୟ ପ୍ରିୟଙ୍କା ଚୋପ୍ରାଙ୍କ ଝିଅକୁ ଦେଖି ବହୁତ ଖୁସି ହୋଇଯାଇଛନ୍ତି । ଅଧିକ ପଢନ୍ତୁ

ପ୍ରିୟଙ୍କାଙ୍କ ପରି ଝିଅ ମାଲତି ବି ହେଉଛନ୍ତି ଦେଶୀ ଗର୍ଲ, ସେୟାର କଲେ ଫଟୋ

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ତାଙ୍କର ରିଅଲ ଲାଇଭ ମାଆ ଭୂମିକାକୁ ଭରପୁର ଉପଭୋଗ କରୁଛନ୍ତି । ପ୍ରିୟଙ୍କା ପ୍ରାୟତଃ ସୋସିଆଲ ମିଡିଆରେ ନିଜ ଝିଅ ମାଲତିଙ୍କ ସହ ଫଟୋ ସେୟାର କରନ୍ତି । କିନ୍ତୁ ଏଥର ପ୍ରିୟଙ୍କା ଇନଷ୍ଟା ଷ୍ଟୋରୀରେ ଏମିତି କିଛି ସେୟାର କରିଛନ୍ତି, ଯାହାକୁ ଫ୍ୟାନ୍ସ ଖୁବ ପସନ୍ଦ କରିଛନ୍ତି । ଅଭିନେତ୍ରୀ ପ୍ରଶଂସକଙ୍କୁ ତାଙ୍କ ଝିଅ ମାଲତି ମେରି ଚୋପ୍ରା ଜୋନାସଙ୍କ(Malti Marie Chopra Jonas) ଝଲକ ଦେଖାଇଛନ୍ତି । ସୋସିଆଲ ମିଡିଆରେ ପ୍ରଶଂସକମାନେ ମଧ୍ୟ ପ୍ରିୟଙ୍କା ଚୋପ୍ରାଙ୍କ ଝିଅକୁ ଦେଖି ବହୁତ ଖୁସି ହୋଇଯାଇଛନ୍ତି ।

ମାଲତି ମେରି ଚୋପ୍ରା ଜୋନାସ
ମାଲତି ମେରି ଚୋପ୍ରା ଜୋନାସ

ପ୍ରିୟଙ୍କା ଚୋପ୍ରାଙ୍କ ଝିଅ ମାଲତି ପ୍ରକୃତରେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଏହି ଫଟୋରେ ମାଲତି ଏକ ଧଳା ଟି-ସାର୍ଟ ପିନ୍ଧି ବସିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରିୟଙ୍କା ଚୋପ୍ରା ନିଜେ ବଲିଉଡରେ 'ଦେଶୀ ଗର୍ଲ'ର ଟ୍ୟାଗ୍ ପାଇଥିବାବେଳେ, ଏବେ ସେ ତାଙ୍କର ଝିଅକୁ Desi Girl ମାନୁଛନ୍ତି । ମାଲତିଙ୍କ ଟି-ସାର୍ଟରେ ଦେଶୀ ଗର୍ଲ ଲେଖାଯାଇଛି । ଏହି ଫଟୋ ଶେୟାର କରି ପ୍ରିୟଙ୍କା ଚୋପ୍ରା କ୍ୟାପସନରେ ଦେଶୀ ଗର୍ଲ ଲେଖିଛନ୍ତି । ଏହି ଫଟୋରେ ମାଲତିଙ୍କ ପୂରା ଚେହେରା ଦେଖାଯାଉନାହିଁ ।

ସୂଚନାଯୋଗ୍ୟ ଯେ, ନିକଟରେ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ୍ ମାଲତିଙ୍କ ଷଷ୍ଠ ଜନ୍ମଦିନ ପାଳନ କରିଥିଲେ । ଏହି ଅବସରରେ ପ୍ରିୟଙ୍କା ଏବଂ ନିକଙ୍କ ସାଙ୍ଗମାନଙ୍କ ପାଇଁ ଏକ ପୁଲ୍ ପାର୍ଟୀର ଆଯୋଜନ ହୋଇଥିଲା । ଏହା ପୂର୍ବରୁ ପ୍ରିୟଙ୍କା ଚୋପ୍ରା ଜୁଲାଇ 18ରେ ତାଙ୍କର 40 ତମ ଜନ୍ମଦିନ ପାଳନ କରିଥିଲେ, ଯାହାର ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ଉଲ୍ଲେଖନୀୟ ଯେ, ପ୍ରିୟଙ୍କା ଚୋପ୍ରା 2018 ମସିହାରେ ରାଜକୀୟ ଅନ୍ଦାଜରେ ବିଦେଶୀ ପ୍ରେମିକ ତଥା ଗାୟକ ନିକ ଜୋନାସଙ୍କୁ ବିବାହ କରିଥିଲେ ।

Last Updated : Aug 11, 2022, 7:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.