ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା 18 ଜୁଲାଇରେ ତାଙ୍କର 40 ତମ ଜନ୍ମଦିନ ପାଳନ କରିଥିଲେ । ଜନ୍ମଦିନକୁ ପ୍ରାୟ 22 ଦିନ ବିତିଯାଇଥିଲେ ସୁଦ୍ଧା ଏବେବି ଏହି ବାର୍ଥ ଡେ' ସେଲିବ୍ରେସନରୁୁ ନୂଆ ନୂଆ ଫଟୋ ସାମ୍ନାକୁ ଆସୁଛି । ନିକଟରେ, ନିକ ଜୋନାସ ତାଙ୍କ ପତ୍ନୀଙ୍କ ସହ ରୋମାଣ୍ଟିକ ଫଟୋ ସେୟାର କରିଥିଲେ, ବର୍ତ୍ତମାନ ନିକଙ୍କ ଫ୍ୟାନ ପେଜ୍ ଏକ ଭିଡିଓ ସେୟାର କରାଯାଇଛି ଯାହା ଇଣ୍ଟରନେଟରେ ଭାଇରାଲ ହେଉଛି । ଏଥିରେ ପ୍ରିୟଙ୍କାଙ୍କ କିସିଂ ଭିଡିଓ ଥିବାବେଳେ ନିକ୍ ତାଙ୍କ ଶାଶୁ ମଧୁ ଚୋପ୍ରାଙ୍କ ସହ ନାଚୁଥିବାର ମଧ୍ୟ ନଜର ଆସିଛନ୍ତି ।
- " class="align-text-top noRightClick twitterSection" data="
">
ଏହି ଭିଡିଓ ଆରମ୍ଭରେ ପ୍ରିୟଙ୍କା ଚୋପ୍ରା ବାଇଗଣୀ ରଙ୍ଗର ପୋଷାକ ପିନ୍ଧି ଡାଇନିଂ ଟେବୁଲ ଉପରେ ବସିଥିବାର ନଜର ଆସିଛନ୍ତି । କିଛି ସମୟ ପରେ ପ୍ରିୟଙ୍କା ନିକ୍ଙ୍କୁ ଚୁମ୍ବନ ଦେଉଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିସହିତ ତାଙ୍କ ମାଆ ମଧୁ ଚୋପ୍ରା ଲାଲ ରଙ୍ଗର କୁର୍ତ୍ତା ଏବଂ କଳା ରଙ୍ଗର ଲେଗିନ୍ସରେ ଜ୍ୱାଇଁ ନିକ ଜୋନାସଙ୍କ ସହ ନାଚୁଥିବାର ନଜର ଆସିଛନ୍ତି ।
ପ୍ରିୟଙ୍କାଙ୍କ ଏହି ଭିଡିଓରେ ପ୍ରଶଂସକମାନେ କମେଣ୍ଟ ଦେବାରେ ଲାଗିଛନ୍ତି । କେହି କେହି ପ୍ରିୟଙ୍କାଙ୍କୁ ପ୍ରଶଂସା କରୁଥିବାବେଳେ କେହି କେହି ଜନ୍ମଦିନ କାର୍ଯ୍ୟକ୍ରମର ପ୍ରଶଂସା କରୁଛନ୍ତି । ନିକଟରେ 'ସରୋଗେସି' ଜରିଆରେ କନ୍ୟା ସନ୍ତାନର ପିତାମାତା ହୋଇଥିଲେ ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନାସ୍ । ବର୍ତ୍ତମାନ ସେମାନେ ତାଙ୍କ ନହ୍ନି ପରୀ ମାଲତି ମେରି ଜୋନାସଙ୍କ ସହ ପାରିବାରିକ ଜୀବନକୁ ଉପଭୋଗ କରୁଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ