ETV Bharat / entertainment

ଜନ୍ମର 3 ମାସ ପରେ ଝିଅର ନାଁ ଖୁଲାସା କଲେ ଦେଶୀ ଗର୍ଲ

author img

By

Published : Apr 21, 2022, 11:00 AM IST

ବର୍ତ୍ତମାନ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଝିଅର ନାମକୁ ନେଇ ଏକ ବଡ ଖୁଲାସା ହୋଇଛି । ଟିଏମଜେଡ୍ ରିପୋର୍ଟ ଅନୁଯାୟୀ ପ୍ରିୟଙ୍କା ଏବଂ ନିକଙ୍କ ଝିଅର ନାମ ହେଉଛି ମାଲତି ମେରି ଚୋପ୍ରା ଜୋନାସ୍ ( Malti Marie Chopra Jonas)। ଅଧିକ ପଢନ୍ତୁ

ଜନ୍ମର 3 ମାସ ପରେ ଖୁଲାସା ହେଲା ପ୍ରିୟଙ୍କା ଚୋପ୍ରାଙ୍କ ଝିଅର ନାମ, ଜାଣନ୍ତୁ ଏହାର ଅର୍ଥ

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଝିଅ ଚଳିତ ବର୍ଷ ଜାନୁଆରୀ 15ରେ ଜନ୍ମଗ୍ରହଣ କରିଥିଲେ । ପ୍ରିୟଙ୍କା ଏବଂ ନିକ ଜୋନାସ୍ ସରୋଗେସି ମାଧ୍ୟମରେ କୁନି ରାଜକୁମାରୀଙ୍କ ପିତା-ମାତା ହୋଇଛନ୍ତି । ପ୍ରିୟଙ୍କା ଏପର୍ଯ୍ୟନ୍ତ ନିଜ ଝିଅର ଝଲକ ଦୁନିଆ ସାମ୍ନାକୁ ଆଣିନାହାଁନ୍ତି । କିମ୍ବା 3 ମାସ ପର୍ଯ୍ୟନ୍ତ ତାଙ୍କ ଝିଅର ନାମ ପ୍ରକାଶ କରାଯାଇ ନଥିଲା । କିନ୍ତୁ ବର୍ତ୍ତମାନ ଅଭିନେତ୍ରୀଙ୍କ ଝିଅର ନାମକୁ ନେଇ ଏକ ବଡ ଖୁଲାସା ହୋଇଛି ।

ପ୍ରିୟଙ୍କାଙ୍କ ଝିଅର ନାମ

ପ୍ରିୟଙ୍କା ଏବଂ ନିକଙ୍କ ଝିଅଙ୍କ ନାମରୁ ସସପେନ୍ସ ଉଠିଯାଇଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପ୍ରିୟଙ୍କା ବହୁ ବିଚାର ବିମର୍ଶ ପରେ ତାଙ୍କ ଝିଅର ନାମ ସ୍ଥିର କରିଛନ୍ତି । ଟିଏମଜେଡ୍ ରିପୋର୍ଟ ଅନୁଯାୟୀ ପ୍ରିୟଙ୍କା ଏବଂ ନିକଙ୍କ ଝିଅର ନାମ ହେଉଛି ମାଲତି ମେରି ଚୋପ୍ରା ଜୋନାସ୍ (Malti Marie Chopra Jonas)। ଟିଏମଜେ ପ୍ରିୟଙ୍କାଙ୍କ ଝିଅର ଜନ୍ମ ପ୍ରମାଣପତ୍ର ଗ୍ରହଣ କରିଥିବା କହିଛି। ଏହି ସାର୍ଟିଫିକେଟ୍ ଅନୁଯାୟୀ ପ୍ରିୟଙ୍କାଙ୍କ ଝିଅ ମାଲତି ମେରି ଜାନୁଆରୀ 15 ରେ କାଲିଫର୍ନିଆର ସାନ ଡିଏଗୋରେ ରାତି 8 ଟାରେ ଜନ୍ମଗ୍ରହଣ କରିଥିଲେ ।

ତେବେ ଏପର୍ଯ୍ୟନ୍ତ ଝିଅର ନାମ ଦମ୍ପତିଙ୍କ ତରଫରୁ ନିଶ୍ଚିତ କରାଯାଇନାହିଁ । ଉଲ୍ଲେଖଥାଉ କି, ପୂର୍ବ ରିପୋର୍ଟରେ କୁହାଯାଇଥିଲା ଯେ, ନିକ୍‌ ଏବଂ ତାଙ୍କ ସଂସ୍କୃତିକୁ ଧ୍ୟାନରେ ରଖି ପ୍ରିୟଙ୍କା ତାଙ୍କ ଝିଅର ନାମ ରଖିବେ । ଏହି ନାମ ଉଭୟ ସଂସ୍କୃତିର ମିଶ୍ରଣ ହେବ, କାରଣ ଉଭୟ ପ୍ରିୟଙ୍କା ଚୋପ୍ରା ଏବଂ ନିକ ସେମାନଙ୍କ ମୂଳ ସହିତ ବହୁତ ଜଡିତ । ପ୍ରିୟଙ୍କା ଏବଂ ନିକଙ୍କ ଝିଅଙ୍କ ନାମ ଯାହା ସାମ୍ନାକୁ ଆସିଛି, ସେଥିରେ ଉଭୟଙ୍କ ସଂସ୍କୃତିର ଏକ ସ୍ପଷ୍ଟ ପ୍ରତିନିଧିତ୍ୱ ଦେଖିବାକୁ ମିଳୁଛି ।

'ମାଲତି ମେରି' ନାମର ଅର୍ଥ

'ମାଲତି' ନାମ ସଂସ୍କୃତରୁ ଉତ୍ପନ୍ନ । ଏହାର ଅର୍ଥ- 'ଛୋଟ ସୁଗନ୍ଧିତ ଫୁଲ' । ମେରି ଲାଟିନ୍ ଭାଷାର ଷ୍ଟେଲା ମାରିସ୍‌ରୁ ଉତ୍ପନ୍ନ, ଯାହାର ଅର୍ଥ ହେଉଛି ସମୁଦ୍ରର ତାରା (star of the sea)। ଏହାର ଏକ ବାଇବଲ ନାମ ଏବଂ ଏକ ଫ୍ରେଞ୍ଚ ଭର୍ସନ ମଧ୍ୟ, କାହିଁକି ନା ମେରି, ଯୀଶୁଙ୍କ ମାଆଙ୍କର ନାମ ମଧ୍ୟ ଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.