ETV Bharat / entertainment

VIP Movement in Mumbai: ଅଭିନେତା ପ୍ରତୀକ ଗାନ୍ଧୀଙ୍କୁ ମୁମ୍ବାଇ ପୋଲିସର ଅପମାନିତ ଅଭିଯୋଗ

ଅଭିନେତା ପ୍ରତୀକ ଗାନ୍ଧୀଙ୍କ ଏକ ଟ୍ୱିଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଟୁଇଟରେ ଅଭିନେତା ମୁମ୍ବାଇ ପୋଲିସ ଦ୍ୱାରା ଅପମାନିତ ହୋଇଥିବା ପ୍ରକାଶ କରିଛନ୍ତି। ଅଧିକ ପଢନ୍ତୁ

author img

By

Published : Apr 25, 2022, 4:12 PM IST

ପୋଲିସ ନାଁରେ ଅପମାନିତ ଅଭିଯୋଗ ଆଣିଲେ ଅଭିନେତା ପ୍ରତୀକ ଗାନ୍ଧୀ

ହାଇଦ୍ରାବାଦ: ଅଭିନେତା ପ୍ରତୀକ ଗାନ୍ଧୀଙ୍କ ଏକ ଟ୍ୱିଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଟୁଇଟରେ ଅଭିନେତା ମୁମ୍ବାଇ ପୋଲିସ ଦ୍ୱାରା ଅପମାନିତ ହୋଇଥିବା ପ୍ରକାଶ କରିଛନ୍ତି। ଅଭିନେତା କହିଛନ୍ତି ଯେ, ତାଙ୍କୁ ମୁମ୍ବାଇ ପୋଲିସ ଦ୍ବାରା ଅପମାନିତ କରାଯାଇଛି, କାରଣ ସେ ଭିଭିଆଇପି ମୁଭମେଣ୍ଟ ମଝିରେ ରାସ୍ତାର ଚାଲିି ଚାଲି ଯାଉଥିଲେ। କେବଳ ଏତିକି ନୁହେଁ, ଅଭିନେତା ଏହା ମଧ୍ୟ କହିଛନ୍ତି ଯେ, ପୋଲିସ ଅଧିକାରୀମାନେ ତାଙ୍କୁ ଏକ ଗୋଦାମ ଭିତରକୁ ଠେଲି ଦେଇଥିଲେ। ଅଭିନେତାଙ୍କ ଏହି ଟ୍ୱିଟରେ ପ୍ରଶଂସକମାନେ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି।

  • Mumbai WEH is jammed coz of “VIP” movement, I started walking on the roads to reach the shoot location and Police caught me by shoulder and almost pushed me in some random marble warehouse to wait till without any discussion. #humiliated

    — Pratik Gandhi (@pratikg80) April 24, 2022 " class="align-text-top noRightClick twitterSection" data=" ">

ପ୍ରତୀକ ଗାନ୍ଧୀ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ, ଭିଆଇପି ମୁଭମେଣ୍ଟ ହେତୁ ମୁମ୍ବାଇ WEH (ୱେଷ୍ଟର୍ଣ୍ଣ ଏକ୍ସପ୍ରେସ ହାଇୱେ)ରେ ଜାମ୍ ହୋଇଯାଇଥିଲା। ମୁଁ ସୁଟ୍‌ ଲୋକେସନରେ ପହଞ୍ଚିବା ପାଇଁ ରାସ୍ତାରେ ଚାଲିବା ଆରମ୍ଭ କରିଥିଲି, ସେତେବେଳେ ପୋଲିସ ଅଧିକାରୀ ମୋତେ ଧରି ନେଇଥିଲେ। ମୁଁ ତାଙ୍କୁ କିଛି କହିବା ପୂର୍ବରୁ ସେମାନେ ମୋତେ ଏକ ଗୋଦାମ ଭିତରକୁ ଠେଲି ଦେଇଥିଲେ। ଏହି ଟୁଇଟ୍ ସହିତ ସେ 'ଅପମାନିତ' ହ୍ୟାସଟ୍ୟାଗ୍ ମଧ୍ୟ ଲେଖିଛନ୍ତି।

ପ୍ରତୀକ ଗାନ୍ଧୀଙ୍କ ଏହି ଟ୍ୱିଟରେ ୟୁଜର୍ସ ମଧ୍ୟ କମେଣ୍ଟ ଦେଉଛନ୍ତି। ଅଭିନେତାଙ୍କ ଟୁଇଟ୍ ଉପରେ କମେଣ୍ଟ ଦେଇ ଜଣେ ୟୁଜର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହର ପରିଦର୍ଶନ କରୁଛନ୍ତି ଏବଂ ସେଥିପାଇଁ ଏହା ହୋଇପାରେ । ଏଥି ସହିତ, ପ୍ରତୀକ ମଧ୍ୟ ଏହି ୟୁଜରଙ୍କ କମେଣ୍ଟ ଉପରେ ପ୍ରତିକ୍ରିୟା ଦେଇଛନ୍ତି । ଅଭିନେତା ଲେଖିଛନ୍ତି, 'ops, ମୋତେ ଜଣା ନଥିଲା।'

ୱାର୍କ ଫ୍ରଣ୍ଟ ବିଷୟରେ କଥା ହେବା ତ, ପ୍ରତୀକ ଗାନ୍ଧୀ ଫିଲ୍ମ 'ଫୁଲେ'ରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ପ୍ରତୀକ ଗାନ୍ଧୀଙ୍କ ସହ ପତ୍ରଲେଖା ମଧ୍ୟ ନଜର ଆସିବେ। ଫିଲ୍ମର ପୋଷ୍ଟର ସାମ୍ନାକୁ ଆସି ସାରିଛି । ଏହି ଚଳଚ୍ଚିତ୍ରରେ ପ୍ରତୀକ 'ଜ୍ୟୋତିବା ଫୁଲେ' ଏବଂ ପତ୍ରଲେଖା 'ସାବିତ୍ରୀ ଫୁଲେ' ଭୂମିକାରେ ଅଭିନୟ କରିବେ। ଏହା ବ୍ୟତୀତ ପ୍ରତୀକ ଗାନ୍ଧୀଙ୍କ ପାଖରେ ବିଦ୍ୟା ବାଲାନ ଏବଂ ଇଲିଆନା ଡି’କ୍ରୁଜଙ୍କ ସହ ମଧ୍ୟ ଏକ ପ୍ରୋଜେକ୍ଟ ଅଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.