ETV Bharat / entertainment

Chandrayaan-3 ମିଶନକୁ ପରିହାସ; ପ୍ରକାଶ ରାଜଙ୍କ ନାଁରେ ଥାନାରେ ମାମଲା, ପୂର୍ବରୁ ହୋଇଥିଲେ ଟ୍ରୋଲ୍

author img

By

Published : Aug 22, 2023, 3:12 PM IST

ଚନ୍ଦ୍ରାୟନ -3 ମିଶନକୁ ପରିହାସ କରି ଫସିଲେ ସାଉଥ୍‌ ଅଭିନେତା ପ୍ରକାଶ ରାଜ । ଅଭିନେତାଙ୍କ ବିରୋଧରେ ପୋଲିସରେ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ପ୍ରକାଶ ରାଜ
ପ୍ରକାଶ ରାଜ

ହାଇଦ୍ରାବାଦ: ଚନ୍ଦ୍ରାୟନ -3 ମିଶନକୁ ପରିହାସ କରି ଫସିଲେ ସାଉଥ୍‌ ଅଭିନେତା ପ୍ରକାଶ ରାଜ । ଅଭିନେତାଙ୍କ ବିରୋଧରେ ପୋଲିସରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରିଛି । ହିନ୍ଦୁ ସଂଗଠନର ନେତାମାନେ ତାଙ୍କ ବିରୋଧରେ କର୍ଣ୍ଣାଟକ ବାଗଲକୋଟ ଜିଲ୍ଲାର ବନହଟ୍ଟି ପୋଲିସ ଷ୍ଟେସନରେ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଆଉ ଗୋଟେ ଦିନ ପରେ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରାୟନ-3 ର ଲ୍ୟାଣ୍ଡିଂ ପାଇଁ ସମଗ୍ର ଦେଶ ଉତ୍କଣ୍ଠାରେ ଥିବା ବେଳେ ଏହି ବହୁପ୍ରତୀକ୍ଷିତ ମିଶନକୁ କଟାକ୍ଷ କରି ଏବେ ବିବାଦ ଘେରରେ ଅଭିନେତା ପ୍ରକାଶ ରାଜ ।

ଗତକାଲି ପ୍ରକାଶ ରାଜ ଏକ୍ସ (ପୂର୍ବରୁ ଟ୍ବିଟର) ଏକ ବିବାଦୀୟ କଟାକ୍ଷପୂର୍ଣ୍ଣ ବ୍ୟଙ୍ଗାତ୍ମକ ଫଟୋ ପୋଷ୍ଟ କରିଥିଲେ । କ୍ଯାପସନରେ ଲେଖିଥିଲେ, ଏହା ଚନ୍ଦ୍ରପୃଷ୍ଠର ଚନ୍ଦ୍ରାୟନ-3 ର ଲ୍ୟାଣ୍ଡର ‘ବିକ୍ରମ’ ପଠାଇଥିବା ପ୍ରଥମ ଫଟୋ । ଯାହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ୟୁଜର୍ସମାନେ ସଙ୍ଗେ ସଙ୍ଗେ ପ୍ରକାଶ ରାଜଙ୍କୁ ଟ୍ରୋଲ୍‌ କରିବା ଆରମ୍ଭ କରିଦେଇଥିଲେ।

ଏହା ମଧ୍ୟ ପଢନ୍ତୁ: Prakash Raj Controversy: ଚନ୍ଦ୍ରଯାନ-3 କୁ କଟାକ୍ଷ କରି ବିବାଦରେ ପ୍ରକାଶରାଜ, ଟ୍ରୋଲ କରୁଛନ୍ତି ୟୁଜର୍ସ

ପ୍ରକାଶ ରାଜ ଟ୍ବିଟ କରିଥିବା ବ୍ୟଙ୍ଗାତ୍ମକ ଫଟୋରେ ଜଣେ ଲୁଙ୍ଗି ପନ୍ଧିଥିବା ବ୍ୟକ୍ତି ହାତରେ ଚା’ ଗ୍ଲାସ୍‌ ଧରିଛନ୍ତି । ବ୍ୟଙ୍ଗାତ୍ମକ ଢଙ୍ଗରେ ଚାଁ ଢାଳୁଛନ୍ତି । ତେବେ ଫଟୋରେ,ଏହା ଚନ୍ଦ୍ରପୃଷ୍ଠରୁ ଲ୍ୟାଣ୍ଡର ପଠାଇଥିବା ପ୍ରଥମ ଫଟୋ ବୋଲି ମାତ୍ର ଗୋଟିଏ ଧାଡ଼ିର କ୍ୟାପ୍‌ସନ୍‌ ଲେଖାଯାଇଛି । ଏହି କାର୍ଟୁନ ମାଧ୍ୟମରେ ଇସ୍ରୋର ପୂର୍ବତନ ଅଧ୍ୟକ୍ଷ କେ.ଶିବନଙ୍କୁ ପରୋକ୍ଷ କଟାକ୍ଷ କରାଯାଇଥିବା ମଧ୍ୟ କିଛି ୟୁଜର୍ସ ଅଭିଯୋଗ କରିଥିଲେ । ୟୁଜର୍ସ କହିଥିଲେ, ଏପରି କଟାକ୍ଷ ଓ ସମାଲୋଚନା ଦେଶର ମହାକାଶ ଗବେଷଣା ଓ ବୈଜ୍ଞାନିକଙ୍କ ପ୍ରତି ଘୋର ଅସମ୍ମାନ । ତେବେ ଏହା ଉପରେ ପ୍ରକାଶ ରାଜଙ୍କର ପ୍ରତିକ୍ରିୟା ସାମ୍ନାକୁ ଆସି ସାରିଛି । ତେବେ ଆଜି ତାଙ୍କ ବିରୋଧରେ ପୋଲିସରେ ଅଭିଯୋଗ ହୋଇଛି । ହିନ୍ଦୁ ସଂଗଠନର ନେତାମାନେ ତାଙ୍କ ବିରୋଧରେ ପୋଲିସ ଷ୍ଟେସନରେ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଏହା ମଧ୍ୟ ପଢନ୍ତୁ: ବଡ ଘୋଷଣା କଲେ ସନ୍ନି ଦେଓଲ, 2024 ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେନି

ସୂଚାନାଯୋଗ୍ୟ ଯେ, ବୁଧବାର ସନ୍ଧ୍ୟା 5ଟା 20 ମିନିଟରୁ ଲ୍ୟାଣ୍ଡିଂର ସିଧା ପ୍ରସାରଣ ଦେଖିପାରିବେ ଦେଶବାସୀ । ସଂଧ୍ୟା 6 ଟା 4 ମିନିଟରେ ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରପୃଷ୍ଠରେ ସଫ୍ଟଲ୍ୟାଣ୍ଡିଂ କରିବା ନେଇ ଇସ୍ରୋ ଘୋଷଣା କରି ସାରିଛି । ଦୂରଦର୍ଶନ ସମେତ ଇସ୍ରୋର ଅଫିସଆଲ ସାଇଟ ଓ ଏକାଧିକ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଦେଶ ଏହି ଐତିହାସିକ ଲ୍ୟାଣ୍ଡିଂ ସମୟର ସିଧା ପ୍ରସାରଣ ଦେଖିପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.