ETV Bharat / entertainment

Kannappa: ରାମ ପରେ ଶିବଙ୍କ ଭୂମିକାରେ ପ୍ରଭାସ, ପାର୍ବତୀ ହେବେ କୀର୍ତ୍ତି ସାନନଙ୍କ ଉଭଣୀ

author img

By ETV Bharat Odisha Team

Published : Sep 10, 2023, 10:55 PM IST

Updated : Sep 11, 2023, 6:49 AM IST

ଆଦିପୁରଷରେ ଭଗବାନ ରାମ ଚରିତ୍ର କରିବା ପରେ ପୁଣି ଭଗବାନ ଶିବଙ୍କ ଲୁକରେ ନଜର ଅସିବେ ସୁପରଷ୍ଟାର ପ୍ରଭାସ । ଅଧିକ ପଢନ୍ତୁ

ନୁପୁର ସାନନଙ୍କ ସହ ସ୍କ୍ରୀନ ସେୟାର କରିବେ ପ୍ରଭାସ

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଅପକମିଂ ଫିଲ୍ମ ସାଲାରକୁ ନେଇ ପ୍ରଭାସ ସବୁ ବେଳେ ଚର୍ଚ୍ଚାରେ ରହି ଆସିଛନ୍ତି । ପ୍ରଭାସଙ୍କ ଆଦିପୁରୁଷ ଏତେ ସଫଳ ହୋଇ ନଥିଲେ ମଧ୍ୟ ତାଙ୍କ ଅଭିନୟ ଏବଂ ଈଶ୍ବରୀୟ ଲୁକ୍‌କୁ ତାଙ୍କ ଫ୍ୟାନ୍ସ ବେଶ ପସନ୍ଦ କରିଥିଲେ । ପ୍ରଭାସ ଆଦିପୁରଷରେ ଭଗବାନ ରାମଙ୍କ ଚରିତ୍ର ଅଭିନୟ କରିଥିବା ବେଳେ ଏବେ ଭଗବାନ ଶିବଙ୍କ ଉପରେ ଆଧାରିତ ଏକ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ଏକ ପୌରାଣିକ ଡ୍ରାମା ଫିଲ୍ମ ‘କନ୍ନପ୍ପା’ରେ ଭଗବାନ ଶିବଙ୍କ ଚରିତ୍ରରେ ନଜର ଆସିବା ନେଇ ନିର୍ଦ୍ଦେଶକ ବିଷ୍ଣୁ ମଞ୍ଚୁ ଅଫିସିଆଲି ଘୋଷଣା କରିଛନ୍ତି ।

ଏହି ଚଳଚ୍ଚିତ୍ରରେ ପ୍ରଭାସଙ୍କ ଚରିତ୍ର ବିଷୟରେ ନିର୍ଦ୍ଦେଶକ ବିଶେଷ ତଥ୍ୟ ପ୍ରଦାନ କରିନାହାନ୍ତି । ବିଷ୍ଣୁ ମଞ୍ଚୁଙ୍କ କ୍ରିପ୍ଟିକ୍ ମନ୍ତବ୍ୟ ଦେଇ ଲେଖିଛନ୍ତି,"ହର ହର ମହାଦେବ" । ପ୍ରଭାସ ଏହି ରୋଲକୁ ବହୁ ସୁନ୍ଦର ଭାବେ କରିପାରିବେ । ଫିଲ୍ମ କନ୍ନପ୍ପାର ଅଗଷ୍ଟ ମଧ୍ୟଭାଗରେ ଆୟୋଜିତ ବରଲକ୍ଷ୍ମୀ ପୂଜା ଦିନରୁ ଅଫିସିଆଲ୍ ଆରମ୍ଭ ହୋଇଥିଲା । ଖୁବଶୀଘ୍ର ଫିଲ୍ମର ସୁଟିଂ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ନିର୍ଦ୍ଦେଶକ କହିଛନ୍ତି । ପ୍ରଭାସଙ୍କ ବ୍ୟତୀତ ଫିଲ୍ମ ଇଣ୍ଡଷ୍ଟ୍ରିର ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ‘କନ୍ନପ୍ପା’ରେ ଅନ୍ତର୍ଭୁକ୍ତ କରାଯିବା ନେଇ କଳ୍ପନାଜଳ୍ପନା ଚାଲିଛି । ବର୍ତ୍ତମାନ ସୁଦ୍ଧା ଅନ୍ୟ ତାରକାଙ୍କ ପରିଚୟ ଅଜ୍ଞାତ ରହିଛି । ଏହି ଚଳଚ୍ଚିତ୍ରରେ କ୍ରୀତି ସାନନଙ୍କ ଭଉଣୀ ନୁପୁର ସାନନ ଏକ ପ୍ରମୁଖ ଭୂମିକାରେ ନଜର ଆସିବେ। ହାଇ ବଜେଟର ଏହି ଫିଲ୍ମ ‘କନ୍ନପ୍ପା’ ମୁକେଶ କୁମାର ସିଂଙ୍କ ଦ୍ୱାରା ନିର୍ଦ୍ଦେଶିତ ହେବ। ଏହାସହ ଭାବରେ ଆଭା ଏଣ୍ଟରଟେନମେଣ୍ଟ ଏବଂ 24 ଫ୍ରେମ୍ ପ୍ୟାକ୍ଟିରୀ ଅଧିନରେ ଏହା ନିର୍ମିତ କରାଯିବ ।

ଏହା ମଧ୍ଯ ପଢନ୍ତୁ... Bollywood sequel: ଦର୍ଶକଙ୍କ ଡିମାଣ୍ଡରେ ରହିଛି ସିକ୍ବେଲ ମୁଭି, ଦେଖିନ୍ତୁ କେଉଁ କେଉଁ ଫିଲ୍ମ ରହିଛି ଲିଷ୍ଟରେ

ପ୍ରଭାସଙ୍କ ସାଲାର ବିଷୟରେ କହିଲେ, ଶ୍ରୁତି ହାସନଙ୍କ ସହ-ଅଭିନୀତ ଏହି ଆକ୍ସନ୍-ପ୍ୟାକ୍ ଫିଲ୍ମ ପ୍ରଥମେ ସେପ୍ଟେମ୍ବର ରିଲିଜ୍ ପାଇଁ ଧାର୍ଯ୍ୟ କରାଯାଇଥିଲା । ମାତ୍ର ଏହାକୁ ନଭେମ୍ବରକୁ ଘୁଞ୍ଚାଇ ଦିଆଯାଇଛି । ଏହାସହ ପ୍ରଭାସଙ୍କ ଦ୍ବାରା ଅଭିନିତ କଲ୍‌କି 2898ADକୁ ଦେଖିବାକୁ ଫ୍ୟାନ୍ସ ବେଶ ଆଗ୍ରହରେ ଆପେକ୍ଷା କରିଛନ୍ତି । ଏହି ଫିଲ୍ମରେ ଦୀପିକା ପାଦୁକୋନ, ଅମିତାଭ ବଚ୍ଚନ ଏବଂ କମଲ ହାସନଙ୍କ ପରି କିମ୍ବଦନ୍ତୀ ଅଭିନେତାମାନେ କାମ କରୁଛନ୍ତି । ଏହିଫିଲ୍ମ 2024ରେ ରିଲିଜ ହେବ ବୋଲି ଅନୁମାନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 11, 2023, 6:49 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.