ETV Bharat / entertainment

Adipurush: ହନୁମାନ ଜୟନ୍ତୀରେ ଆସିଲା 'ଆଦିପୁରୁଷ'ର ନୂଆ ପୋଷ୍ଟର

author img

By

Published : Apr 6, 2023, 11:49 AM IST

ପ୍ରଭାସଙ୍କ ଅଭିନୀତ ଫିଲ୍ମ 'ଆଦିପୁରୁଷ'ର ନିର୍ମାତା ହନୁମାନ ଜୟନ୍ତୀ ଅବସରରେ ଫିଲ୍ମର ଏକ ନୂଆ ପୋଷ୍ଟର ରିଲିଜ କରିଛନ୍ତି । ଏହି ପୋଷ୍ଟରରେ ଭଗବାନ ହନୁମାନଙ୍କ ରୂପ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ହନୁମାନ ଜୟନ୍ତୀରେ 'ଆଦିପୁରୁଷ'ର ନୂଆ ପୋଷ୍ଟର ରିଲିଜ

ମୁମ୍ବାଇ: ନିକଟରେ ପ୍ରଭାସଙ୍କ ଅଭିନୀତ ଫିଲ୍ମ 'ଆଦିପୁରୁଷ'ର ପୋଷ୍ଟରକୁ ନେଇ ବିବାଦ ଲାଗିରହିଥିବା ବେଳେ ଏବେ ପୁଣି ଫିଲ୍ମର ଏକ ନୂଆ ପୋଷ୍ଟର ରିଲିଜ ହୋଇଛି । ପବିତ୍ର ହନୁମାନ ଜୟନ୍ତୀଙ୍କ ଶୁଭ ଅବସରରେ ଫିଲ୍ମର ନିର୍ମାତା ଆଉ ଏକ ନୂଆ ପୋଷ୍ଟର ରିଲିଜ କରିଛନ୍ତି । ଏହି ପୋଷ୍ଟରରେ ବଜରଙ୍ଗ ବଲିଙ୍କ ପ୍ରଥମ ଲୁକ ଦେଖିବାକୁ ମିଳିଛି । ନିର୍ଦ୍ଦେଶକ ସୋସିଆଲ ମିଡିଆରେ ଏହି ପୋଷ୍ଟର ସେୟାର କରିଛନ୍ତି ।

ଆଜି ହନୁମାନ ଜୟନ୍ତୀ ଅବସରରେ ରିଲିଜ ହୋଇଛି ଆଦିପୁରୁଷ'ର ନୂଆ ପୋଷ୍ଟର । ନିର୍ଦ୍ଦେଶକ ଓମ ରାଉତ ନିଜ ଇନଷ୍ଟାଗ୍ରାମରେ ଏହି ପୋଷ୍ଟର ସେୟାର କରିଛନ୍ତି । ଯେଉଁଥିରେ ଭଗବାନ ହନୁମାନଙ୍କ ଭୂମିକାରେ ଅଭିନୟ କରୁଥିବା ଦେବଦତ୍ତ ନାଗ ଏକ ଧ୍ୟାନ ମୁଦ୍ରାରେ ନଜର ଆସିଛନ୍ତି । ଏଥିସ ରାଘବ ଭୂମିକାରେ ଅଭିନୟ କରୁଥିବା ଫିଲ୍ମର ମୁଖ୍ୟ ଅଭିନେତା ପ୍ରଭାସଙ୍କ ଲୁକ ପୃଷ୍ଠଭୂମିରେ ଦେଖିବାକୁ ମିଳୁଛି । ଏହି ପୋଷ୍ଟର ସେୟାର କରି ନିର୍ମାତା ଲେଖିଛନ୍ତି, ରାମଙ୍କ ଭକ୍ତ ତଥା ରାମକଥାଙ୍କ ପ୍ରାଣ । ​​ଜୟ ପୱନପୁତ୍ର ହନୁମାନ । ଆଦିପୁରୁଷ ଜୁନ 16, 2023ରେ ସିନେମାହଲରେ ସର୍ବଭାରତୀୟ ସ୍ତରରେ ରିଲିଜ କରିବାକୁ ଯାଉଛି ।

ତେବେ ଓମ ରାଉତଙ୍କ ନିର୍ଦ୍ଦେଶିତ ଆଦିପୁରୁଷ ଫିଲ୍ମରେ ସାଉଥ ଅଭିନେତା ପ୍ରଭାସ, କ୍ରିତି ସାନନ, ସନ୍ନି ସିଂ ଏବଂ ସୈଫ ଅଲି ଖାନ ମୁଖ୍ୟ ଭୂମିକାରେ ନଜର ଆସିବେ । ଗତବର୍ଷ ଫିଲ୍ମର ଟିଜର ରିଲିଜ ହୋଇଥିଲା । ସେହି ସମୟରେ ସୈଫ ଅଲି ଖାନଙ୍କ ଅଭିନୀତ ରାବଣର ଲୁକ ଦର୍ଶାଯାଇଥିଲା । ଏବଂ ପରେ ରାମ ନବମୀ ଅବସରରେ 'ସାହୋ' ତାରକା ପ୍ରଭାସ, କ୍ରିତି ସାନନ୍, ସନ୍ନି ସିଂ ଏବଂ ଦେବଦତ୍ତ ନାଗଙ୍କ ଏକ ନୂତନ ପୋଷ୍ଟର ସେୟାର କରାଯାଇଥିଲା । ଯେଉଁଥିରେ ରାମ, ଲକ୍ଷ୍ମଣ, ସୀତା ଏବଂ ହନୁମାନଙ୍କୁ ଦେଖିବାକୁ ମିଳିଥିଲା ।

ସୂଚନାଥାଉ କି, ପୂର୍ବରୁ ରିଲିଜ ହୋଇଥିବା ଟିଜରରେ ସୈଫ ଅଲି ଖାନ ଅଭିନୀତ ରାବଣଙ୍କ ଲୁକକୁ ନେଇ ଟ୍ରୋଲ କରାଯାଇଥିବା ବେଳେ ବର୍ତ୍ତମାନ ପ୍ରଭାସ, କ୍ରିତିଙ୍କ ଅଭିନୀତ ରାମ ଏବଂ ସୀତାଙ୍କ ଲୁକକୁ ନେଇ ବିବାଦ ଦେଖାଦେଇଥିଲା । ଏହି ବିବାଦ ମଧ୍ୟରେ ନିର୍ମାତା ପୁଣି ଆଜି ବଜରଙ୍ଗଙ୍କ ରୂପରେ ଦେବଦତ୍ତ ନାଗଙ୍କୁ ଏକ ଲୁକ ସେୟାର କରିଛନ୍ତି ।

ଦେବଦତ୍ତଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ଦେବଦତ୍ତ ମରାଠୀ ଟିଭି ସୋ’ରେ କାମ କରିଛନ୍ତି । ଏଥିସହିତ, 2013 ରେ ଦେବଦତ୍ତ ଫିଲ୍ମ 'ୱାନ୍ସ ଅପନ ଏ ଟାଇମ ଇନ ମୁମ୍ବାଇ ଦୋବାରା' ଫିଲ୍ମ ସହିତ ବଲିଉଡରେ ଡେବ୍ୟୁ କରିଥିଲେ । ତାଙ୍କୁ 2018 ଫିଲ୍ମ 'ସତ୍ୟମେବ ଜୟତେ'ରେ ମଧ୍ୟ ଦେଖିବାକୁ ମିଳିଥିଲା । ସେ ଓମ ରାଉତଙ୍କ ପୂର୍ବ ବ୍ଲକବଷ୍ଟର ଫିଲ୍ମ 'ତାନାଜି: ଦ ଅନସଙ୍ଗ ୱାରିଅର୍'ରେ ସୂର୍ଯ୍ୟାଜୀ ମାଲୁସରେ ଭୂମିକାରେ ଅଭିନୟ କରିଥିବା ଦେଖିବାକୁ ମିଳିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.